ରାଜସ୍ଥାନର ନିଆରା ପରିବାର: ମାଟିରେ ତିଆରି କରୁଛନ୍ତି ସୁନା ଭଳି ସୁନ୍ଦର ଅଳଙ୍କାର

ଏପରି ଏକ ସହର ରହିଛି ଯେଉଁଠାରେ ସୁନା ଭଳି ସୁନ୍ଦର ଅଳଙ୍କାରମାନ ମାଟିରେ ତିଆରି କରାଯାଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ବିକାନେର ଜିଲାର ବିଶାଲା ଗାଁରେ। ଉକ୍ତ ଗଁାରେ ରହୁଥିବା ଏକ ପରିବାର ମାଟିରେ ଅଳଙ୍କାରମାନ ତିଆରି କରିଥାନ୍ତି। ଆଉ ଏହାକୁ ଦେଶର ବହୁ ସହରରେ ବିକ୍ରି କରି ନିଜର ପେଟ ପୋଷିଥାନ୍ତି। ଯେପରି ସୁନାରେ ତିଆରି ହୋଇଥିବା ଅଳଙ୍କାର ଜଣେ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ସେହିପରି ମାଟିରେ ତିଆରି ହୋଇଥିବା ଅଳଙ୍କାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦେଇଥାଏ। କିନ୍ତୁ ୨ଟି ଅଳଙ୍କାର ମଧ୍ୟରେ ପାର୍ଥକ୍ୟ ରହିଛି। ଯିଏ ସୁନା ଅଳଙ୍କାର କ୍ରୟ କରିବାକୁ ସକ୍ଷମ ନୁହେଁ ତାଙ୍କ ପାଇଁ ଏହି ମାଟିର ଅଳଙ୍କାର ବହୁ ମୂଲ୍ୟବାନ। ମାଟିରେ ତିଆରି ହୋଇଥିବା ସୁନ୍ଦର ଅଳଙ୍କାରକୁ ପରିଧାନ କରିବା ପରେ ଜଣେ ନାରୀର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇଥାଏ।  ଏବେ ହାଇପ୍ରୋଫାଇଲ୍‌ ସୋସାଇଟିରେ ଏଭଳି ଅଳଙ୍କାରର ଟ୍ରେଣ୍ଡ ମଧ୍ୟ ରହିଛି।

ଏହି ପରିବାର ଗତ ୨୦ ବର୍ଷ ହେବ ମାଟିରେ ଅଳଙ୍କାରମାନ ତିଆରି କରିଆସୁଥିବା ବେଳେ ମାର୍କେଟରେ ଏହାର ବେଶ୍‌ ଚାହିଦା ରହିଛି। ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାରର ଅଳଙ୍କାରମାନ ତିଆରି କରାଯାଇ ବହୁ ସହରରେ କମ୍‌ ମୂଲ୍ୟରେ ବିକ୍ରି କରାଯାଇଥାଏ। ତେବେ ସୁନାର ଅଳଙ୍କାରକୁ ମାଟିର ଅଳଙ୍କାର ସହ ତୁଳନା କରିବା ଆଦୌ ଉଚିତ ନୁହେଁ। ହେଲେ ଯେଉଁ ବ୍ୟକ୍ତି ନିଜ ପେଟପାଟଣା ପାଇଁ ଏଭଳି ଅଳଙ୍କାର ତିଆରି କରୁଛନ୍ତି ତାଙ୍କ ପାଇଁ ଏହା ସୁନାଠାରୁ କିଛି କମ୍‌ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri