Posted inଖେଳ

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ସାଇନା ସାଲୋନିକା ଓ ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଛନ୍ତି। ସମ୍ପ୍ରତି କିଟ୍‌ରେ ଅଧ୍ୟୟନରତ ମହିଳା ଫିଡେ ମାଷ୍ଟର ସାଇନା (୨୧୨୩ ରେଟିଂ) ବାଳିକା ବିଭାଗରେ ୬ ରାଉଣ୍ଡରୁ ୬ ପଏଣ୍ଟ ହାସଲ କରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ବୟସବର୍ଗ ଚାମ୍ପିୟନଶିପ୍‌ ୭, ୯, ୧୧, ୧୩, ୧୫ ବର୍ଷରୁ କମ୍‌ ବର୍ଗରେ ଚାମ୍ପିୟନ ହୋଇ ସାରିଥିବା ସାଇନା ଏଥର ୧୭ ବର୍ଷରୁ କମ୍‌ରେ ଅପରାଜେୟ ରହିବା ସହ ବିଜୟ ମୁକୁଟ ପିନ୍ଧିଛନ୍ତି। କଟକର ଅଙ୍କିତା ସାହୁ (୫ ପଏଣ୍ଟ) ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପଲକ ମହାପାତ୍ର, ପ୍ରକୃତି ରାଉତ(ଉଭୟେ ୪ ପଏଣ୍ଟ ଲେଖାଏ), ସ୍ବସ୍ତିକା ପରିଡ଼ା, ଅଦିତି ଉପାସନା ପଟ୍ଟନାୟକ, ଅଞ୍ଜଳି ମିଶ୍ର, ରୋଜାଲିନ ବେହେରା, ନିୟତି ନିହାରିକା ମହାପାତ୍ର ପ୍ରମୁଖ ୩ ପଏଣ୍ଟ ଲେଖାଏ ପାଇ ପଛକୁପଛ ରହିଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧାର ଦେବୀ ପ୍ରସାଦ (୧୪୧୮ ରେଟିଂ) ଓପନ ବିଭାଗରେ ୭ ରାଉଣ୍ଡରୁ ୬.୫ ପଏଣ୍ଟ ହାସଲ କରି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ମୟୁରଭଞ୍ଜର ଅନୁବ୍ରତ ପ୍ରିୟଦର୍ଶନ ସାହୁ ୬ ପଏଣ୍ଟ ସହ ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆୟୁଷ ଆର୍ଯ୍ୟନ ମହାପାତ୍ର, ସାଇ ସ୍ବରୂପ ମିଶ୍ର(ଉଭୟେ ୫.୫ ପଏଣ୍ଟ), ଭବେଶ କୁମାର ବର୍ଦ୍ଧନ, ସଞ୍ଜୟ କୁମାର ରଥ, ସିଦ୍ଧେଶ କାମିଲା, ପୀୟୂଷ କୁମାର ସାହୁ, ରୁକ୍ମଣ କୁମାର ସାହୁ ଓ ତ୍ରିଦେବ ତୀର୍ଥଙ୍କର(ପ୍ରତ୍ୟେକ ୫ ପଏଣ୍ଟ ଲେଖାଏ) ଟପ୍‌-୧୦ ଫିନିଶ୍‌ କରିଛନ୍ତି। ମନୋରଞ୍ଜନ ପଣ୍ଡା ଟୁର୍ନାମେଣ୍ଟ ଡାଇରେକ୍ଟର ଥିବାବେଳେ ଭବେଶ ମହାନ୍ତି ମୁଖ୍ୟ ଆର୍ବିଟର ଓ ସନ୍ତୋଷ ମହାପାତ୍ର ଆର୍ବିଟର ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri