ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ ଭାବେ ଚାଲିଥିଲା। ଫଳରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ଅନେକାଂଶରେ ପ୍ରତିହତ କରାଯାଇପାରିଛି। ହେଲେ ଆଗାମୀ ଦିନରେ ତାହା ସମ୍ଭବ ହେବାରେ ଅନିଶ୍ଚିତତା ଦେଖାଯାଇଥିବା ରବିବାର ଏସ୍‌ଆର୍‌ସି ପ୍ରଦୀପ ଜେନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ଏଯାବତ୍‌ ଲକ୍‌ଡାଉନ୍‌ ଯୋଗୁ ବାହାର ରାଜ୍ୟରୁ ଏବଂ ବାହାର ଦେଶରୁ ପ୍ରବାସୀମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ରେଳ ଓ ଉଡାଜାହାଜ ମାଧ୍ୟମରେ ନିୟନ୍ତ୍ରିତ ଭାବେ ରାଜ୍ୟକୁ ଆସୁଥିଲେ। ରାଜ୍ୟରେ ପହଞ୍ଚିବା ପରେ ସୀମା ଚେକ୍‌ପୋଷ୍ଟ, ରେଳ ଷ୍ଟେଶନ, ବିମାନବନ୍ଦରରେ ଟେଷ୍ଟ ହେବା ପରେ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇ ସେମାନଙ୍କୁ ନିଜ ଜିଲା, ନିଜ ସହର ଅଥବା ନିଜ ପଞ୍ଚାୟତକୁ ପଠାଯାଉଥିଲା। ଏହାପୂର୍ବରୁ ସେମାନଙ୍କର ସମସ୍ତ ତଥ୍ୟ ଅଣାଯାଉଥିଲା। ତଦନୁଯାୟୀ ସେମାନଙ୍କ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଉଥିଲା। ଗ୍ରାମାଞ୍ଚଳରେ ପଞ୍ଚାୟତ/ସରପଞ୍ଚ ଏବଂ ସହରାଞ୍ଚଳରେ ସହରାଞ୍ଚଳ କର୍ତ୍ତୃପକ୍ଷ ତଥା ଓ୍ବାର୍ଡ ଅଧିକାରୀମାନେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍‌କୁ ସୁପରିଚାଳନା ତଦାରଖ କରୁଥିଲେ। ଇତିମଧ୍ୟରେ କେନ୍ଦ୍ର ସରକାର ପ୍ରବାସୀମାନେ ରାଜ୍ୟକୁ ଫେରିବା ପଦ୍ଧତିରେ ଅନେକ ପରିବର୍ତ୍ତନ କରିଛନ୍ତି। ଏପର୍ଯ୍ୟନ୍ତ କେବଳ ଶ୍ରମିକ ସ୍ପେଶାଲ, ସ୍ବତନ୍ତ୍ର ଉଡାଣ ମାଧ୍ୟମରେ ପ୍ରବାସୀମାନେ ଏବଂ କେତେକ ସ୍ବତନ୍ତ୍ର ବସ୍‌ ମାଧ୍ୟମରେ ପୂର୍ବରୁ ପ୍ରାକ୍‌ ପଞ୍ଜୀକରଣ କରି ଆମ ରାଜ୍ୟକୁ ଆସୁଥିଲେ। କିଛି ଦିନ ତଳେ କେନ୍ଦ୍ର ସରକାର ସ୍ବତନ୍ତ୍ର ଏସି ସ୍ପେଶାଲ ଟ୍ରେନ୍‌କୁ ନୂଆଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରାଇଛନ୍ତି। ଏହାଛଡ଼ା ସୋମବାରଠାରୁ ସାଧାରଣ ବିମାନ ଚଳାଚଳ ବ୍ୟବସ୍ଥା ପୁଣି ଆରମ୍ଭ ହେବ। ଉଭୟ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦରରୁ ରାଜ୍ୟକୁ ଏବଂ ରାଜ୍ୟରୁ ବାହାରକୁ ସାଧାରଣ ବିମାନସେବା ହେବ। ସେହିଭଳି ନିକଟ ଭବିଷ୍ୟତରେ ସାଧାରଣ ବ୍ୟବସାୟୀକ ଯାତ୍ରୀବାହୀ ରେଳ ଚଳାଚଳ ମଧ୍ୟ ଆରମ୍ଭ ହେବ। ଫଳରେ ଆଗୁଆ ସୂଚନା ବିନା ରାଜ୍ୟକୁ ବାହାର ରାଜ୍ୟରୁ ଅଥବା ଦେଶରୁ ଅନେକ ଯାତ୍ରୀ ଆସିବାର ସମ୍ଭାବନା ରହିଛି। ବିନା ସୂଚନା, ବିନା ପ୍ରାକ୍‌ ପଞ୍ଜୀକରଣରେ ବହୁ ପ୍ରବାସୀ ରାଜ୍ୟକୁ ଆସିବା ଫଳରେ ବ୍ୟବସ୍ଥିତ ତଥା ନିୟନ୍ତ୍ରୀତ ଢ଼ଙ୍ଗରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ କରିବାରେ ଅସୁବିଧା ଦେଖାଦେଇପାରେ।

ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ, କୌଣସି ବ୍ୟକ୍ତି ଯଦି ରାଜ୍ୟ ବାହାରୁ ଆସନ୍ତି ତାହାହେଲେ ଜଣେ ସୁନାଗରିକ ହିସାବରେ ଏ ସମ୍ପର୍କିତ ତଥ୍ୟ ନିକଟସ୍ଥ ପଞ୍ଚାୟତ ଅଥବା ସହରାଞ୍ଚଳ ଅଧିକାରୀଙ୍କୁ ଦେବାରେ ସାହାଯ୍ୟ କରନ୍ତୁ। ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ପ୍ରବାସୀମାନେ ସ୍ବତନ୍ତ୍ର ସ୍ପେଶାଲ ଟ୍ରେନ୍‌ ଯୋଗେ ଆମ ରାଜ୍ୟକୁ ଆସୁଛନ୍ତି। ପୂର୍ବ ନିୟମ ଅନୁସାରେ ଓଡ଼ିଶା ସରକାରଙ୍କ ସହମତି କ୍ରମେ ଅନ୍ୟ ରାଜ୍ୟରୁ ଟ୍ରେନ୍‌ ଚଳାଚଳ ହେଉଥିଲା। ଯାତ୍ରୀମାନେ ଆସିବା ପୂର୍ବରୁ/ ଟ୍ରେନ୍‌ ଛାଡ଼ିବା ପୂର୍ବରୁ ସେମାନଙ୍କ ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥାଏ। ତଦନୁଯାୟୀ ସେମାନେ କେଉଁ ଜିଲାର ଲୋକ, କେଉଁଠିକୁ ଯିବେ ସମସ୍ତ ସୂଚନା ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ରାଜ୍ୟକୁ ଦିଅନ୍ତୁ। ଉକ୍ତ ତଥ୍ୟନୁଯାୟୀ, ରାଜ୍ୟର କେଉଁ ନିର୍ଦ୍ଧିଷ୍ଟ ଷ୍ଟେଶନରେ ରେଳ ରହିବ, ସେଠାରୁ କେଉଁ ଜିଲାକୁ ଯାତ୍ରୀ ଯିବେ, କେତେ ସଂଖ୍ୟକ ଯାତ୍ରୀ ଯିବେ ଆକଳନ କରି ପୂର୍ବରୁ ବ୍ୟବସ୍ଥା କରାଯାଏ। ସବୁ ଜିଲାକୁ ବସ୍‌ ଯେଗେ ଯାତ୍ରୀମାନେ ସରକାରୀ ଖର୍ଚ୍ଚରେ ଯାଇଥାନ୍ତି। ଜିଲାରେ ପହଞ୍ଚିବା ପରେ ସ୍ବାସ୍ଥ୍ୟବିଭାଗ ନିୟମାନୁଯାୟୀ ତାଙ୍କୁ ସରକାରଙ୍କ ତରଫରୁ ବ୍ୟବସ୍ଥିତ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥାଏ। କିନ୍ତୁ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ଆମ ରାଜ୍ୟର ବିନା ସହମତିରେ ବି ଟ୍ରେନ୍‌ ଆସିପାରିବେ। ଫଳରେ ଅନେକ ଗୁଡ଼ିଏ ଟ୍ରେନ୍‌ ଏକାସାଙ୍ଗରେ ଆମ ରାଜ୍ୟକୁ ବାହାରୁଛି। ଫଳରେ ନିର୍ଦ୍ଧିଷ୍ଟ ଷ୍ଟେଶନରେ କେତେ ସଂଖ୍ୟକ ଯାତ୍ରୀ ଆସିବେ, ସେମାନଙ୍କ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଏଣୁ ବିନା ତଥ୍ୟରେ ଏଭଳି ସମସ୍ୟା ଉପୁଜିପାରେ।

ତେଲଙ୍ଗାନାରୁ ଶନିବାର ରାତିରୁ ଓଡ଼ିଶାକୁ ୧୨ଟି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ଏହି ଟ୍ରେନ୍‌ ବିଷୟରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଫଳରେ ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ ସୂଚନା ମିଳିଛି। ୨୦ହଜାରୁ ଅଧିକ ପ୍ରବାସୀ ପାଖାପାଖୀ ସମୟରେ ପହଞ୍ଚିବେ। ଏନେଇ କୌଣସି ସୂଚନା ନାହିଁ। ଏଣୁ ସରକାର ଯୋଗାଇ ଆସୁଥିବା ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇ ନ ପାରେ। ଫଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏଣୁ ବିନା ସୂଚନାରେ ଆସିଲେ, ପୂର୍ବରୁ ସୂଚନା ଦିଅନ୍ତୁ। ପ୍ରବାସୀ ଓଡ଼ିଆଙ୍କୁ ପଠାଇବାର ଥିଲେ ଆଗକୁ ସୂଚନା ଦେବାରେ ସାହାଯ୍ୟ କରନ୍ତୁ। ଫଳରେ ପ୍ରବାସୀମାନେ ସେମାନେ ଅସୁବିଧାର ସମ୍ମୁଖୀନ ନ ହେବେ ତାହାର ବ୍ୟବସ୍ଥା କରିହେବ। ବିନା ସୂଚନାରେ ପହଞ୍ଚିଲେ ହଇରାଣ ହେବେ। ଏଣୁ ରାଜ୍ୟକୁ ଆଗୁଆ ସୂଚନା ଦେବାକୁ ଚେଷ୍ଟା କରନ୍ତୁ।

ପ୍ରବାସୀଙ୍କୁ ରେଳ ଭଡ଼ା ଛାଡ଼ କରାଯାଇ ସାଢ଼େ ୫ କୋଟି ଟଙ୍କା ଡିପୋଜିଟ୍‌ କରାଯାଇସାରିଛି। ଫଳରେ ପ୍ରବାସୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରାଯାଉଥିଲା। କିନ୍ତୁ ପ୍ରବାସୀମାନେ ବିନା ସୂଚନାରେ ଆସିଲେ ପହଞ୍ଚିବା ପରେ ଗନ୍ତବ୍ୟସ୍ଥଳକୁ ଯାତ୍ରା ବ୍ୟବସ୍ଥା କରାଯାଇପାରୁ। ଏପରିକି ଦାଦନ ଟିକେଟ ବ୍ୟବସ୍ଥାକୁ ଲାଗୁ କରାଯିବ ନାହିଁ। ଏଣୁ ସ୍ବତନ୍ତ୍ର ଟ୍ରେନ୍‌ରେ ଆସିବା ପୂର୍ବରୁ ସୂଚନା ଦିଅନ୍ତୁ ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri