ରାଜଧାନୀରେ ଦେହ ଦଲାଲ ସକ୍ରିୟ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜଧାନୀରେ କମିଶନରେଟ ପୋଲିସ ଦେହ ବ୍ୟବସାୟୀ ରୋକିବାକୁ ନେଇ ପ୍ରାଣପକ୍ଷେ ଉଦ୍ୟମ ଚଳାଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରିବା ସହ ଅନେକ ଦଲାଲ ଏବଂ ବେପାରୀଙ୍କୁ ଧରିବାରେ ସକ୍ଷମ ମଧ୍ୟ ହୋଇଛି। ତଥାପି କେତେଜଣ ଦଲାଲ ଏଥିରୁ ନିବୃତ୍ତ ନ ରହି ନୂଆ ଉପାୟ ଖୋଜି ବେପାର ଚଳାଇଛନ୍ତି। ଏଭଳି ଜଣେ ଦଲାଲ ଗୁରୁବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଗ୍ରାହକଙ୍କୁ ବଙ୍ଗୀୟ ଯୁବତୀ ଯୋଗାଇବା ସମୟରେ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ହାତରେ ଧରାପଡିଛନ୍ତି। ଗିରଫ ଦଲାଲ ଜଣଙ୍କ ହେଲେ ଚନ୍ଦକା ଥାନା ମଳିପଡା, ଗୋଠପାଟଣା ଅଞ୍ଚଳର ପ୍ରଶାନ୍ତ କୁମାର ପ୍ରଧାନ ଓରଫ ବୁଲୁ (୩୨)। ତାଙ୍କ ବିରୋଧରେ ଏସ୍‌ଟିଏଫ କେସ୍‌ ନଂ-୭/୨୦ ଦଫା ୪/୫ ଆଇଟିପି ଆକ୍ଟ ଏବଂ ୩୭୦(୩), ୪୬୭,୪୭୧,୧୨୦(ବି)୩୪ ଲଗାଇ କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ବୁଲେଟ (ଓଡି-୩୩-ଜେଡ୍‌-୭୭୪୮) ଜବତ କରିବା ସହ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି କାର୍ଯ୍ୟରେ ପୂର୍ବରୁ ଗିରଫ ହୋଇଥିବା ପଞ୍ଚାନନ ପାଢୀ ଏବଂ ତାଙ୍କ ସ୍ତ୍ରୀ ପ୍ରୀତିଙ୍କ ଅଧୀନରେ କାର୍ଯ୍ୟ କରନ୍ତି ବୋଲି ବୁଲୁ ସ୍ବୀକାର କରିଛନ୍ତି। ଏହି ମାମଲାରେ ଏସ୍‌ଟିଏଫ ୬ ଦଲାଲ ଗିରଫ କରିବା ସହ ୧୧ଜଣ ଯୁବତୀଙ୍କୁ ଉଦ୍ଧାର କଲାଣି।
ପୁଣି ସହରମୁହଁା ଦେହଜୀବୀ, ଦଲାଲ
ଏସ୍‌ଟିଏଫ୍‌ ବାଂଲାଦେଶୀ ଯୁବତୀ ଚାଲାଣ ମାମଲାରେ ଅଞ୍ଜଳି ଏବଂ ଇବ୍ରାହିମ୍‌କୁ ଗିରଫ କରିବା ପରେ ଦେହ ଦଲାଲ ଓ ଦେହଜୀବୀଙ୍କ ମଧ୍ୟରେ ଛନକା ପଶିଥିଲା। ତେଣୁ ସେମାନେ ରାଜଧାନୀ ଛାଡି ଅନ୍ୟତ୍ର ଫେରାର ହୋଇଯାଇଥିଲେ। ସମସ୍ତ ଦେହଜୀବୀ ନିଜର ଧନ୍ଦା ବନ୍ଦ କରି ରାଜଧାନୀ ଛାଡି ଦେଇଥିଲେ। ହେଲେ ମାମଲା ଥମିଯିବା ପରେ ପୁଣି ଏବେ ସକ୍ରିୟ ହୋଇ ଉଠିଛନ୍ତି ଦେହ ଦଲାଲ। ସେମାନେ ରାଜଧାନୀ ଛାଡ଼ିଥିବା ରୂପଜୀବୀଙ୍କୁ ପୁଣି ସହରକୁ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି।
୨ ଓ୍ବେବ୍‌ସାଇଟ୍‌ରେ ବୁକ୍‌ ହେଉଥିଲା ଗ୍ରାହକ
ଏହି ରାକେଟରେ ଥିବା ଦେହ ଦଲାଲ ଦୁଇଟି ଓ୍ବେବ୍‌ ସାଇଟ୍‌ ଖୋଲିଛନ୍ତି। ଏହି ଓ୍ବେବ୍‌ ସାଇଟ ଦ୍ୱାରା ଗ୍ରାହକ ବୁକ୍‌ ହୋଇଥାଏ। ଓ୍ବେବ୍‌ ସାଇଟ୍‌ରେ ଦେହଜୀବୀଙ୍କ ଫଟୋ ଦିଆଯିବା ସହ ଫଟୋ ତଳେ ଯୁବତୀଙ୍କର ରେଟ୍‌ ଲେଖାଯାଇଥାଏ। ଗ୍ରାହକ ନିଜ ଇଚ୍ଛାମୁତାବକ ଯୁବତୀ ଚୟନ କରିବା ପରେ ଉକ୍ତ ଓ୍ବେବ୍‌ ସାଇଟରେ ନିଜର ଫୋନ୍‌ ନମ୍ବର ଦେଇ ବୁକ୍‌ କରିଥାନ୍ତି। ଏହାପରେ ଦଲାଲ ସେହି ଫୋନ୍‌ ନମ୍ବର ଅଧାରରେ ଗ୍ରାହକଙ୍କ ସହ ଯୋଗାଯୋଗ କରନ୍ତି। ଗ୍ରାହକ କହିଥିବା ସମୟ ଏବଂ ସ୍ଥାନ ଅନୁସାରେ ଦଲାଲ ଯୁବତୀଙ୍କୁ ପଠାଉଥିଲେ। ଏ ନେଇ ଏସ୍‌ଟିଏଫ୍‌ ଏହି ଦୁଇଟି ଓ୍ବେବ୍‌ ସାଇଟ୍‌ ଚିହ୍ନଟ କରିବା ପରେ ଏହାକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରୁତ୍ଥିବା ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।
ଦେହ ବେପାର ପାଇଁ ଅଫିସ
ଓ୍ବେବ୍‌ ସାଇଟ୍‌ ଖୋଲିବା ସହ ଦଲାଲମାନେ ଏକ ଅଫିସ ଖୋଲିଥିଲେ। ସେହି ଅଫିସରେ ଜଣେ ଯୁବତୀଙ୍କୁ ରଖି ଗ୍ରାହକଙ୍କୁ ଫୋନ୍‌ କରିବା ପାଇଁ କହିଥାନ୍ତି। ସେମାନଙ୍କୁ ଅନ୍‌ଲାଇନରେ ଗ୍ରାହକଙ୍କ ନମ୍ବର ମିଳିବା ତାଙ୍କ ସହ ଅଫିସରେ ଥିବା ଯୁବତୀ ଯୋଗାଯୋଗ କରନ୍ତି। ଦେହଜୀବୀଙ୍କ ବିଷୟରେ କହିବା ସହ ତାଙ୍କର ଦାମ ବିଷୟରେ ଜଣାଇଥାନ୍ତି। କେତେ ଦିନ ପାଇଁ ନେବ ବୋଲି ଏହି ଯୁବତୀ ଜଣଙ୍କ ପଚାରିଥାନ୍ତି। ଏପରିକି ପେଡ୍‌ ଗାର୍ଲଫ୍ରେଣ୍ଡ ମିଳିବ ବୋଲି କହିଥାନ୍ତି। ଏହି ଅଫିସରେ ଥିବା ଯୁବତୀ ଗ୍ରାହକଙ୍କୁ ଠିକ୍‌ କରିବା ପରେ ଦଲାଲଙ୍କୁ ତାଙ୍କ ନମ୍ବର ଦେଇ ଦିଅନ୍ତି। ଗ୍ରାହକ କହିବା ସ୍ଥାନରେ ଯୁବତୀଙ୍କୁ ଘରୋଇ ଟ୍ୟାକ୍ସିରେ ପଠାଇଥାନ୍ତି।

କିଭଳି ଧରାପଡ଼ିଲେ ବୁଲୁ
ମାମଲା ଥମିଯିବା ଭାବି ଫେରାର ଥିବା ବୁଲୁ ଦୁଇ ସପ୍ତାହ ହେବ ରାଜଧାନୀକୁ ଆସି ପୁଣି ଯୁବତୀଙ୍କୁ ଆଣି ଦେହ ବେପାର କରୁଥିଲେ। ଏପରିକି ତାଙ୍କ ଉପରେ ଏସ୍‌ଟିଏଫ୍‌ର ନଜର ନ ଥିବା ସେ ଭାବିଥିଲେ। ସବୁଥର ଭଳି ଯୋଗାଡ଼ ହୋଇଥିବା ଗ୍ରାହକ ନିକଟକୁ ଦୁଇ ଯୁବତୀଙ୍କୁ ନେଇ ବୁଲୁ ଏକ ଘରୋଇ ଟ୍ୟାକ୍ସିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟକୁ ଯାଇଥିଲେ। ହେଲେ ପୂର୍ବରୁ ଏସ୍‌ଟିଏଫ୍‌ ତାଙ୍କ ଉପରେ କଡ଼ା ନଜର ରଖିଥିଲା। ସେ ଗ୍ରାହକଙ୍କୁ ଯୁବତୀ ଦେବା ସମୟରେ ଏସ୍‌ଟିଏଫର ଏକ ଟିମ୍‌ ଚଢ଼ାଉ କରି ବୁଲୁଙ୍କୁ ଗିରଫ କରିଥିଲା।
ଅନ୍‌ଲାଇନ୍‌ରେ ହୁଏ ଟ୍ରାଞ୍ଜାକ୍ସନ୍‌
ଦଲାଲମାନେ ଏବେ ଅନ୍‌ଲାଇନରେ ଗ୍ରାହକଙ୍କ ଠାରୁ ଟଙ୍କା ସଂଗ୍ରହ କରନ୍ତି। ଏପରିକି ଓ୍ବେବ୍‌ ସାଇଟ୍‌ରୁ ମିଳିଥିବା ଗ୍ରାହକ ଠିକ ହେବା ପରେ ତାଙ୍କୁ ଅନ୍‌ଲାଇନରେ ଅଧା ଟଙ୍କା ପୈଠ କରିବାକୁ କହିଥାନ୍ତି। ଯୁବତୀଙ୍କୁ ନେବା ସମୟରେ ବାକି ଟଙ୍କା ଦଲାଲଙ୍କ ହାତରେ ଦେଇଥାନ୍ତି। ଏହାସହ ଦଲାଲ ଖୋଲିଥିବା ଅଫିସରେ ଥିବା ଯୁବତୀ ଗ୍ରାହକ ଠିକ୍‌ କରିବା ପରେ ତାଙ୍କୁ ଗୁଗୁଲ ପେ, କିମ୍ଭା ଅନ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ଅଧା ଟଙ୍କା ପୈଠ କରିବାକୁ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri