ରାଜ୍ୟଗୁଡ଼ିକୁ କେନ୍ଦ୍ରର ସର୍କୁଲାର ଜାରି;ଗାଡ଼ିର ଚାଲାଣ କାଟିବା ପୂର୍ବରୁ ଆପ୍‌ ମାଧ୍ୟମରେ ଯାଞ୍ଚ କର

ନୂଆଦିଲ୍ଲୀ,୨୪-୯: ଗାଡିର ଯାଞ୍ଚ ବେଳେ ଚାଳକଙ୍କ ଦ୍ୱାରା ମୂଳ କାଗଜପତ୍ର ଦାଖଲ କରାଯାଇ ନ ପାରିଲେ ଏମ୍‌-ପରିବହନ କିମ୍ବା ଇ-ଚାଲାଣ ମାଧ୍ୟମରେ ଯାଞ୍ଚ କରିବା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ କିମ୍ବା ପୋଲିସ ଚାଲାଣ କାଟିପାରିବେ ବୋଲି କେନ୍ଦ୍ର ସରକାର ସୋମବାର ରାଜ୍ୟ ସରକାରଗୁଡ଼ିକୁ ସର୍କୁଲାର ଜାରି କରି ସ୍ପଷ୍ଟ କରିଛନ୍ତି। ଏଥିସହ ଏମ୍‌-ପରିବହନ ଆପ୍‌ର ଡିଜିଲକର୍‌ରେ ଥିବା ଗାଡ଼ିର ତଥ୍ୟକୁ ପୋଲିସ ଗ୍ରହଣ କରିବାକୁ ବାଧ୍ୟ ବୋଲି ଏଥିରେ ଦର୍ଶାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ସର୍କୁଲାର ଜାରି ପରେ ଗାଡ଼ି ମାଲିକମାନେ ସ୍ବସ୍ତିର ନିଃଶ୍ୱାସ ମାରିଛନ୍ତି। କାରଣ ବହୁ କ୍ଷେତ୍ରରେ ଦେଖାଯାଇଛି ଯେ, ଗାଡ଼ିର ସମସ୍ତ କାଗଜପତ୍ର ରହିଥିଲେ ସୁଦ୍ଧା ମାଲିକ ଏହାର ମୂଳ ଦସ୍ତାବେଜ ସାଥିରେ ରଖି ନ ଥିବାରୁ ପୋଲିସ ଚାଲାଣ କାଟୁଛି। ପୋଲିସ ଡିଜିଲକର୍‌ରେ ଥିବା ଗାଡ଼ିର ତଥ୍ୟକୁ ଗ୍ରହଣ କରୁନାହିଁ। ଏନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ବହୁ ଅଭିଯୋଗ ଆସିବା ପରେ ସର୍କୁଲାର ଜାରି କରାଯାଇଛି। ତେବେ ଗାଡ଼ି ଚାଳକଙ୍କ ନିକଟରେ ସ୍ମାର୍ଟଫୋନ ନ ଥିଲେ ପୋଲିସ ଏମ୍‌-ପରିବହନ କିମ୍ବା ଇ-ଚାଲାଣ ଆପ୍‌ରୁ ଗାଡ଼ିର ରେଜିଷ୍ଟ୍ରେଶନ, ଡ୍ରାଇଭିଂ ଲାଇସେନ୍ସ ଓ ପିୟୁସି(ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ)କୁ ଯାଞ୍ଚ କରିପାରିବେ। ସର୍କୁଲାରରେ କୁହାଯାଇଛି ଯେ, ଗାଡ଼ିର ସମସ୍ତ କାଗଜପତ୍ର ଡିଜିଲକର୍‌ରେ ସଞ୍ଚତ୍ତ ହୋଇଥିଲେ ଏହା ବୈଧ ହେବ ଏବଂ ଏହାକୁ ପୋଲିସ ମାନିବାକୁ ବାଧ୍ୟ। ମୂଳ ଦସ୍ତାବେଜ ଦେଖାଇ ନ ପାରିଲେ ମଧ୍ୟ ଗାଡ଼ି ଚାଳକଙ୍କଠାରୁ ଫାଇନ ଆଦାୟ କରାଯାଇପାରିବ ନାହିଁ। ସୂଚନାଥାଉ କି, ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ସଂଶୋଧିତ ସଡ଼କ ପରିବହନ ଆଇନ ଲାଗୁ ହେବା ପରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ବେଳେ ଲୋକଙ୍କୁ ଅଯଥା ହଇରାଣ ହରକତ କରାଯାଉଥିବାର ଅଭିଯୋଗ ହେଉଛି। ଗାଡ଼ି ଚାଳକଙ୍କ ଠାରୁ ଗାଡ଼ିର ମୂଳ ଦସ୍ତାବେଜ ଦାବି କରାଯାଉଛି। ଏହା ତତ୍‌କ୍ଷଣାତ ଉପସ୍ଥାପନ କରା ନ ଗଲେ ସେମାନଙ୍କ ଠାରୁ ବହୁ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri