Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ

କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ। ଟେବୁଲ ଟେନିସ (ଟିଟି)ର ଏହି ମହାକୁମ୍ଭକୁ ଆଉ ମାତ୍ର ୩ ଦିନ ବାକି। ଏ ନେଇ ପ୍ରସ୍ତୁତି ସମସ୍ତ ବର୍ଗରୁ ଜୋରଦାର ଚାଲିଛି। ଭୁବନେଶ୍ୱରରେ ଖେଳାଳିଙ୍କ ସ୍ବାଗତ ସମ୍ବର୍ଦ୍ଧନାଠାରୁ ଆରମ୍ଭ କରି ହୋଟେଲରେ ରହଣି ପର୍ଯ୍ୟନ୍ତ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ତତ୍ପରତା ଦେଖାଇଛି। କଟକରେ ଟୁର୍ନାମେଣ୍ଟର ଭେନ୍ୟୁ ହୋଇଥିବା ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ପ୍ରସ୍ତୁତିର ଶେଷ ପାହାଚରେ। ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କଟକ ସହରରେ ଏହି ବଡ ଟୁର୍ନାମେଣ୍ଟକୁ ସଫଳପୂର୍ଣ୍ଣ ଭାବେ ଆୟୋଜନ କରିବାକୁ ସମସ୍ତ ବ୍ୟବସ୍ଥା ଆଗେଇ ଚାଲିଛି ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ପ୍ରେସ ବିବୃତିରେ ଜଣାଯାଇଛି। ଟେବୁଲ ଟେନିସ କ୍ରୀଡ଼ାର ମହାକୁମ୍ଭ ଭାବେ ପରିଚିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହା ହେଉଛି ୨୧ତମ ସଂସ୍କରଣ। ବିଶ୍ୱସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବାରେ ଏହି ସଂସ୍କରଣ ୫୦ବର୍ଷ ଛୁଇଁବ। ୧୯୭୧ ମସିହାରେ ପ୍ରଥମଥର ନିମନ୍ତେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସିଙ୍ଗାପୁରଠାରେ ହୋଇଥିଲା। ମାତ୍ର ଏହା ପୂର୍ବରୁ ୧୯୬୯ରେ ମ୍ୟୁନିକ୍‌ରେ ଟିଟିର ବିଶ୍ୱ ଚାମ୍ପିୟନ ହୋଇଥିଲା। ଭାରତରେ ମୋଟ ୬ଥର ରାଜ୍ୟଗୋଷ୍ଠୀ ଟିଟି କ୍ରୀଡ଼ା ପୂର୍ବରୁ ହୋଇଛି। ୧୯୮୨ରେ ବମ୍ବେରେ ପ୍ରଥମଥର ହୋଇଥିବା ବେଳେ ୧୯୯୪ରେ ହାଇଦ୍ରାବାଦରେ, ୨୦୦୧ରେ ନୂଆଦିଲ୍ଲୀରେ, ୨୦୦୭ରେ ଜୟପୁରରେ, ୨୦୧୩ରେ ନୂଆଦିଲ୍ଲୀରେ ଓ ୨୦୧୫ରେ ସୁରଟରେ ଶେଷଥର ପାଇଁ ଆୟୋଜିତ ହୋଇଥିଲା। ଚଳିତ ସଂସ୍କରଣର ଆୟୋଜନ ସୁଯୋଗ ଓଡ଼ିଶାକୁ ପ୍ରଦାନ କରାଯାଇଛି। ସୁରଟରେ ହୋଇଥିବା ଚାମ୍ପିୟନଶିପରେ ଆୟୋଜକ ଭାରତ ମୋଟ ୧୬ଟି ପଦକ ଜିତିଥିଲା। ଏହା ମଧ୍ୟରେ ୩ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ରହିଥିଲା। ଏହା ପୂର୍ବରୁ ୨୦୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସଂସ୍କରଣରେ ଭାରତ ୯ଟି ପଦକ ଜିତିଥିଲା। ତେବେ କଟକରେ ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରହିଛି। ଶରଥ କମଲ, ଅର୍ଚ୍ଚନା କାମଥଙ୍କ ଭଳି ନାମୀଦାମୀ ଖେଳାଳି ଚଳିତ ସଂସ୍କରଣରେ ଭାରତ ପାଇଁ ପଦକ ଆଶା ନିଶ୍ଚିତ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।
-ପାକିସ୍ତାନ ପାଇଁ ଭିଜା ସମସ୍ୟା

ପୂର୍ବରୁ ୧୭ଟି ଦଳ ଏହି ଟୁର୍ନାମେଣ୍ଟରେ ସାମିଲ ହେବେ ବୋଲି ଘୋଷଣା ହୋଇଥିବା ବେଳେ ଏବେ ଏଥିରୁ ଦୁଇଟି ଦଳ ବାଦ୍‌ ପଡ଼ିବା ସ୍ପଷ୍ଟ ହୋଇଛି। ଭାରତ ଆସିବା ନିମନ୍ତେ ଉଗାଣ୍ଡା ଓ ଜର୍ସି ସେମାନଙ୍କ ସରକାରୀସ୍ତରରୁ କ୍ଲିୟରାନ୍ସ ପାଇନାହାନ୍ତି। ଯାହାଫଳରେ ଏହି ଦୁଇ ଯୋଗଦେବେନାହିଁ। ଅନ୍ୟପକ୍ଷରେ ଅନିଶ୍ଚିତତା ଭିତରେ ରହିଛି ପାକିସ୍ତାନ ଦଳ। ପାକିସ୍ତାନ ଖେଳାଳିଙ୍କୁ ଏ ପର୍ଯ୍ୟନ୍ତ ଭିଜା ମିଳି ନ ଥିବା ଜଣାପଡ଼ିଛି। ଟୁର୍ନାମେଣ୍ଟରେ ଯୋଗଦେବାକୁ ଥିବା ଦଳଗୁଡ଼ିକ ହେଲା ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ, ଇଂଲଣ୍ଡ, ଘାନା, ଗିନି, ମାଲେସିଆ, ନାଇଜେରିଆ, ସ୍କଟ୍‌ଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଲ୍ସ।
ଟିକେଟ ବିକ୍ରି ଜୋରଦାର
ଟୁର୍ନାମେଣ୍ଟ ନିମନ୍ତେ ଟିକେଟ ବିକ୍ରି ଜୋର୍‌ଦାର ଭାବେ ଚାଲିଛି ବୋଲି ଜଣାପଡ଼ିଛି। ୫ହଜାର ସଂଖ୍ୟକ ସିଟ ବିଶିଷ୍ଟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଭରପୂର ଦର୍ଶକ ରହିବାର ଆଶା ରହିଛି ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା କହିଛନ୍ତି। ସୂଚନାଥାଉ କି, ୫୦, ୧୦୦, ୨୦୦ ଓ ୪୦୦ ଟଙ୍କାର ଟିକେଟ ବିକ୍ରି କରାଯାଉଛି। ଧାର୍ଯ୍ୟ ୫୦ ଓ ୧୦୦ ମୂଲ୍ୟର ଟିକେଟଗୁଡ଼ିକ ଗୋଟିଏ ଦିନ ନିମନ୍ତେ ସମୟସୀମା ରହିଥିବା ବେଳେ ୨୦୦ ଓ ୪୦୦ ଟଙ୍କାବିଶିଷ୍ଟ ଟିକେଟ ଦ୍ୱାରା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ପାଇପାରିବେ ଦର୍ଶକ। ୧୫ ତାରିଖରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପରିସରରେ ବକ୍ସ ଅଫିସ ଖୋଲାଯାଇ ଟିକେଟର ହାର୍ଡକପି ପ୍ରଦାନ କରାଯିବ।
ସଜେଇ ହେଉଛି ସହର
ଚାମ୍ପିୟନଶିପକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍‌ସି) ସହରର ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦେଇଛି। ଷ୍ଟାଡିୟମ ସନ୍ନିକଟ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ କରାଯାଉଛି ବୋଲି ନିଗମର କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଏଥିସହିତ ସହରର ବିଭିନ୍ନ ଭାଗର କାନ୍ଥକୁ ଚିତ୍ରଣ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ କଟକର ବିଭିନ୍ନ ସ୍ଥାନରେ ୨୫ରୁ ଅଧିକ ହୋର୍ଡିଂ ମଧ୍ୟ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?