ରାଜଧାନୀର ୨୩ ଛକରେ ଟ୍ରାଫିକ ଯାଞ୍ଚ: ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୨।୧୨(ବ୍ୟୁରୋ): କଡ଼ାକଡ଼ି ହୋଇଛି ନୂଆ ମୋଟର ଯାନ ଆଇନ। ଆର୍‌ଟିଓ ସଂକ୍ରାନ୍ତ କାଗଜପତ୍ରକୁ ଛାଡ଼ି ଦେଲେ ୧୦ ଟ୍ରାଫିକ ନିୟମ ଉଲ୍ଲଂଘନକୁ ଗୁରୁତ୍ୱ ଦିଆଯାଇଛି। ତେବେ ୩ ମାସର କୋହଳ ଓ ଚକୋଲେଟ, ଫୁଲତୋଡ଼ା ଦେଇ ସଚେତନ କରିବା ପରେ ବି ବହୁ ଲୋକ ପୁରୁଣା ଅଭ୍ୟାସ ଛାଡ଼ି ନ ପାରି ଧରାପଡିଛନ୍ତି। ରାଜଧାନୀର ରାଜମହଲ, ରସୁଲଗଡ, ମାଷ୍ଟରକ୍ୟାଣ୍ଟିନ, ଲକ୍ଷ୍ମୀସାଗର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ବାଇପାସ୍‌ ରୋଡ଼ର ସାଇମନ୍ଦିର ଛକ, ନାଲକୋ ଛକ, ପଟିଆ ଛକ, ଖଣ୍ଡଗିରି ଛକ ଆଦି ୨୩ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଯେଉଁ ଗାଡ଼ି ଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ, ସିଟ୍‌ ବେଲ୍ଟ ବାନ୍ଧି ନ ନ ଥିଲେ, ରଙ୍ଗ୍‌ ସାଇଡ୍‌ରେ ଯାଉଥିଲେ ସେମାନଙ୍କୁ ପୋଲିସ ଅଟକାଇ ଜରିମାନା କରିଥିଲା। ଗାଡ଼ି ଚାଳକ ମଦ୍ୟପାନ କରିଥିଲେ କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ଅଧିକାଂଶ ଲୋକ ଜରିମାନାରୁ ମୁକୁଳିବାକୁ ଚେଷ୍ଟା କରିଥିଲେ। ନିୟମ ଉଲ୍ଳଂଘନ କରି ଖସି ଯାଉଥିବା ଗାଡ଼ି ଚାଳକଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ରାଜମହଲ ଛକରେ ଯାଞ୍ଚରେ ଅଧିକ ପୋଲିସ ଓ ଟ୍ରାଫିକ କର୍ମଚାରୀ ନିୟୋଜିତ ଥିଲେ। ପୂର୍ବରୁ ଉକ୍ତ ସ୍ଥାନରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ଲାଗିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ସେହିଭଳି ଜାତୀୟ ରାଜପଥର ପଳାଶୁଣୀରୁ ବାଲିକୁଦା ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଜଗି ରହିଥିଲା। ବିଶେଷକରି ଅଧିକ ବେଗରେ ଯାଉଥିବା ଗାଡ଼ି ଉପରେ ପଦକ୍ଷେପ ନିଆଯାଇଥିଲା। ଜାତୀୟ ରାଜପଥର ଏହି ପରିସୀମା ମଧ୍ୟରେ ସ୍ପିଡ୍‌ ଲିମିଟ୍‌ ହାଲୁକା ଯାନ ପାଇଁ ୫୦ କେଏମ୍‌ପିଏଚ୍‌ ରଖାଯାଇଥିବାବେଳେ ଭାରିଯାନ ପାଇଁ ୭୦ କିମି ରହିଛି। ସେହିଭଳି ଦୁଇଚକିଆ ଯାନ ପାଇଁ ୫୦ କେଏମ୍‌ପିଏଚ୍‌ ରଖାଯାଇଛି।
ଜରିମାନା ଆଦାୟ ଉଦ୍ଦେଶ୍ୟ ନୁହେଁ : ଟ୍ରାଫିକ ଡିସିପି
ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଯାଞ୍ଚ ସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଡିସିପି ନାଥ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ଯାଞ୍ଚ ଚାଲିଛି। ଜରିମାନା ଆଦାୟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଲୋକଙ୍କ ସୁରକ୍ଷିତ ଯାତ୍ରା ପୋଲିସର ମୁଖ୍ୟ ଦାୟିତ୍ୱ। ସଡ଼କ ନିୟମ ମାନିବାକୁ ପୋଲିସ ପକ୍ଷରୁ ଏଭଳି କଡାକଡି ପଦକ୍ଷେପ ଗ୍ରହଣ କରାଯାଉଛି।
ଏଣିକି ମଦୁଆ ଗାଡ଼ି ଚାଳକଙ୍କୁ ଜେଲ
ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତେଣୁ ମଦୁଆ ଗାଡି ଚାଳକଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଛି। ସ୍ବତନ୍ତ୍ର ଟିମ୍‌ ସହରରେ ପାଟ୍ରୋଲଂ କରି ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରି ସିଧା କୋର୍ଟ ଚାଲାଣ କରିବେ। ରଙ୍ଗ ସାଇଡ୍‌ ଗାଡ଼ି ଚାଳନା ରୋକିବାକୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ। ଜାତୀୟ ରାଜପଥରେ ବିଶେଷକରି କଟକ ଓ ଭୁବନେଶ୍ୱରୁ ଯୋଡୁଥିବ ଲିଙ୍କ୍‌ ରୋଡରେ ଓଭର ସ୍ପିଡ୍‌ ରୋକିବାକୁ ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଡିସିପି ସାଗରିକା ନାଥ କହିଛନ୍ତି। ସେ କହିଛନ୍ତି, ବାଇକ୍‌ରେ ବସୁଥିବା ଲୋକେ ବିଶେଷକରି ୪ରୁ ୧୨ ବର୍ଷ ମଧ୍ୟରେ ପିଲାକୁ ନେଉଥିଲେ ହେଲ୍‌ମେଟ ପିନ୍ଧାନ୍ତୁ। ଆଗକୁ ଏପରି ଯାଞ୍ଚ କଡାକଡି ହେବ ବୋଲି ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri