ରାଜଧାନୀରେ ପୁଣି କରୋନା ଆତଙ୍କ: ମିଠା ଦୋକାନ କର୍ମଚାରୀ ପଜିଟିଭ୍‌, ସିଲ୍‌ ହେଲା ନାକା ଗେଟ୍‌ ବେଙ୍ଗଲି ଗାଙ୍ଗୁରାମ୍‌ ସୁଇଟ୍ସ

ଭୁବନେଶ୍ୱର, ୭।୬(ବ୍ୟୁରୋ): ରାଜଧାନୀରେ ପୁଣି ଦେଖାଦେଲାଣି କରୋନା ଆତଙ୍କ। ଲଗାତର କିଛିଦିନ ହେବ ସହରରୁ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ଚିନ୍ତା ବଢ଼ିଛି। ବିଶେଷକରି ସାଲିଆସାହି ବସ୍ତିରୁ ଜଣେ ପ୍ରସୂତୀଙ୍କଠାରେ କରୋନା ଭୂତାଣୁ ବାହାରିଥିବାବେଳେ ଶନିବାର ଘାଟିକିଆ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କୁ ନେଇ ଭାଳେଣି ପଡିଛି। ଏହି ନୂଆ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳର ଓ ସେ ନାକା ଗେଟ୍‌ସ୍ଥିତ ଏକ ମିଠା ଓ ଜଳଖିଆ ଦୋକାନର କର୍ମଚାରୀ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ମିଳିତ ଟିମ୍‌ ଉକ୍ତ ଦୋକାନକୁ ସିଲ୍‌ କରିବା ସହ ମାଲିକ ଓ ଅନ୍ୟ ୪ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆକ୍ରାନ୍ତଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ କିଛିଦିନ ତଳେ ବ୍ୟକ୍ତିଜଣକ କୋଲକାତାରୁ ଆସି ନାକାଗେଟ୍‌ସ୍ଥିତ ବେଙ୍ଗଲି ଗାଙ୍ଗୁରାମ ସୁଇଟ୍ସ ଆଣ୍ଡ୍‌ ଟିଫିନ୍‌ ଦୋକାନରେ କାର୍ଯ୍ୟ କରୁଥିଲେ। ଗସ୍ତ ବିବରଣୀ ଥିବାରୁ ତାଙ୍କ ନମୁନା ପରୀକ୍ଷଣ କରାଯିବା ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। ଏବେ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ଉକ୍ତ ଦୋକାନ ଖୋଲାଯିବ ନାହିଁ ବୋଲି ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ତେବେ ଲକ୍‌ଡାଉନ୍‌ କୋହଳ ହେବା ପରେ ସେହି ଗାଙ୍ଗୁରାମରେ ପ୍ରତିଦିନ ବହୁ ଲୋକ ଜଳଖିଆ ପାର୍ସଲ ନେଇଥାନ୍ତି। ବିଶେଷକରି ଅଧିକାଂଶ ସ୍ଥାନୀୟ ଘାଟିକିଆ ଅଞ୍ଚଳର ହୋଇଥିବାରୁ ସେମାନଙ୍କ ମନରେ ଆତଙ୍କ ଖେଳିଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍‌ କେସ୍‌ ଆସିଛି। ଗୋଟିଏ ଦିନରେ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ବିଏମ୍‌ସି ଅଞ୍ଚଳରୁ ୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ହୋମ୍‌କ୍ୱାରାଣ୍ଟାଇନ୍‌ରେ ଥିବା ୪ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉକ୍ତ ଗାଙ୍ଗୁରାମର କର୍ମଚାରୀ। ଅନ୍ୟଜଣେ ହେଉଛନ୍ତି ଗଜପତି ନଗରର ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତେବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ପଜିଟିଭ୍‌ ଚିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଡୁମ୍‌ଡୁମାରୁ ଜଣେ ରହିଛନ୍ତି। ତାଙ୍କର ଗସ୍ତ ବିବରଣୀ ପଶ୍ଚିମବଙ୍ଗ ରହିଛି। ସେହିପରି ପୁରୁଣା ଭୁବନେଶ୍ୱରରୁ ଚିହ୍ନଟ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଗୁଜରାଟ ଓ ପୋଖରୀପୁଟ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ଦିଲ୍ଲୀ ଗସ୍ତ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଛି। ସାରା ସହରରେ ଏବେ ବିଏମ୍‌ସି ଆକ୍ଟିଭ୍‌ ସର୍ଭିଲିଆନ୍ସ ଜାରି ରଖିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬ ପହଞ୍ଚତ୍ଥିବାବେଳେ ୩୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ୫୧ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri