ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି

ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା। ଫୁଲୁରୀ ତେଲ ଓ ଓଷୁଅ ଲାଗି ପରେ ଏକାଦଶୀରେ ଦଶମୂଳ ମୋଦକ ଖାଇ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଦାରୁବିଗ୍ରହଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଛନ୍ତି। ଏହାସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଏହାକୁ ରାଜପ୍ରସାଦ ବିଜେ କୁହାଯାଏ।
ଆଷାଢ କୃଷ୍ଣ ଦ୍ୱାଦଶୀ ତିଥିରେ ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ରାଜପ୍ରସାଦକୁ ବିଜେ ହେବାର ପରମ୍ପରା ରହିଛି। ରବିବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ଯାଇଥିଲେ। ଭଣ୍ଡାର ମେକାପ ଦେଇଥିବା ପାଟବସ୍ତ୍ର ପଡିଥିବା ରୂପାଥାଳି ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ କରି ରଖିଥିଲେ। ବେହେରଣ ଦ୍ୱାରରେ ଆସ୍ଥାନ ପଢିଆରୀ ପକାଇଥିବା ପାହାଡା (କପଡ଼ା) ଉପରେ ଏହି ଥାଳିକୁ ସଜାଇ ରଖିଥିଲେ। ଘଣ୍ଟ, ଛତା, କାହାଳୀ ସହ ଥାଳିଗୁଡ଼ିକୁ ଦଇତାପତିମାନେ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ନେଇ ଯାଇଥିଲେ। ଶ୍ରୀନଅର ରାଜବାଟୀରେ ପଡିଥିବା ଚାରିବାଡ଼ର ପାହାଡ଼ା ଉପରେ ଥାଳିମାନ ରଖିଥିଲେ। ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଆସିଥିଲେ। ଏହାପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ। ଗଜପତି ମହାରାଜା ଦଇତାପତିମାନଙ୍କୁ ଶାଢି ବନ୍ଧେଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ। ଦଇତାପତିମାନେ ଶାଢି ବନ୍ଧାଇବା ପରେ ଗଜପତିଙ୍କ ସହ ଠାକୁରଙ୍କ ଅଣସର ଘର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏଥିସହ ଠାକୁରଙ୍କ ସୁସ୍ଥ ହେବା ଖବର ମଧ୍ୟ ଦେଇଥିଲେ। ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେ ବିଷୟରେ ମଧ୍ୟ ଗଜପତି ଦଇତାପତିମାନଙ୍କ ସହ ଆଲୋଚନା କରିଥିଲେ।

ଆଜି ଘଣା ଲାଗି: ଅଣସର ଘରେ ଏବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସପ୍ତାବରଣ କାର୍ଯ୍ୟ ଚାଲିଛି। ସେଥିମଧ୍ୟରେ ରବିବାର ଘଣାକଟା ହୋଇଛି। ସୋମବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଘଣାଲାଗି କରାଯିବ। ଘଣାଲାଗି କାର୍ଯ୍ୟ ସରିବା ପରେ ଜୟ ବିଜୟ ଦ୍ୱାର ଫିଟି ପଟିଦିଅଁଙ୍କର ମଙ୍ଗଳ ଆଳତି ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ୬ଟାରେ ଖଳି ବିଜେ ହୋଇ ରାତ୍ର ୧୦ଟା ସୁଦ୍ଧା ଘଣାଲାଗି ସରିବ। ଏହାପରେ ଜୟବିଜୟ ଦ୍ୱାର ଫିଟି ରାତ୍ର ସାଢେ ୧୦ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri