ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଗିରଫ, ସରକାରୀ ସହାୟତା ମନା

ଭୁବନେଶ୍ୱର,୩।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଚିନ୍ତା ବଢ଼ାଇଲେଣି ପ୍ରବାସୀ ଓଡ଼ିଆ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ଏବେ ରାଜ୍ୟକୁ ଫେରୁଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ବସ୍‌ ଏବଂ ଟ୍ରେନ୍‌ର ବ୍ୟବସ୍ଥା କରାଯାଉଛି। ଏସବୁ ସତ୍ତ୍ୱେ କିଛି ବିଶୃଙ୍ଖଳିତ ଆଚରଣ କରୁଥିବା ନଜରକୁ ଆସୁଛି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରବିବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ତାଙ୍କ କ୍ୱାରାଣ୍ଟାଇନ୍‌ ସ୍ଥାନ ପରିବର୍ତ୍ତନ, ଅବଧି ବଢ଼ାଯିବା ଯିବା ଗିରଫ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜଧାନୀ, ଜିଲା ପ୍ରଶାସନ, ବ୍ଲକ, ପଞ୍ଚାୟତସ୍ତରରେ କର୍ମଚାରୀମାନେ ସ୍ବାସ୍ଥ୍ୟକୁ ଭ୍ରୁକ୍ଷେପ ନ କରି କାମ କରୁଛନ୍ତି। ବର୍ତ୍ତମାନ ସମୟରେ ସମସ୍ତଙ୍କ ସ୍ବାସ୍ଥ୍ୟର ନିରାପତ୍ତା ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଛି। ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ବାହାରେ ଥିବା ଓଡ଼ିଆ ଭଉଣୀଭାଇମାନେ କିଭଳି ଆସିବେ ସେଥିପାଇଁ ଆଲୋଚନା କରାଯାଇଛି। ଏହାକୁ ନେଇ ପ୍ରଶାସନ ତରଫରୁ ମଧ୍ୟ ଏସ୍‌ଓପି ଜାରି କରାଯାଇଛି। ପଞ୍ଚାୟତସ୍ତରରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକରେ ଅନେକ ପ୍ରସ୍ତୁତି କରାଯାଇଛି। ଏହାଫଳରେ ଲୋକମାନେ ଫେରିପାରିବାର ସୁବ୍ୟବସ୍ଥିତ ବନ୍ଦୋବସ୍ତ ମଧ୍ୟ କରାଯାଇପାରିଛି।

ରବିବାର ଏହି କ୍ରମରେ କେରଳରୁ ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିଛି। ଏଥିରେ ଏକ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଆସିଛନ୍ତି। ରେଳ ଅଧିକାରୀ, ଜିଲା ପ୍ରଶାସନ, ପୋଲିସ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସହାୟତାରେ ସମସ୍ତଙ୍କୁ ସେମାନଙ୍କ ପଞ୍ଚାୟତରେ ପହଞ୍ଚାଯାଇସାରିଛି। ଯେବେଠାରୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବେଶ କଟକଣା ହଟାଯାଇଛି, ସେବେଠାରୁ ଅନେକ ଗାଡ଼ିରେ ଲୋକେ ଆସିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ କରାଯାଉଛି। ଏସବୁ ଓଡ଼ିଶାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ପାଇଁ କରାଯାଉଛି। ଏଥିରେ ବିଶୃଙ୍ଖଳା ହେଉ ଚାହୁଁନାହୁଁ।

କିଛି ଲୋକ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ନିୟମକୁ ଉଲ୍ଲଂଘନ କରୁଥିବା ନଜର ଆସୁଛି। ସେମାନେ ନିଜ ସହ ପରିବାର ଏବଂ ସମାଜର ସ୍ବାସ୍ଥ୍ୟକୁ ବିପଦରେ ପକାଉଛନ୍ତି। ରାଜ୍ୟ ସରକାର ଏହାକୁ ବରଦାସ୍ତ କରିବେ ନାହିଁ। ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉକ୍ତ ଜିଲାରୁ ବାହାର କରି ଦୂର ଜିଲାରେ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ତାଙ୍କର କ୍ୱାରାଣ୍ଟାଇନ୍‌ ଅବଧି ବଢ଼ାଯିବ। ସରକାରଙ୍କ ପକ୍ଷରୁ ସହାୟତା ଦିଆଯିବ ନାହିଁ। ଗିରଫ ମଧ୍ୟ କରାଯିବ। ସରପଞ୍ଚ ତଥା ପ୍ରଶାସନର ଦାୟିତ୍ୱ ଏହାକୁ ପାଳନ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ଆମେରିକାର ମାଲବାହୀ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଏଥିପାଇଁ ଇରାନ ଦାୟୀ ବୋଲି ଦାବି କଲା

ତେହରାନ,୨।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ଅସ୍ଥିର ରହିଛି। ଏହି ସମୟରେ, ଦୁଇ…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଭାଜପା ଛାଡ଼ି ନୂଆ ଦଳ ଗଢ଼ିବେ ଆନ୍ନାମଲାଇ, କାହିଁକି ଏହି ନିଷ୍ପତ୍ତି ଜାଣନ୍ତୁ

ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri