ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ ଥିବାବେଳେ ଶନିବାର ଅଧଘଣ୍ଟା ଭିତରେ ଜାତୀୟ ରାଜପଥରେ ଏକାଧିକ ଲୁଟ୍‌ ହୋଇଛି। ରସୁଲଗଡ ଓ ନୟାପଲ୍ଲୀ ଓଭରବ୍ରିିଜ ଉପରେ ଘଟିଛି ଏହି ସିରିଜ ଲୁଟ୍‌॥ ଲୁଟେରାମାନେ ପଲସର ବାଇକରେ ଆସି ଗାଡିରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଲୁଟେରାମାନେ ଚେନ ଓ ଭ୍ୟାନିଟ୍‌ ଝାମ୍ପିନେବାବେଳେ ଗାଡିରୁ ଖସିପଡ଼ି ୪ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କ ମୁଣ୍ଡ ଫାଟି ଯାଇଛି। ସମସ୍ତ ଘଟଣାରେ ଆହତମାନଙ୍କୁ ପିସିଆର୍‌ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୁଣ୍ଡ ଫାଟିଥିବା ମହିଳା ହେଲେ ପଳାଶୁଣୀରେ ରହୁଥିବା ଲୋଜନାଗନ୍ଧା ମହାନ୍ତି ଓ ପଟିଆରେ ରହୁଥିବା ଅଞ୍ଜନା ରାଉତ। ଏହାସହ ଗାଡି ଚଲାଉଥିବା ବଡଗଡ ବ୍ରିଟ୍‌ କଲୋନୀର ସୁବ୍ରତ ରଞ୍ଜନ ସାହୁ ଓ ଅଞ୍ଜନାଙ୍କ ସ୍ବାମୀ ଅଜୟ ରାଉତ ମଧ୍ୟ ଆହତ ହୋଇଛନ୍ତି। ଏନେଇ ମଞ୍ଚେଶ୍ୱର ଓ ନୟାପଲୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଦିନଦ୍ୱିପ୍ରହରରେ ଏଭଳି ଲୁଟ୍‌ ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରସୁଲଗଡ଼ ଓଭରବ୍ରିଜ୍‌ରେ ଦମ୍ପତିଙ୍କୁ ଟାର୍ଗେଟ
ପଟିଆରେ ପରିବାର ସହ ରୁହନ୍ତି ଅଞ୍ଜନା ରାଉତ। ଅପରାହ୍ନ ୪ଟାରେ ସେ ସ୍ବାମୀ ଅଜୟଙ୍କ ସହ ୟୁନିଟ୍‌-୪ ଅଞ୍ଚଳରୁ ବାହାରି ନିଜ ଗ୍ରାମ ଜଗତ୍‌ସିଂହପୁରକୁ ସ୍କୁଟିରେ ଯାଉଥିଲେ। ରସୁଲଗଡ ନିକଟରେ ହୋଇଥିବାବେଳେ ଦୁଇଜଣ ଲୁଟେରା ମୁହଁରେ କପଡା ବାନ୍ଧି ସେମାନଙ୍କ ପିଛା କରିଥିଲେ। ଓଭରବ୍ରିଜ ଉପରେ ଲୁଟେରାଙ୍କ ଗାଡ଼ି ଅଜୟଙ୍କ ସ୍କୁଟିର ବାମପଟେ ଅତି ନିକଟତର ହୋଇଥିଲା। ଏହି ସମୟରେ ପଛରେ ବସିଥିବା ଜଣେ ଲୁଟେରା ହଠାତ୍‌ ଅଞ୍ଜନାଙ୍କ ବେକରୁ ସୁନାଚେନ ଝାମ୍ପି ନେଉଥିଲେ। ହେଲେ ଅଞ୍ଜନା ଚେନ୍‌କୁ ଧରିପକାଇବାରୁ ଲୁଟେରାମାନେ ତାଙ୍କ ସ୍କୁଟିକୁ ଗୋଡ଼ରେ ଧକ୍କାମାରି ଚେନ୍‌ ନେଇ ପାର୍‌ ହୋଇଯାଇଥିଲେ। ଫଳରେ ଅଜୟ ଭାରସାମ୍ୟ ହରାଇବାରୁ ଗାଡିଟି ଓଭରବ୍ରିଜ ବାଡ଼ରେ ପିଟି ହୋଇଯାଇଥିଲା। ସ୍କୁଟି ପଛରେ ବସିଥିବା ଅଞ୍ଜନାଙ୍କ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିଲା ଓ ଅଜୟ ମଧ୍ୟ ଆହତ ହୋଇଥିଲେ।

ଚେନ୍‌ ନେଇ ନ ପାରି ଭ୍ୟାନିଟ୍‌ ଛାମ୍ପିଲେ
ପଳାଶୁଣୀରେ ରହୁଥିବା ଲୋଜନଗନ୍ଧା ମହାନ୍ତି ମାର୍କେଟିଂ କାମ କରନ୍ତି। ସେ ତାଙ୍କ ସଂସ୍ଥାର ଜଣେ ସହଯୋଗୀ ସୁବ୍ରତ ରଞ୍ଜନ ସାହୁଙ୍କ ସହ ଅଫିସ କାମରେ ଖୋର୍ଦ୍ଧା ଯାଉଥିଲେ। ରସୁଲଗଡ଼ ଓଭରବ୍ରିଜ୍‌ରେ ଲୁଟ୍‌ ପରେ ଲୋକେ ଜମା ହୋଇଥିବା ଦେଖି ସେମାନେ ସେଠାରେ କିଛି ସମୟ ଅଟକି ପୁଣି ନିଜ କାମରେ ଖୋର୍ଦ୍ଧା ଅଭିମୁଖେ ବାଇକରେ ଯାଉଥିଲେ। ନୟାପଲୀ ଓଭରବ୍ରିଜ୍‌ ଉପରେ ହୋଇଥିବାବେଳେ ଦୁଇଜଣ ଯୁବକ ଏକ ପଲ୍‌ସରରେ ପିଛା କରି ସମାନ ଢଙ୍ଗରେ ସେମାନଙ୍କ ବାମପଟେ ଅତି ନିକଟତର ହୋଇ ଲୋଜନାଙ୍କ ବେକରୁ ସୁନାଚେନ ଝାମ୍ପିଥିଲେ। ହେଲେ ଚେନ୍‌ଟି ତାଙ୍କ ଭ୍ୟାନିଟି ଭିତରକୁ ଖସି ପଡିବାରୁ ଲୁଟେରା ଉକ୍ତ ବ୍ୟାଗ୍‌କୁ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ବାରମ୍ବାର ଭ୍ୟାନିଟ୍‌ ଟଣାଓଟରା କରିବାରୁ ସୁବ୍ରତ ଭାରସାମ୍ୟ ହରାଇଥିଲେ। ଫଳରେ ଗାଡିଟି ଓଭରବ୍ରିଜ ଡିଭାଇଡରରେ ପିଟି ହୋଇଯାଇଥିଲା। ହେଲମେଟ୍‌ ପିନ୍ଧିଥିବାରୁ ସୁବ୍ରତ ବର୍ତ୍ତିଯାଇଥିଲେ ମଧ୍ୟ ଲୋଜନାଙ୍କ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିଲା। ଏହାଦେଖି ଲୁଟେରା ଖଣ୍ଡଗିରି ଅଭିମୁଖେ ଫେରାର ହୋଇଯାଇଥିଲେ। ସେହିଭଳି ଯିବାବାଟରେ ସମ୍ପୃକ୍ତ ଲୁଟେରାମାନେ ଆଉ କେତେଜଣଙ୍କଠାରୁ ଲୁଟ୍‌ କରିଥିବା ଜଣାପଡିଛି।

ଗୋଟିଏ ଗ୍ୟାଙ୍ଗ୍‌ ସଂପୃକ୍ତ
କିଛିଦିନର ନୀରବତା ପରେ ପୁଣି ଲୁଟେରା ସକ୍ରିୟ ହୋଇଉଠିବା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ତେବେ ଏହି ସିରିଜ୍‌ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ସେମାନେ ରସୁଲଗଡରୁ ଲୁଟ କରିବା ପରେ ନୟାପଲୀ ଓଭରବ୍ରିଜ୍‌ ଉପରେ ମହିଳାଙ୍କଠାରୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଲୁଟ୍‌ରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଜେଲ ଫେରନ୍ତା କିମ୍ବା ଇଞ୍ଜିନିୟରିଂ ଛାତ୍ର ହୋଇଥିବା ପୋଲିସ ସନ୍ଦେହ କରୁଛି।

ଖୁବ୍‌ ଶୀଘ୍ର ଗିରଫ କରାଯିବ: ସିପି
ଦିିନ ଦ୍ୱିପ୍ରହରରେ ରାଜଧାନୀର ଜନଗହଳିପୂର୍ଣ୍ଣ ରାଜପଥରେ ଏକାଧିକ ଲୁଟ୍‌ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂର୍ବରୁ ଏକାଧିକ ଲୁଟ୍‌ରେ ପୋଲିସ ବିଫଳ ହୋଇଥିବାବେଳେ ଏହି ଲୁଟ୍‌ରେ ସଂପୃକ୍ତଥିବା ଦୁଇଜଣ ଅଭିଯୁକ୍ତଙ୍କୁ କିପରି ଗିରଫ କରିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ତେବେ ପୋଲିସ କମିଶନର (ସିପି) ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ରାଜଧାନୀରେ ପାଟ୍ରୋଲିଂ କଡାକଡି କରାଯିବ। ବିଶେଷକରି ଏହି ଗ୍ୟାଙ୍ଗ୍‌କୁ ଖୁବ୍‌ଶୀଘ୍ର ଧରାଯିବ।

ଓଭରବ୍ରିଜ୍‌ ଉପରେ ପୋଲିସ ମୁତୟନ ଦାବି
ରାତି ହେଉ ଅବା ଦିନ ଶହୀଦନଗର,ରସୁଲଗଡ ଏବଂ ନୟାପଲୀ ଓଭରବ୍ରିଜ ଉପରେ ଅପରାଧୀମାନେ ସକ୍ରିୟ ରହୁଛନ୍ତି। ବାରମ୍ବାର ଲୁଟ୍‌ ଓ ଆକ୍ରମଣ ହେଉଛି। ଏହାସତ୍ତ୍ୱେ ଓଭରବ୍ରିଜ ଉପରେ କେତେବେଳେ ବି ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି। ପୂର୍ବରୁ ବାରମ୍ବାର ଏପରି ଘଟଣା ପରେ ଓଭରବ୍ରିଜ ଉପରେ ପୋଲିସ ମୁତୟନ କରାଯାଇଥିଲା। ହେଲେ ପରେ ତାହାକୁ କାଢି ନିଆଯାଇଥିଲା। ତେଣୁ ଓଭରବ୍ରିଜ ଉପରେ ସ୍ଥାୟୀ ଭାବେ ସୁରକ୍ଷା ବ୍ୟବସ୍ଥା ଜାରି ରଖିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri