ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ଅନୁମୋଦନ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ)-ରାଜ୍ୟରେ ୨ଲକ୍ଷ ୦୪,୦୬୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ସୋମବାର ଅପରାହ୍ନରେ ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଲିୟରାନ୍ସ ଅଥରିଟି(ଏଚଏଲସିଏ)ବୈଠକରେ ୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ୨୭ ହଜାର ୬୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପେଟ୍ରୋକେମିକାଲ ଓ ମେଟାଲ ଡାଉନଷ୍ଟ୍ରମ ପ୍ରକଳ୍ପ ଗୁଡିକରେ ଏହି ପୁଞ୍ଜିିନିବେଶ ହେବ।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଯାଜପୁର ଜିଲା କଳିଙ୍ଗନଗରଠାରେ ୦.୫୦ନିୟୁତ ଟନର କୋଲ୍ଡ ରୋଲିିଂ କମ୍ପ୍ଲେକ୍ସ ଏବଂ ଷ୍ଟିଲ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବ। ଏହି ପ୍ଲାଣ୍ଟରେ ଜିନ୍ଦଲ ୧,୬୭୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଲକ୍ଷଧାର୍ଯ୍ୟ କରିଛି। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୧୩ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପ୍ରସ୍ତାବକୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ କରାଯାଇଛି।
ତଳଚେର ସାରଖାନା ପକ୍ଷରୁ ତଳଚେର ଠାରେ ବାର୍ଷିକ ୧୯୯ ନିୟୁତ ଟନର ଏକ କୋଇଲା ଚାଳିତ ୟୁରିଆ ସାର କାରଖାନା ସ୍ଥାପନ କରାଯିବ। ସେଥିରେ ୧୪ ହଜାର ୭୩୨ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହି କମ୍ପ୍ଲେକ୍ସ କାର୍ଯ୍ୟକାରୀ ହେଲେ ୫୫୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ଏଚଏଲସିଏ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି।
ପେଟ୍ରୋ କେମିକାଲ କ୍ଷେତ୍ରରେ ମଧ୍ୟ ଓଡିଶାରେ ବୃହତ ପୁଞ୍ଜିନିବେଶ ହେବାକୁ ଯାଉଛି। ହଳଦିଆ ପେଟ୍ରୋ କେମିକାଲ୍‌ସ ଲିମିଟେଡ ପକ୍ଷରୁ ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ବନ୍ଦର ନିକଟରେ ତୈଳ ବିଶେଧନାଗାର, ଏରୋମାଟିକ୍ସ କମ୍ପ୍ଲେକ୍ସ ଏବଂ ଏଥଲିନ କ୍ରାକର କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିରେ ୭୮ ହଜାର ୨୨୫କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ ତୈଳ ବିଶୋଧନାଗାର ସମ୍ପ୍ରସାରଣକୁ ମଧ୍ୟ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ କମିଟି ମଞ୍ଜୁର କରିଛି। ଭାରତୀୟ ତେଅଳ ନିଗମ(ଆଇଓସିଏଲ) ପାରାଦୀପ ଠାରେ ଥିବା ବିଶୋଧନାଗାର ସମ୍ପ୍ରସାରଣ ସହ ଏକ ନୂଆ ପ୍ଲାଣ୍ଟ ନିର୍ମାଣ କରିବ। ବିଶୋଧନାଗାର କ୍ଷମତାକୁ ୧୫ ନିୟୁତ ଟନରୁ ୨୫ ନିଯୁତ ଟନକୁ ବୃଦ୍ଧି କରାଯିବା ସହ ଏରେମେଟିକ୍ସ କମ୍ପେଲକ୍ସ ଏବଂ ପେଟକୋକ ଗ୍ୟାସିଫିକେସନ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୧ଲକ୍ଷ ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୧୨,୫୯୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଆଇଓସିଏଲ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ବୈଠକରେ ଅନୁମୋଦନ ଦିଆଯାଇଛି। ଏଥିହସିତ ଆଇଓସିଏଲ ପାରାଦୀପ ଠାରେ ୧.୨ ନିୟତୁତ ଟନ କ୍ଷମତା ବିଶିଷ୍ଟ ପୁରିଫାଏଟ ଟେରିଫଥାଲିକ ଏସିଡ କମ୍ପ୍ଲେକ୍ସ(ପିଏକ୍ସ-ପିଟିଏ) ସ୍ଥାପନ କରିବ। ଏହି ପ୍ଲାଣ୍ଟରେ ୯,୧୩୬ କୋଟି ଟଙ୍କାର ପୁଞ୍ଚି ନିବେଶ ହେବା ସହିତ ୩୨ଶହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହି ପ୍ରକଳ୍ପ ସ୍ଥାପନ ହେଲେ ଓଡିଶା ପୂର୍ବ ଭାରତର ଶକ୍ତିର ଦ୍ୱାରଦେଶ ହେବ । ଉକ୍ତ ପ୍ରଳ୍ପଗୁଡିକ ବନ୍ଦର ଭିତ୍ତିକ ହୋଇଥିବାରୁ ଏହା ଆମଦାନୀ ଓ ରପ୍ତାନୀ କ୍ଷେତ୍ରକୁ ତ୍ୱରାନ୍ବିତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri