ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୯।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଠକେଇ କାରବାରର ମୁଖ୍ୟ ଅଭିଯୁକ୍ତ ତିହିଡ଼ି ଆରସା ଗ୍ରାମର ଦେବୀପ୍ରସାଦ ପଣ୍ଡା ଓରଫ୍‌ ବାପିଙ୍କୁ ଟାଉନ ଥାନା ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ଥିବା ପୋଲିସ ସୂଚନା ଦେଇଛି।
ଠକେଇର ଶିକାର ହୋଇଥିବା ବ୍ୟବସାୟୀ ହେଲେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନିବାସୀ ପୂର୍ଣ୍ଣଚନ୍ଦ୍ର ସାହୁ। ଭୁବନେଶ୍ୱରର ପାଣ୍ଡରାରେ ଏକ ୧୬ ଡିସିମିଲ ପରିମିତ ପ୍ଲଟ କିଣିବାକୁ ଗ୍ରାମାଞ୍ଚଳ ଥାନା ଅଧୀନ ବହୁଦରଡା ଗ୍ରାମର ପ୍ରକାଶ ମହାପାତ୍ର ତାଙ୍କୁ ପ୍ରବର୍ତ୍ତାଇଥିଲେ। ପ୍ରକାଶ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେବୀପ୍ରସାଦଙ୍କ ସହିତ ଭେଟ କରାଇଥିଲେ। ଦେବୀପ୍ରସାଦଙ୍କ ଭଉଣୀ ହେମଲତା ତ୍ରିପାଠୀଙ୍କ ନାମରେ ଉକ୍ତ ଜମି ଥିଲା। ଯାହାକୁ ହେମଲତା ଦେବୀପ୍ରସାଦଙ୍କ ସ୍ତ୍ରୀ ନିରୁପମାଙ୍କ ନାମରେ ବିକ୍ରି କବଲା କରିଥିଲେ। ଦଲାଲଙ୍କ ଉପସ୍ଥିତିରେ ଉକ୍ତ ଜମିର ବିକ୍ରିମୂଲ୍ୟ ୭୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ସମୟରେ ଅନଲାଇନ ଓ ଚେକ୍‌ ମାଧ୍ୟମରେ ମୋଟ ୬୫ ଲକ୍ଷ ଟଙ୍କା ପୈଠ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଜମି ମିଳି ନ ଥିଲା। ସେ ବାରମ୍ବାର ଧାଇଁବା ପରେ ମଧ୍ୟ ଜମି ମିଳିଲା ନାହିଁ କି ଟଙ୍କା ମଧ୍ୟ ଫେରସ୍ତ ପାଇଲେ ନାହିଁ। ଦଲାଲ ଓ ବିକ୍ରେତା ପୂର୍ଣ୍ଣଚନ୍ଦ୍ରଙ୍କୁ ଧରାଛୁଅଁା ଦେଲେନି। ଶେଷରେ ପୂର୍ଣ୍ଣଚନ୍ଦ୍ର ଟାଉନ ଥାନାରେ ରବିବାର ଅଭିଯୋଗ କରିଥିଲେ। ଟାଉନ ଥାନା ଆଇଆଇସି ସରୋଜିନୀ ସିଂ ଏକ ମାମଲା(ନଂ.୧୫୫/୧୯) ରୁଜୁ କରି ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦଙ୍କୁ ଗିରଫ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri