ରାଜକୋଷକୁ ୨.୫ ଲକ୍ଷ କୋଟିର ଝଟକା ଲାଗିବ

ନୂଆଦିଲ୍ଲୀ,୨୮।୮: କୋଭିଡ୍‌ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଘରୋଇ ବଜାରରେ କାରବାର ଠିକ୍‌ ନ ଥିବା ବେଳେ ଟିକସ ସଂଗ୍ରହକୁ ଏହା ଗଭୀର ଭାବେ କ୍ଷତିଗ୍ରସ୍ତ କରିଛି। ମହାମାରୀ ପ୍ରଭାବରେ କେନ୍ଦ୍ର ରାଜକୋଷକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଝଟକା ଲାଗିବ ବୋଲି ଗୁରୁବାର ସରକାରୀ ଆକଳନରୁ ଜଣାପଡିଛି। ଏଠାରେ ଅନୁଷ୍ଠିତ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୧ତମ ବୈଠକରେ ରାଜସ୍ବ ସଂଗ୍ରହ ହ୍ରାସ ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଏହା ବୈଠକରେ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନିତ ହୋଇଥିବା ନଜରକୁ ଆସିଛି।
ବୈଠକ ପରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ, ଆର୍ଥତ୍କ ବର୍ଷ ୨୦୨୦-୨୧ରେ ରାଜକୋଷକୁ ୨.୩୫ ଲକ୍ଷ କୋଟି ଟଙ୍କା ନିଅଣ୍ଟ ପଡିବ। ବର୍ତ୍ତମାନ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଦିଗରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡୁଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ୨ଟି ବିକଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ପ୍ରଥମ ବିକଳ୍ପ ଭାବେ ରାଜ୍ୟଗୁଡିକୁ ଏକ ସ୍ବତନ୍ତ୍ର ଓ୍ବିଣ୍ଡୋ ପ୍ରଦାନ କରାଯିବ। ଜିଏସ୍‌ଟି ପରିଷଦ ପକ୍ଷରୁ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ସ୍ବଳ୍ପ ସୁଧହାରରେ ୯୭ ହଜାର କୋଟି ଟଙ୍କାର ଋଣ ଉଠାଣ ଦିଗରେ ପଦକ୍ଷେପ ନିଆଯିବ। ସେସ୍‌ ସଂଗ୍ରହ ହେବାର ୫ ବର୍ଷ ପରେ ଏହି ଅର୍ଥ ପଇଠ କରାଯିବ। ଅପରପକ୍ଷରେ ଦ୍ୱିତୀୟ ବିକଳ୍ପ ଭାବେ ରାଜ୍ୟଗୁଡିକୁ ୨.୫ ଲକ୍ଷ କୋଟିର ଜିଏସ୍‌ଟି କ୍ଷତିପୂରଣ ପାର୍ଥକ୍ୟକୁ ନିଜେ ଉଠାଇବାକୁ ପ୍ରସ୍ତାବ ରହିଛି। ଏ ଦିଗରେ ମଧ୍ୟ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରାଯିବ। ଉକ୍ତ ପ୍ରସ୍ତାବକୁ ୭ ଦିନ ମଧ୍ୟରେ ରାଜ୍ୟଗୁଡିକ ନିକଟକୁ ପଠାଯିବା ନେଇ ପାଣ୍ଡେ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, କେବଳ ଚଳିତ ଆର୍ଥତ୍କ ବର୍ଷ ଲାଗି ନୂଆ ବିକଳ୍ପଗୁଡିକୁ କାର୍ଯ୍ୟକାରୀ କରାଯିବାକୁ ପ୍ରସ୍ତାବ ରହିଛି। ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ରାଜ୍ୟଗୁଡିକର ଋଣ ସମସ୍ୟାକୁ ସମାଧାନ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ। ଜି-ସିକ୍ୟୁରିଟି ସଂଯୋଗୀ ସୁଧହାରରେ ରାଜ୍ୟଗୁଡିକ ଋଣ ଉଠାଇବା ଦିଗରେ ଯୋଜନା କରାଯିବ। ଫଳରେ ରାଜ୍ୟଗୁଡିକୁ ଋଣ ଉଠାଣ ଲାଗି କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ବୋଲି ସୀତାରାମନ ମତ ରଖିଛନ୍ତି।
କ୍ଷତିପୂରଣକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା
ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି ଅର୍ଥ ରାଶି କନ୍‌ସୋଲିଡେଟେଡ ଫଣ୍ଡ ଅଫ୍‌ ଇଣ୍ଡିଆରୁ ଉଠାଣ କରାଯାଇ ପାରିବ ନାହିଁ ବୋଲି ଆଟର୍ନି ଜେନେରାଲ ପୂର୍ବରୁ ମତ ରଖିଥିଲେ। ଏ ଦିଗରେ ପୁଣି ଥରେ ତାଙ୍କର ମତ ଲୋଡାଯିବ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆକଳନ ମୁତାବକ ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କାର ଅର୍ଥ ଆବଶ୍ୟକ ହେଉଛି। ମାତ୍ର ଜିଏସ୍‌ଟି ବ୍ୟବସ୍ଥାରେ ଲାଗୁ ହେଉଥିବା ସେସ୍‌ରୁ ୬୫ ହଜାର କୋଟି ଟଙ୍କା ସଂଗ୍ରହ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ୨.୩୫ ଲକ୍ଷ କୋଟି ଟଙ୍କା ଏ ଦିଗରେ ନିଅଣ୍ଟ ପଡିବ। କଂଗ୍ରେସ ସମେତ ଅଣଭାଜପା ଶାସିତ ରାଜ୍ୟଗୁଡିକ ମତ ରଖିଛନ୍ତି ଯେ, ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ପଦକ୍ଷେପ ଗ୍ରହଣ କରୁ। ରାଜ୍ୟଗୁଡିକ ଏହି କ୍ଷତିପୂରଣ ପ୍ରଦାନ କରିବା ଏକ ବୈଧାନିକ ଦାୟିତ୍ୱ ହୋଇଥିବାରୁ ଏହାକୁ କେନ୍ଦ୍ର ଅଗ୍ରାହ୍ୟ କରିପାରିବ ନାହିଁ। ମାତ୍ର କେନ୍ଦ୍ର ସରକାର ଏହାର ଆଇନତଗତ ଯୁକ୍ତି ମଧ୍ୟ ବାଢିଛନ୍ତି। ଯଦି ଟିକସ ସଂଗ୍ରହ କମେ ତେବେ ବାଧ୍ୟବାଧ୍ୟକତା ଭାବେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯-୨୦ରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୧.୬୫ ଲକ୍ଷ କୋଟିର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ମାର୍ଚ୍ଚରେ ୧୩,୮୦୬ କୋଟି ଟଙ୍କା ସାମିଲ ରହିଛି। ଏହି ସମୟ ଅବଧିରେ ୯୫,୪୪୪ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି।
ରାଜସ୍ବ ହ୍ରାସ ଚିନ୍ତାରେ ରାଜ୍ୟ
ରାଜ୍ୟଗୁଡ଼ିକର ମୋଟ୍‌ ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଖର୍ଚ୍ଚଠାରୁ ଅଧିକ। ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ମଧ୍ୟ ରାଜ୍ୟଗୁଡିକର ଖର୍ଚ୍ଚ ଉପରେ ନିର୍ଭର କରୁଛି। କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ସ୍ଥିତିରେ ରାଜ୍ୟଗୁଡିକ ଲାଗି ଅର୍ଥ ଏକ ପ୍ରମୁଖ ଆବଶ୍ୟକତା ହୋଇପଡିଛି। ସମସ୍ୟାର ସମାଧାନ ଲାଗି ଜିଏସ୍‌ଟି ପରିଷଦ ସାମ୍ନାରେ ଅନ୍ୟ କିଛି ବିକଳ୍ପ ରହିଛି। କ୍ଷତିପୂରଣ ସେସ୍‌କୁ ବଢାଯିବା, ସାମଗ୍ରୀ ଏବଂ ସେବା ଟିକସ ପରିସରରେ ଅଧିକ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରିବା ଏବଂ ପରିଶେଷରେ ବଜାରରୁ ଋଣ ଉଠାଇବା ଭଳି ବିକଳ୍ପ ପରିଷଦ ଚିନ୍ତା କରିପାରିବ। ଟିକସ ସ୍ଲାବ କିମ୍ବା ଜିଏସ୍‌ଟି ବୃଦ୍ଧି ନେଇ ରାଜ୍ୟଗୁଡିକ ବର୍ତ୍ତମାନ କେନ୍ଦ୍ର ସହିତ ସହମତ ନାହାନ୍ତି। ଅପରପକ୍ଷରେ ଋଣ ଉଠାଣ ନେଇ ମଧ୍ୟ ରାଜ୍ୟଗୁଡିକ କେନ୍ଦ୍ର ସହ ଏକମତ ସ୍ଥିତିରେ ନ ଥିବା ଜଣାପଡିଛି। ରାଜ୍ୟଗୁଡିକ ଋଣ ଉଠାଣ କରନ୍ତୁ ବୋଲି କେନ୍ଦ୍ର ଚାହୁଁଛି। ଆଗାମୀ ଦିନରେ ଟିକସ ସଂଗ୍ରହ ହେଲେ ଏହାକୁ ନେଇ ଋଣ ଅର୍ଥ ପଇଠ କରାଯିବ। ମାତ୍ର ରାଜ୍ୟଗୁଡିକ ଚାହୁଁଛନ୍ତି ପରିଷଦ ଏ ନେଇ ବ୍ୟବସ୍ଥା କରୁ ଏବଂ ସୁବିଧାକୁ ରାଜ୍ୟଗୁଡିକୁ ପ୍ରଦାନ କରୁ। ଟିକସ ସଂଗ୍ରହ କମିବାରୁ ଚଳିତ ବର୍ଷ ରାଜ୍ୟଗୁଡିକ ୩.୧ରୁ ୩.୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଲୋଡି ପାରନ୍ତି। ଏଥିଲାଗି ବଜାରରୁ ଅତିରିକ୍ତ ଋଣ ଉଠାଣ ଏବଂ ସେସ୍‌ ସଂଗ୍ରହ ସୀମାକୁ ବୃଦ୍ଧି କରିବା ଅନ୍ୟ ଏକ ସମାଧାନ ହୋଇ ପାରେ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସରକାର ପ୍ରଦାନ କରିଥିବା ୨ ବିକଳ୍ପ ମଧ୍ୟରୁ କେଉଁ ବିକଳ୍ପ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri