ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି କହିଲେ ଚଳେ। ସେ ଡାକ୍ତର ହୁଅନ୍ତୁ ଅବା ପୋଲିସ। ଏମାନେ ସମସ୍ତେ ଦେଶବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ହେଲେ କିଛି ସ୍ଥାନରେ ଏମାନଙ୍କ ଉପରକୁ ପଥର ଫିଙ୍ଗିବା, ଛେପ ପକାଇବା ଏମିତିକି ଏମାନଙ୍କୁ ଲହୁଲୁହାଣ କରିବା ପର୍ଯ୍ୟନ୍ତ କଥା ଯାଉଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ଭାଜପା)ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ରାଗି ଯାଇଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେଉଁମାନେ ଡାକ୍ତର, ପୋଲିସ ଭଳି କରୋନା ଯୋଦ୍ଧାଙ୍କ ଉପରକୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଲଜ୍ୟା ଲାଗିବା କଥା। କାରଣ ଏମାନେ ଅଛନ୍ତି ବୋଲି ଆମେ ସୁରକ୍ଷିତ ଅଛୁ। ଉକ୍ତ ଭିଡିଓରେ ହେମା ଦୁଇଦିନ ତଳେ ଆମ୍ବୁଲାନ୍ସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଖବରଦାତା ସମସ୍ତ କରୋନା ଯୋଦ୍ଧାଙ୍କ ଉପରେ ଯିଏବି ଆକ୍ରମଣ କରୁଛନ୍ତି ତାଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଇନ୍ଦୋର, ବିହାର, ଦଲ୍ଲେୀ ଭଳି କେତେକ ସ୍ଥାନରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣକୁ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ରାଜନୀତିରେ ହଲଚଲ: ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ, ନିର୍ମଳାଙ୍କ ହାତକୁ ଯାଇପାରେ ଶିକ୍ଷା ବିଭାଗ!

ନୂଆଦିଲ୍ଲୀ,୪ା୭:  ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦଳୀୟ ମହଲରେ ଶୁଣିବାକୁ ମିଳୁଛି । ଗତ କିଛି ଦିନ ହେଲା ଦିଲ୍ଲୀରେ…

‘ଭୀଷଣ ପାଣିପାଗ’ ସଙ୍କଟ ବଢ଼ିବ: ଡବ୍ଲ୍ୟୁଏମ୍‌ଓର ଚେତାବନୀ ଜାରି

ନୂଆଦିଲ୍ଲୀ,୪ା୭(ପି.ଟି.)ପ୍ରଶାନ୍ତ ମହସାଗର ଉପରିଭାଗରେ ସୃଷ୍ଟ ଏଲ୍‌ ନିନୋ ସ୍ଥିତି ଆଗାମୀ ମାସରେ ଦ୍ରୁତ ବେଗରେ ଶକ୍ତିଶାଳୀ ହେବା ଆଶଙ୍କା କରାଯାଉଛି। ଫଳରେ ଏହା ବିଶ୍ୱର ବିଭିନ୍ନ ଭାଗରେ…

ଡାକ୍ତର ଆନ୍ଦୋଳନ: ଆଲୋଚନାକୁ ଡାକିଲେ ସରକାର

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମେତ ୧୩ଦଫା ଦାବି ନେଇ ବୁଧବାରଠାରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଦରମା ବନ୍ଦ…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ: ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର):ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି(ଗ୍ରୀନ୍‌ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri