ରାଜପଥରେ ମହିଳାଙ୍କ ଭ୍ୟାନିଟ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ବୋଲଗଡ,୨।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ଥାନା ସୀମାନ୍ତରେ ଥିବା ବିଜୁପୁର ଗେଟ୍‌ ନିକଟ ୫୭ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ପୁଅ ସହ ବାଇକରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ଭ୍ୟାନିଟ ଛଡାଇ ନେଇଛନ୍ତି। ଉକ୍ତ ଭ୍ୟାନିଟ୍‌ରେ ୧୦ହଜାର ଟଙ୍କା ଏବଂ ଏକ ସୁନାଚେନ ରହିଥିଲା। ୩ଜଣ ଦୁର୍ବୃତ୍ତ ଏକ ପଲସର ଯୋଗେ ଆସି ଲୁଟ୍‌ କରିଥିଲେ। ଘଟଣା ପରେ ମହିଳାଙ୍କ ପୁଅ ସାହସର ସହିତ ଦୁର୍ବୃତ୍ତଙ୍କ ପିଛା କରି ସେମାନଙ୍କୁ ଗାଡିରୁ ଗଳାଇ ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କୁ କାବୁ କରିି ପୋଲିସ ଜିମା ଦେଇଥିଲେ। ତାଙ୍କୁ ଥାନାରେ ଅଟକ ରଖାଯାଇଛି।
ଆଇଆଇସି ସେଖ୍‌ ଆକବର ଅଲ୍ଲୀଙ୍କ ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ଥାନା ଫିରିଫିରା ଗ୍ରାମର ଆଦିତ୍ୟ ସ୍ବାଇଁ ଓ ତାଙ୍କ ମା’ ସଂଯୁକ୍ତା ନୟାଗଡରୁ ନିଜ ଗ୍ରାମ ବୋଲଗଡ ଅଭିମୁଖେ ୫୭ନଂ ଜାତୀୟ ରାଜପଥରେ ଫେରୁଥିଲେ । ବିଜୁପୁର ଠାରେ ଏକ ପଲସରରେ ଆସି ୩ଜଣ ଦୁର୍ବୃତ୍ତ ହଠାତ ସଂଯୁକ୍ତା ଧରିଥିବା ଭ୍ୟାନିଟଣକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଆଦିତ୍ୟ ସାହସର ସହିତ ଦୁର୍ବୃତ୍ତମାନଙ୍କର ପିଛା କରି ବୋଲଗଡ ନିକଟ ରେଲୱେ ଲେଭଲ କ୍ରସିଂ ଠାରେ ସେମାନଙ୍କ ବାଇକକୁ ଏକ ଶକ୍ତ ଗୋଇଠା ମାରିଥିଲେ । ଫଳରେ ଦୁର୍ବୃତ୍ତମାନେ ତଳେ ଖସି ପଡିଥିଲେ ଓ ଗାଡି ଛାଡି ଦୌଡି ପଳାଇଥିଲେ। ଏହା ଜାଣି ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରିଥିଲେ । ସଂପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଯୁବକ ଜଣକ ଥାନାରେ ଅଟକ ଅଛନ୍ତି। ପୋଲିସ ଦୁର୍ବୃତ୍ତମାନେ ଛାଡିଯାଇଥିବା ବାଇକଟିକୁ ଜବତ କରିଥିବା ବେଳେ ଦୁର୍ବୃତ୍ତମାନେ ସୁନାଚେନ ଏବଂ ଟଙ୍କା ବ୍ୟାଗଟିକୁ ନେଇ ପଳାଇଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ନଂ ୧୧୩/୧୯ରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ବଙ୍ଗ ରାଜନୀତିରେ ହଇଚଇ! ମମତାଙ୍କୁ ବଡ଼ ଝଟ୍‌କା, ପୁତୁରା ଅଭିଷେକଙ୍କ ପାଇଁ ଦଳ ଛାଡ଼ିବେ କି କଲ୍ୟାଣ?

କୋଲକାତା,୧୧।୬: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)କୁ ଝଟକା ପରେ ଝଟକା ଲାଗୁଛି । ମମତାଙ୍କ ନିକଟତମ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ କୁହାଯାଉଥିବା କଲ୍ୟାଣ ବାନାର୍ଜୀ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri