ରାଜ୍ୟ ମନ୍ତ୍ରିମଣ୍ଡଳରେ ୬୨ ପ୍ରତିଶତ ନେତା କୋଟିପତି : ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ରାଜ୍ୟ ମନ୍ତ୍ରିମଣ୍ଡଳର ୬୨ପ୍ରତିଶତ ସଦସ୍ୟ କୋଟିପତି ରାଜନେତା। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ କୋଟିପତି ରାଜନେତା ମନ୍ତ୍ରୀପରିଷଦରେ ସ୍ଥାନ ପାଇଛନ୍ତି। ୨୦୧୪ ନିର୍ବାଚନ ପରେ ଗଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍‌ରେ ୫୯ ପ୍ରତିଶତ କୋଟିପତି ମନ୍ତ୍ରୀ ରହିଥିଲେ। ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୭.୩୪ କୋଟି ଟଙ୍କା ରହିଥିଲା। ସେତେବେଳେ ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀଙ୍କ ହାରିହାରି ସମ୍ପତ୍ତିର ପରିମାଣ ୨.୨୭ ପ୍ରତିଶତ ରହିଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ସର୍ବାଧିକ ୬୩ କୋଟି ଟଙ୍କା ଉଲ୍ଲେଖ କରାଯାଇଥିବା ବେଳେ ନବ ଦାସଙ୍କ ସମ୍ପତ୍ତି ୩୩ କୋଟି ଏବଂ ପ୍ରତାପ ଜେନାଙ୍କ ସମ୍ପତ୍ତି ୯ କୋଟି ବୋଲି ଦର୍ଶାଯାଇଛି। ଅନୁରୂପ ଭାବେ ବକେୟା ଦେୟ ବାବଦରେ ମନ୍ତ୍ରୀ ନବ ଦାସ (୨୧ କୋଟି) , ରଣେନ୍ଦ୍ର ପ୍ରତାପ ସ୍ବାଇଁ(୨୭ ଲକ୍ଷ) ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ୨ ଲକ୍ଷ ଟଙ୍କା ରହିଛି। ଗତଥର ୬ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଚଳିତଥର ୮ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ରହିଛି। ଆପରାଧିକ ମାମଲା ଥିବା ମନ୍ତ୍ରୀମାନଙ୍କ ପ୍ରତିଶତ ୨୭%ରୁ ୩୮% ବୃଦ୍ଧି ପାଇଛି। ଗତଥର ୪ ଜଣଙ୍କ ନାଁରେ ଗୁରୁତର ଆପରାଧିକ ମାମଲା ଥିବାବେଳେ ଚଳିତ ମନ୍ତ୍ରିପରିଷଦରେ ୭ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ରହିଛି। ସେହିପରି ମନ୍ତ୍ରିମଣ୍ଡଳରେ ପୂର୍ବପରି ମାତ୍ର ୨ ଜଣ ମହିଳାଙ୍କୁ ସ୍ଥାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଆମେରିକା-ଇରାନର ଶାନ୍ତି ଚୁକ୍ତିକୁ ବିଶ୍ୱର ସ୍ବାଗତ

ଓ୍ବାଶିଂଟନ,୧୫ା୬: ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ବାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri