Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆଜିଠାରୁ ମୁକାବିଲା, ଭାଗନେବେ ୧୨ ଦେଶ

କଟକ ଅଫିସ,୧୭ା୭-ବୁଧବାରଠାରୁ କଟକରେ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ମହାମୁକାବିଲା। ପ୍ରତିଯୋଗିତା ସ୍ଥଳ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୨ଟି ଦେଶର ପ୍ରତିଦ୍ୱନ୍ଦୀ ଏଥିରେ ଭାଗନେବେ । ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦଳଗତ ବିଭାଗର ମୁକାବିଲା ହେବା ବେଳେ ୨୦ରୁ ଉଦ୍‌ଯାପନୀ ଦିବସ ତଥା ୨୨ ତାରିଖ ପର୍ଯ୍ୟନ୍ତ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ବିଭାଗର ମ୍ୟାଚ୍‌ ଖେଳାଯିବ। ଲିଗ ପର୍ଯ୍ୟାୟ ୨ ରାଉଣ୍ଡ ବିଶିଷ୍ଟ ହେବ । ୩ୟ ରାଉଣ୍ଡଟି ହେବ ନକଆଉଟ ପର୍ଯ୍ୟାୟ। ତେବେ ଫାଇନାଲ ଗୁଡ଼ିକ ଦୂରଦର୍ଶନରେ ସିଧାପ୍ରସାରଣ କରାଯିବ ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତ ଗ୍ରୁପ-ବିରେ ସ୍ଥାନ ପାଇଛି । ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ଦୃଷ୍ଟିରେ ରଖି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ଦେଶ ଗୁଡ଼ିକୁ ସ୍ଥାନିତ କରାଯାଇଛି। ପୁରୁଷ ବିଭାଗରେ ଭାରତ ସମେତ ସିଙ୍ଗାପୁର ଓ ସ୍କଟଲାଣ୍ଡ ଏହି ଗ୍ରୁପରେ ଅଛନ୍ତି । ମହିଳା ବିଭାଗର ଗ୍ରୁପ-ବିରେ ଦକ୍ଷିଣ ଆଫ୍ରିକା ଓ ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ସହ ଭାରତ ସ୍ଥାନ ପାଇଛି । ପୁରୁଷ ବିଭାଗରେ ଶକ୍ତିଶାଳୀ ସିଙ୍ଗାପୁର ଭାରତ ପାଇଁ ପଦକ ହାସଲରେ ବାଧା ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରାଯାଉଥିଲା । ହେଲେ ଭେଟେରାନ ଖେଳାଳିଙ୍କୁ ବିଶ୍ରାମ ଦେଇ ସିଙ୍ଗାପୁର ନବାଗତଙ୍କୁ ସାମିଲ କରି ଟୁର୍ନାମେଣ୍ଟକୁ ଓହ୍ଲାଇଛି । ୨୦୧୩ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫ଟି ଓ ୨୦୧୫ ସଂସ୍କରଣରେ ୪ଟି ଟାଇଟଲ ଜିତିଥିବା ଏହି ଦେଶ ଚଳିତଥରର ଭଲ ପ୍ରଦର୍ଶନ କରିବାନେଇ ଆଶଙ୍କା ରହିଛି। ସେହିପରି ମହିଳା ବିଭାଗରେ ଭାରତର ମୁକାବିଲା ହେବ ଦକ୍ଷିଣଆଫ୍ରିକା ଓ ଶ୍ରୀଲଙ୍କାର ପ୍ରତିଦ୍ୱନ୍ଦୀଙ୍କ ସହ । ଗ୍ରୁପ-ଏରେ ରହିଥିବା ଇଂଲଣ୍ଡ ମଧ୍ୟ ବିଶ୍ୱ ଟେବୁଲ ଟେନିସ କ୍ରୀଡ଼ା ମାନଚିତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର । ଲିଆମ ପିଚଫର୍ଡ ଓ ପଲ ଡ୍ରିଙ୍କହଲଙ୍କ ଭଳି ନାମିଦାମୀ ଖେଳାଳି ଚଳିତ ଥର ଇଂଲଣ୍ଡ ଦଳରେ ନାହାନ୍ତି। ସାମୁଏଲ ୱାଲକର ଦଳର ନେତୃତ୍ୱ ନେବେ । ନାଇଜେରିଆର ଭେଟେରିଆନ ଟିଟି ଖେଳାଳି ଅରୁଣା କ୍ବାଦ୍ରି, ସେଗୁନ ଟୋରିଓଲା ମଧ୍ୟ ଦଳରେ ନାହାନ୍ତି । ସମସ୍ତ ଦିଗକୁ ଦୃଷ୍ଟିରେ ରଖିଲେ ଘରୋଇ ପରିବେଶରେ ଭାରତ ପାଇଁ ଟାଇଟଲ ଜିତିବାର ଆଶା ଅଧିକ ।
ଅଭ୍ୟାସରେ ଶକ୍ତି ପ୍ରଦର୍ଶନ
ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଭାରତୀୟ ଖେଳାଳି ଅଭ୍ୟାସ କରିଛନ୍ତି । ସଚିନ ତେନ୍ଦୁଲକର ଇନଡୋର ହଲ ବଦଳରେ ଟୁର୍ନାମେଣ୍ଟର ଭେନ୍ୟୁ ଜବାହାରଲାଲ ଇନଡୋର ଷ୍ଟାଡିୟମରେ ଦଳର ତାରକା ଖେଳାଳି ଏ. ଶରଥ କମଲ, ମନିକା ବାତ୍ରା, ଅର୍ଚ୍ଚନା କାମଥ ଅଭ୍ୟାସକୁ ଓହ୍ଲାଇଥିଲେ । କିଛି ସମୟର ୱାର୍ମଅପ ପରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଉପସ୍ଥିତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା । ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଏହା ଭାରତୀୟ ଖେଳାଳିଙ୍କ ଏକ ପ୍ରକାର ଶକ୍ତିପ୍ରଦର୍ଶନ ବୋଲି ଦର୍ଶକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri