ରାଜଧାନୀରେ ପୁଣି କରୋନା ଆତଙ୍କ: ମିଠା ଦୋକାନ କର୍ମଚାରୀ ପଜିଟିଭ୍‌, ସିଲ୍‌ ହେଲା ନାକା ଗେଟ୍‌ ବେଙ୍ଗଲି ଗାଙ୍ଗୁରାମ୍‌ ସୁଇଟ୍ସ

ଭୁବନେଶ୍ୱର, ୭।୬(ବ୍ୟୁରୋ): ରାଜଧାନୀରେ ପୁଣି ଦେଖାଦେଲାଣି କରୋନା ଆତଙ୍କ। ଲଗାତର କିଛିଦିନ ହେବ ସହରରୁ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ଚିନ୍ତା ବଢ଼ିଛି। ବିଶେଷକରି ସାଲିଆସାହି ବସ୍ତିରୁ ଜଣେ ପ୍ରସୂତୀଙ୍କଠାରେ କରୋନା ଭୂତାଣୁ ବାହାରିଥିବାବେଳେ ଶନିବାର ଘାଟିକିଆ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କୁ ନେଇ ଭାଳେଣି ପଡିଛି। ଏହି ନୂଆ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଓ ସେ ନାକା ଗେଟ୍‌ସ୍ଥିତ ଏକ ମିଠା ଓ ଜଳଖିଆ ଦୋକାନର କର୍ମଚାରୀ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ମିଳିତ ଟିମ୍‌ ଉକ୍ତ ଦୋକାନକୁ ସିଲ୍‌ କରିବା ସହ ମାଲିକ ଓ ଅନ୍ୟ ୪ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆକ୍ରାନ୍ତଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ କିଛିଦିନ ତଳେ ବ୍ୟକ୍ତିଜଣକ କୋଲକାତାରୁ ଆସି ନାକାଗେଟ୍‌ସ୍ଥିତ ବେଙ୍ଗଲି ଗାଙ୍ଗୁରାମ ସୁଇଟ୍ସ ଆଣ୍ଡ୍‌ ଟିଫିନ୍‌ ଦୋକାନରେ କାର୍ଯ୍ୟ କରୁଥିଲେ। ଗସ୍ତ ବିବରଣୀ ଥିବାରୁ ତାଙ୍କ ନମୁନା ପରୀକ୍ଷଣ କରାଯିବା ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। ଏବେ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ଉକ୍ତ ଦୋକାନ ଖୋଲାଯିବ ନାହିଁ ବୋଲି ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ତେବେ ଲକ୍‌ଡାଉନ୍‌ କୋହଳ ହେବା ପରେ ସେହି ଗାଙ୍ଗୁରାମରେ ପ୍ରତିଦିନ ବହୁ ଲୋକ ଜଳଖିଆ ପାର୍ସଲ ନେଇଥାନ୍ତି। ବିଶେଷକରି ଅଧିକାଂଶ ସ୍ଥାନୀୟ ଘାଟିକିଆ ଅଞ୍ଚଳର ହୋଇଥିବାରୁ ସେମାନଙ୍କ ମନରେ ଆତଙ୍କ ଖେଳିଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍‌ କେସ୍‌ ଆସିଛି। ଗୋଟିଏ ଦିନରେ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ବିଏମ୍‌ସି ଅଞ୍ଚଳରୁ ୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ହୋମ୍‌କ୍ୱାରାଣ୍ଟାଇନ୍‌ରେ ଥିବା ୪ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉକ୍ତ ଗାଙ୍ଗୁରାମର କର୍ମଚାରୀ। ଅନ୍ୟଜଣେ ହେଉଛନ୍ତି ଗଜପତି ନଗରର ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତେବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ପଜିଟିଭ୍‌ ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଡୁମ୍‌ଡୁମାରୁ ଜଣେ ରହିଛନ୍ତି। ତାଙ୍କର ଗସ୍ତ ବିବରଣୀ ପଶ୍ଚିମବଙ୍ଗ ରହିଛି। ସେହିପରି ପୁରୁଣା ଭୁବନେଶ୍ୱରରୁ ଚିହ୍ନଟ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଗୁଜରାଟ ଓ ପୋଖରୀପୁଟ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ଦିଲ୍ଲୀ ଗସ୍ତ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଛି। ସାରା ସହରରେ ଏବେ ବିଏମ୍‌ସି ଆକ୍ଟିଭ୍‌ ସର୍ଭିଲିଆନ୍ସ ଜାରି ରଖିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬ ପହଞ୍ଚତ୍ଥିବାବେଳେ ୩୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ୫୧ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ହ୍ୟୁମାନଙ୍କ ମା’ଙ୍କ ଏତଲା ପରେ ମୁହଁଖୋଲିଲେ ADCP: କହିଲେ ଜଣଜଣଙ୍କୁ…

କଟକ,୨୩।୧୨: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଲେ ADCP। କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri