Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ

କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ। ଟେବୁଲ ଟେନିସ (ଟିଟି)ର ଏହି ମହାକୁମ୍ଭକୁ ଆଉ ମାତ୍ର ୩ ଦିନ ବାକି। ଏ ନେଇ ପ୍ରସ୍ତୁତି ସମସ୍ତ ବର୍ଗରୁ ଜୋରଦାର ଚାଲିଛି। ଭୁବନେଶ୍ୱରରେ ଖେଳାଳିଙ୍କ ସ୍ବାଗତ ସମ୍ବର୍ଦ୍ଧନାଠାରୁ ଆରମ୍ଭ କରି ହୋଟେଲରେ ରହଣି ପର୍ଯ୍ୟନ୍ତ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ତତ୍ପରତା ଦେଖାଇଛି। କଟକରେ ଟୁର୍ନାମେଣ୍ଟର ଭେନ୍ୟୁ ହୋଇଥିବା ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ପ୍ରସ୍ତୁତିର ଶେଷ ପାହାଚରେ। ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କଟକ ସହରରେ ଏହି ବଡ ଟୁର୍ନାମେଣ୍ଟକୁ ସଫଳପୂର୍ଣ୍ଣ ଭାବେ ଆୟୋଜନ କରିବାକୁ ସମସ୍ତ ବ୍ୟବସ୍ଥା ଆଗେଇ ଚାଲିଛି ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ପ୍ରେସ ବିବୃତିରେ ଜଣାଯାଇଛି। ଟେବୁଲ ଟେନିସ କ୍ରୀଡ଼ାର ମହାକୁମ୍ଭ ଭାବେ ପରିଚିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହା ହେଉଛି ୨୧ତମ ସଂସ୍କରଣ। ବିଶ୍ୱସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବାରେ ଏହି ସଂସ୍କରଣ ୫୦ବର୍ଷ ଛୁଇଁବ। ୧୯୭୧ ମସିହାରେ ପ୍ରଥମଥର ନିମନ୍ତେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସିଙ୍ଗାପୁରଠାରେ ହୋଇଥିଲା। ମାତ୍ର ଏହା ପୂର୍ବରୁ ୧୯୬୯ରେ ମ୍ୟୁନିକ୍‌ରେ ଟିଟିର ବିଶ୍ୱ ଚାମ୍ପିୟନ ହୋଇଥିଲା। ଭାରତରେ ମୋଟ ୬ଥର ରାଜ୍ୟଗୋଷ୍ଠୀ ଟିଟି କ୍ରୀଡ଼ା ପୂର୍ବରୁ ହୋଇଛି। ୧୯୮୨ରେ ବମ୍ବେରେ ପ୍ରଥମଥର ହୋଇଥିବା ବେଳେ ୧୯୯୪ରେ ହାଇଦ୍ରାବାଦରେ, ୨୦୦୧ରେ ନୂଆଦିଲ୍ଲୀରେ, ୨୦୦୭ରେ ଜୟପୁରରେ, ୨୦୧୩ରେ ନୂଆଦିଲ୍ଲୀରେ ଓ ୨୦୧୫ରେ ସୁରଟରେ ଶେଷଥର ପାଇଁ ଆୟୋଜିତ ହୋଇଥିଲା। ଚଳିତ ସଂସ୍କରଣର ଆୟୋଜନ ସୁଯୋଗ ଓଡ଼ିଶାକୁ ପ୍ରଦାନ କରାଯାଇଛି। ସୁରଟରେ ହୋଇଥିବା ଚାମ୍ପିୟନଶିପରେ ଆୟୋଜକ ଭାରତ ମୋଟ ୧୬ଟି ପଦକ ଜିତିଥିଲା। ଏହା ମଧ୍ୟରେ ୩ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ରହିଥିଲା। ଏହା ପୂର୍ବରୁ ୨୦୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଂସ୍କରଣରେ ଭାରତ ୯ଟି ପଦକ ଜିତିଥିଲା। ତେବେ କଟକରେ ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରହିଛି। ଶରଥ କମଲ, ଅର୍ଚ୍ଚନା କାମଥଙ୍କ ଭଳି ନାମୀଦାମୀ ଖେଳାଳି ଚଳିତ ସଂସ୍କରଣରେ ଭାରତ ପାଇଁ ପଦକ ଆଶା ନିଶ୍ଚିତ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।
-ପାକିସ୍ତାନ ପାଇଁ ଭିଜା ସମସ୍ୟା

ପୂର୍ବରୁ ୧୭ଟି ଦଳ ଏହି ଟୁର୍ନାମେଣ୍ଟରେ ସାମିଲ ହେବେ ବୋଲି ଘୋଷଣା ହୋଇଥିବା ବେଳେ ଏବେ ଏଥିରୁ ଦୁଇଟି ଦଳ ବାଦ୍‌ ପଡ଼ିବା ସ୍ପଷ୍ଟ ହୋଇଛି। ଭାରତ ଆସିବା ନିମନ୍ତେ ଉଗାଣ୍ଡା ଓ ଜର୍ସି ସେମାନଙ୍କ ସରକାରୀସ୍ତରରୁ କ୍ଲିୟରାନ୍ସ ପାଇନାହାନ୍ତି। ଯାହାଫଳରେ ଏହି ଦୁଇ ଯୋଗଦେବେନାହିଁ। ଅନ୍ୟପକ୍ଷରେ ଅନିଶ୍ଚିତତା ଭିତରେ ରହିଛି ପାକିସ୍ତାନ ଦଳ। ପାକିସ୍ତାନ ଖେଳାଳିଙ୍କୁ ଏ ପର୍ଯ୍ୟନ୍ତ ଭିଜା ମିଳି ନ ଥିବା ଜଣାପଡ଼ିଛି। ଟୁର୍ନାମେଣ୍ଟରେ ଯୋଗଦେବାକୁ ଥିବା ଦଳଗୁଡ଼ିକ ହେଲା ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ, ଇଂଲଣ୍ଡ, ଘାନା, ଗିନି, ମାଲେସିଆ, ନାଇଜେରିଆ, ସ୍କଟ୍‌ଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଲ୍ସ।
ଟିକେଟ ବିକ୍ରି ଜୋରଦାର
ଟୁର୍ନାମେଣ୍ଟ ନିମନ୍ତେ ଟିକେଟ ବିକ୍ରି ଜୋର୍‌ଦାର ଭାବେ ଚାଲିଛି ବୋଲି ଜଣାପଡ଼ିଛି। ୫ହଜାର ସଂଖ୍ୟକ ସିଟ ବିଶିଷ୍ଟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଭରପୂର ଦର୍ଶକ ରହିବାର ଆଶା ରହିଛି ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା କହିଛନ୍ତି। ସୂଚନାଥାଉ କି, ୫୦, ୧୦୦, ୨୦୦ ଓ ୪୦୦ ଟଙ୍କାର ଟିକେଟ ବିକ୍ରି କରାଯାଉଛି। ଧାର୍ଯ୍ୟ ୫୦ ଓ ୧୦୦ ମୂଲ୍ୟର ଟିକେଟଗୁଡ଼ିକ ଗୋଟିଏ ଦିନ ନିମନ୍ତେ ସମୟସୀମା ରହିଥିବା ବେଳେ ୨୦୦ ଓ ୪୦୦ ଟଙ୍କାବିଶିଷ୍ଟ ଟିକେଟ ଦ୍ୱାରା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ପାଇପାରିବେ ଦର୍ଶକ। ୧୫ ତାରିଖରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପରିସରରେ ବକ୍ସ ଅଫିସ ଖୋଲାଯାଇ ଟିକେଟର ହାର୍ଡକପି ପ୍ରଦାନ କରାଯିବ।
ସଜେଇ ହେଉଛି ସହର
ଚାମ୍ପିୟନଶିପକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍‌ସି) ସହରର ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦେଇଛି। ଷ୍ଟାଡିୟମ ସନ୍ନିକଟ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ କରାଯାଉଛି ବୋଲି ନିଗମର କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଏଥିସହିତ ସହରର ବିଭିନ୍ନ ଭାଗର କାନ୍ଥକୁ ଚିତ୍ରଣ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ କଟକର ବିଭିନ୍ନ ସ୍ଥାନରେ ୨୫ରୁ ଅଧିକ ହୋର୍ଡିଂ ମଧ୍ୟ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri