ରାଜଧାନୀରେ ଯୁଗ୍ମ ଅଯୁଗ୍ମ ନିୟମ: ଆଜି ଗଡ଼ିବ ଯୁଗ୍ମ ନମ୍ବର ଥିବା ଗାଡ଼ି

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପରେ କରୋନାକୁ ନେଇ କଠୋର ହୋଇଛି କମିଶନରେଟ ପୋଲିସ। ଏଥିପାଇଁ ଶୁକ୍ରବାର ଆଉଏକ ଗାଇଡଲାଇନ୍‌ ଜାରି ହୋଇଛି। ଯେଉଁଥିରେ ଲୋକମାନେ କିପରି ଅଧିକ ସଚେତନ ରହିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ନାନା ପରାମର୍ଶ ଦିଆଯାଇଛି। ନୂଆ ପଦକ୍ଷେପ ସ୍ବରୂପ ଦିଲ୍ଲୀ ଭଳି ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚଳାଚଳରେ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ କରାଯାଇଛି। ବସ୍‌, ଟ୍ୟାକ୍ସି, ଅଟୋ ପାଇଁ ଏହା ଲାଗୁ ହେବ। ପ୍ରଥମ ଦିନ ଶନିବାର ରାଜଧାନୀରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଗଡ଼ିବ ଅର୍ଥାତ୍‌ ଗାଡ଼ି ନମ୍ବରର ଶେଷ ଅକ୍ଷର ଯୁଗ୍ମ ହୋଇଥିବ। ପରଦିନ ରବିବାର ଅଯୁଗ୍ମ ନମ୍ବର ଥିବା ଗାଡ଼ି ଗଡ଼ିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ(ବିଏମ୍‌ସି) ସ୍ପଷ୍ଟ କରିଛି। ଜନସମାଗମକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାଦ୍ୱାରା ରାସ୍ତାରେ ଅଯଥା ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ। ଏହି ନିୟମ କେବଳ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଗାଡ଼ି ପାଇଁ ଲାଗୁ ହେବ। ପ୍ରାଇଭେଟ୍‌ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ସେହିଭଳି ସରକାରୀ, ଭଡ଼ା ଗାଡ଼ି ଓ ଜରୁରୀ କାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।
ନିର୍ଦ୍ଦେଶ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏଥିପାଇଁ ଥାନା ଅଧିକାରୀ ଓ ଜୋନ୍‌ ଏସିପିମାନଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଥାନାକୁ ଆସୁଥିବା ଲୋକଙ୍କୁ ହାତ ଧୋଇବା ପାଇଁ କହିବା ସହ ସାନିଟାଇଜର ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହିସବୁ ଗାଇଡ୍‌ ଲାଇନ୍‌କୁ ପାଳନ ପାଇଁ ପିସିଆର ଭ୍ୟାନ୍‌ ମଧ୍ୟ ପଇଁତାରା ମାରିବ। ଜଣେ ଏଏସ୍‌ଆଇ ର଼୍ୟାଙ୍କ୍‌ର ଅଫିସର ପିସିଆର ଭ୍ୟାନ୍‌ରେ ରହି ଏହାକୁ ତଦାରଖ କରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri