ରାଜ୍ୟ ବାହାରର ୮ ଶ୍ରମିକଙ୍କୁ କରୋନା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କଟକଣା କୋହଳ ହେବା ପଠାରୁ ରାଜଧାନୀ ଭୁବନେଶ୍ୱରକୁ ବାହାର ରାଜ୍ୟରୁ ଦଳଦଳ ହୋଇ ଶ୍ରମିକ ଆସୁଛନ୍ତି। ସବୁ ନିୟମକୁ ଜଳାଞ୍ଜଳି ଦେଇ ଅମାନିଆ କଣ୍ଟ୍ରାକ୍ଟର ସେମାନଙ୍କୁ କାମରେ ଲଗାଉଛନ୍ତି। ବିଶେଷକରି କରୋନା ହଟ୍‌ସ୍ପଟ ରାଜ୍ୟ ପଶ୍ଚିମବଙ୍ଗରୁ ଅଧିକ ଶ୍ରମିକ ଆସିଥିବାବେଳେ ଉତ୍ତରପ୍ରଦେଶ, ଛତିଶଗଡ଼ ଓ ଅନ୍ୟ ରାଜ୍ୟରୁ ମଧ୍ୟ ଶ୍ରମିକଙ୍କୁ ଭୁବନେଶ୍ୱର ଅଣାଯାଉଛି। ଏମାନଙ୍କ ପାଇଁ ସହରର ସଂକ୍ରମଣ ବଢ଼ିବା ସହ ସ୍ଥିତି ବିଗିଡିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଏବେ ସତ ହେବାରେ ଲାଗିଛି। ସୋମବାର ଭୁବନେଶ୍ୱରରୁ ଚିହ୍ନଟ ୧୧ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ବାହାର ରାଜ୍ୟର ଶ୍ରମିକ ଥିବା ଜଣାପଡିଛି। ସେମାନେ ଅନ୍ୟକେତେଜଣଙ୍କ ସହ ଭୁବନେଶ୍ୱର ଆସି ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶନ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଥିଲା। ଏବେ ନମୁନା ପଜିଟିଭ୍‌ ଆସିଥିବାରୁ ସହରରେ ଆହୁରି ବହୁ ସଂକ୍ରମିତ ଶ୍ରମିକ ଥିବା ଅନୁମାନ କରାଯାଉଛି। ତେବେ ଚିହ୍ନଟ ହୋଇଥିବା ୧୧ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ଶ୍ରମିକ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଥିବାବେଳେ ୩ଜଣ ରେଳ କର୍ମଚାରୀ ଥିବା ବିଏମ୍‌ସି ଟୁଇଟ୍‌ ଯୋଗେ ଜଣାଇଛି। ମଞ୍ଚେଶ୍ୱରରୁ ଚିହ୍ନଟଙ୍କ ମଧ୍ୟରେ ୬ଜଣ ପୁରୁଷ ଓ ସେମାନଙ୍କ ଘର ଉତ୍ତରପ୍ରେଦେଶ। ଅନ୍ୟଜଣେ ଆକ୍ରାନ୍ତ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ। ସମସ୍ତେ ମଞ୍ଚେଶ୍ୱରସ୍ଥିତ ଏକ ଖବରକାଗଜ କାର୍ଯ୍ୟାଳୟ ନିକଟରେ କାମ କରୁଥିଲେ। ଅଷ୍ଟମ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗର ଓ ସେ ନିକଟରେ ଭୁବନେଶ୍ୱର ଆସି ବାଣୀବିହାର ଅଞ୍ଚଳରେ କାମ କରୁଥିଲେ। ଅନ୍ୟ ୩ ଆକ୍ରାନ୍ତ ରେଳ କର୍ମଚାରୀ ହୋଇଥିବାବେଳେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri