ରାଜ୍ୟରେ ନବୀନଙ୍କ ଉପଯୁକ୍ତ ବିକଳ୍ପ ସୃଷ୍ଟି ହୋଇନାହାନ୍ତି: ମହମ୍ମଦ ମୋକିମ

ଦେଶରେ ମୋଦି ଓ ରାଜ୍ୟରେ ନବୀନଙ୍କ ପ୍ରଚଣ୍ଡ ହାୱା। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଦ୍ୱିତୀୟ ଥର କ୍ଷମତାସୀନ ହୋଇଥିବାବେଳେ ରାଜ୍ୟରେ ମଧ୍ୟ ନବୀନଙ୍କ ନେତୃତ୍ୱରେ ବିଜେଡିକୁ ପଞ୍ଚମ ଥର ପାଇଁ କ୍ଷମତା ମିଳିଛି। କଟକ ଜିଲାରେ ମଧ୍ୟ ନବୀନଙ୍କ ହାୱା ପ୍ରବଳ ବେଗରେ ବହୁଥିବାରୁ ଜିଲାର ମୋଟ ୯ଟି ଆସନ ମଧ୍ୟରୁ ୮ଟି ବିଜେଡି ସପକ୍ଷରେ ଯାଇଥିଲା। ହେଲେ ଏଥିରୁ ବାରବାଟୀ-କଟକ ଆସନ ବାଦ ପଡ଼ିଥିଲା। ଏପରି କି ଜିଲାର ଅଧିକାଂଶ ଆସନରେ କଂଗ୍ରେସ ଅମାନତ ହରାଇଥିବା ବେଳେ ବାରବାଟୀ-କଟକ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟଲାଭ ଏକ ଭିନ୍ନ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି। ମୋଦି-ନବୀନଙ୍କ ହାୱାକୁ ପ୍ରତିହତ କରି ବାରବାଟୀ-କଟକ ଆସନରୁ କଂଗ୍ରେସ ଟିକେଟରେ ବିଜୟଲାଭ କରି ପ୍ରଥମଥର ପାଇଁ ବିଧାନସଭାରେ ପାଦ ଥାପିଥିବା ବିଧାୟକ ମହମ୍ମଦ ମୋକିମଙ୍କ ସହିତ ଧରିତ୍ରୀର ଆଳାପ।

ସମଗ୍ର ଦେଶରେ କଂଗ୍ରେସର ବିପର୍ଯ୍ୟୟ, ହେଲେ କଟକରେ ବିଜୟ, ଏହା କ’ଣ ଆପଣଙ୍କ ଲୋକପ୍ରିୟତା?
ସେମିତି କିଛି ନୁହେଁ। ଏଠି ଦଳ କିମ୍ବା ବ୍ୟକ୍ତିବିଶେଷଙ୍କ ଲୋକପ୍ରିୟତାକୁ ମାପକାଠି ଭାବେ ଧରାଯିବନାହିଁ। କଟକ ଲୋକେ ପରିବର୍ତ୍ତନ ଚାହୁଁଥିଲେ ଓ ବିକଳ୍ପ ଖୋଜୁଥିଲେ। କଟକ ହେଉଛି ରାଜନୈତିକ କ୍ଷେତ୍ରରେ ସଚେତନ ଅଞ୍ଚଳ। ଲୋକଙ୍କ ସହିତ ମୁଁ ଓତପ୍ରୋତ ଭାବେ ଜଡ଼ିତ ଥିଲି। ତେଣୁ ଲୋକେ ମୋତେ ନିର୍ବାଚିତ କରିଛନ୍ତି। ଏଠି ଇସ୍ୟୁ ବେସ୍‌ଡ ପଲିଟିକ୍ସ ହୋଇଥାଏ।

ନବୀନ ଅପରାଜେୟ ରହିବାର କାରଣ କ’ଣ ?
ସତକଥା ହେଉଛି ଓଡ଼ିଶା ରାଜନୀତିରେ ନବୀନଙ୍କ ଠିକ୍‌ ବିକଳ୍ପ ଉଭା ହୋଇ ନ ଥିବାରୁ ସେ ନିରଙ୍କୁଶ ଭାବେ ଶାସନ କ୍ଷମତାକୁ ଫେରୁଛନ୍ତି। ଯେଉଁଦିନ ବିକଳ୍ପ ଛିଡ଼ା ହୋଇଯିବ ସେଦିନ ନବୀନ ଆପେ ଆପେ କ୍ଷମତାରୁ ହଟିଯିବେ।

ନିର୍ବାଚନ ଫଳାଫଳ ପରେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ଉଠିଛି। ପିସିସି ସଭାପତି ପଦବୀ ଆପଣଙ୍କୁ ଯଚାଗଲେ ଆପଣ ଗ୍ରହଣ କରିବେ?
ମୁଁ ଏବେ ଯେଉଁଠି ଅଛି ଆପଣ ତା’ଠାରୁ ଅଧିକ ତିନିିପାଦ ଆଗର କଥା ପଚାରୁଛନ୍ତି। ସେ କଥା ମୁଁ ବର୍ତ୍ତମାନ ଚିନ୍ତା କରିନାହିଁ। କଟକ ପାଇଁ ମୋର ଅନେକ କିଛି କରିବାର ପ୍ରତିବଦ୍ଧତା ରହିଛି। ତେଣୁ ଆଗ କଟକବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପରେ ପରବର୍ତ୍ତୀ କଥା ଚିନ୍ତା କରିବି।

କଂଗ୍ରେସ ଟିକେଟ ବଣ୍ଟନରେ କିଛି ତ୍ରୁଟି ରହିଲା କି?
ନିଶ୍ଚିତ ତ୍ରୁଟି ରହିଥିଲା। ଯେଉଁ ସମୟରେ ଟିକେଟ ଘୋଷଣା ହେବା କଥା ସେ ସମୟରେ କରାଗଲାନାହିଁ। ଫଳରେ ପ୍ରାର୍ଥୀମାନଙ୍କ ହାତରେ ପ୍ରଚାର ପାଇଁ ସମୟ କମ୍‌ ରହିଲା। ମୋଟାମୋଟି ଭାବେ ଟିକେଟ ବଣ୍ଟନ ପ୍ରକ୍ରିୟା କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କ ସମେତ ସମସ୍ତେ ଦାୟୀ।

କଟକ ପାଇଁ ଆପଣଙ୍କ ପ୍ରାଥମିକତା କ’ଣ ?
କଟକରେ ଅନେକ ସମସ୍ୟା ରହିଛି। ମୁଖ୍ୟତଃ ସହରବାସୀଙ୍କୁ ଜଳବନ୍ଦୀ ସମସ୍ୟା ସବୁଠୁ ଅଧିକ ବ୍ୟତିବ୍ୟସ୍ତ କରୁଛି। କଟକ ସହରକୁ ଜଳବନ୍ଦୀରୁ ମୁକ୍ତ କରିବା ମୋର ପ୍ରାଥମିକତା ରହିବ। ଜାଇକା କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ଗୁରୁତ୍ୱ ଦେବା ସହିତ କଟକର ଐତିହ୍ୟ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିବି।

ଆପଣଙ୍କ ବ୍ୟବସାୟିକ ରିୟଲ ଇଷ୍ଟେଟ ସଂସ୍ଥା ଜଳାଶୟ କିସମ ଜମିଗୁଡ଼ିକୁ ପୋତିଥିବା ଅଭିଯୋଗ ହୋଇଥାଏ। କଟକ ଜଳବନ୍ଦୀ ରହିବା ପାଇଁ ଆପଣଙ୍କୁ ମଧ୍ୟ ଦାୟୀ କରାଯିବ କି ?
ଅଜ୍ଞାନମାନେ ଏଭଳି ପ୍ରଶ୍ନ ଉଠାଇଥାନ୍ତି। ସ୍ବଳ୍ପ ଜ୍ଞାନ ଆହରଣ କରି ସେମାନେ ଏଭଳି ଆକ୍ଷେପ କରିଥାନ୍ତି। ସେମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନର ଘୋର ଅଭାବ ରହିଛି।

– ସାକ୍ଷାତ୍‌: ନିର୍ମଳ ପଣ୍ଡା, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri