ରଥରେ ଯାନ୍ତି ଦଶାବତାର ଦିଅଁ

ପୁରୀ ଅଫିସ, ୩୦ା୬: ଆସନ୍ତା ୪ ତାରିଖରେ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ ନିର୍ମାଣ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଣସରରେ ଥିବା ଠାକୁର ଏବେ ସୁସ୍ଥ ହେଲେଣି। ଆସନ୍ତା ୨ ତାରିଖରେ ନେତ୍ରୋତ୍ସବ। ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ୪ ତାରିଖରେ ରଥଯାତ୍ରା। ଦାରୁବିଗ୍ରହଙ୍କର ଏହି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା, ଘୋଷଯାତ୍ରା ଏବଂ ଦଶାବତାର ଯାତ୍ରା ବି କୁହାଯାଏ।
ଦଶାବତାର ଯାତ୍ରା ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଦଶାବତାର ଯାତ୍ରା କହିବା ଅର୍ଥ ତିନିରଥରେ ଦଶ ଦିଅଁ ବିଜେ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବଳଭଦ୍ର, ରାମ ଓ କୃଷ୍ଣ ଯାତ୍ରା କରିଥାନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ମା’ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ବିଜେ କରୁଥିବା ବେଳେ ଶ୍ରୀଜଗନ୍ନାଥଙ୍କ ରଥରେ ମହାପଭୁ ଶ୍ରୀଜଗନ୍ନାଥ ଓ ମଦନମୋହନ ଯାତ୍ରା କରିଥାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଚାହାଣୀ ମଣ୍ଡପରେ ରଥ ପ୍ରତିଷ୍ଠା ହୋମ ସମୟରେ ତିନି ଦେବତାଙ୍କୁ ପ୍ରତିଷ୍ଠା କରାଯାଏ। ସେମାନେ ହେଲେ ଶ୍ରୀନୃସିଂହ, ଶ୍ରୀନୁମାନ ଓ ମା’ ଭୁବନେଶ୍ୱରୀ। ରଥ ପ୍ରତିଷ୍ଠା କର୍ମ ସମାପ୍ତ କରି ଶ୍ରୋତ୍ରୀୟ ବ୍ରାହ୍ମଣମାନେ ତିନିରଥକୁ ଆସି ସେଠାରେ ଜଳ ସିଞ୍ଚନ ପୂର୍ବକ ଏହି ତିନି ଦେବତାଙ୍କୁ ପ୍ରଦାନ କରିଥାନ୍ତି। ଏହି ତିିନି ଦେବତା ତିନିରଥର ଊର୍ଦ୍ଧ ଭାଗରେ ଅବସ୍ଥାନ କରନ୍ତି। ନନ୍ଦିଘୋଷ ରଥରେ ଶ୍ରୀହନୁମାନ, ତାଳଧ୍ୱଜ ରଥରେ ଶ୍ରୀନୃସିଂହ ଓ ଦର୍ପଦଳନ ରଥରେ ମା’ ଭୁବନେଶ୍ୱରୀ ଅବସ୍ଥାନ କରନ୍ତି। ଏହିପରି ଭାବେ ରଥ ଉପରେ ଦଶାବତାର ମୂର୍ତ୍ତି ଅବସ୍ଥାନ କରିଥାନ୍ତି। ଏଣୁ ଏହି ଯାତ୍ରାକୁୁ ଦଶାବତାର ଯାତ୍ରା କୁହାଯାଏ। ଯେଭଳି ଅଣସର ଗୃହରେ ଠାକୁରମାନେ ଅବସ୍ଥାନ କରୁଥିବା ସମୟରେ ତାଟିକୁ ଲାଗି ଦଶାବତାର ପଟି ପୂଜା ପାଇଥାନ୍ତି ସେହିପରି ରଥରେ ମଧ୍ୟ ଦଶାବତାର ଦିଅଁ ଯାତ୍ରା କରିଥାନ୍ତି। ଏହି ଯାତ୍ରା ଦଶାବତାର ଯାତ୍ରା ନାମରେ ଖ୍ୟାତ। ଏହି କ୍ଷେତ୍ର ହେଉଛି ଦଶାବତାର କ୍ଷେତ୍ର। ଏହି କ୍ଷେତ୍ରରେ ରଥଯାତ୍ରା ସମୟରେ ରଥ ଉପରେ ଦଶାବତାର ମୂର୍ତ୍ତିଙ୍କୁ ଦର୍ଶନ କଲେ ଗତିମୁକ୍ତି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri