Posted inଖେଳ

ରହସ୍ୟ ଉପରୁ ପରଦା ଉଠାଇଲେ ଅମିରଙ୍କ ସ୍ତ୍ରୀ

ଲଣ୍ଡନ, ୧।୮: ଟେଷ୍ଟ କ୍ରିକେଟରୁ ନିକଟରେ ଅବସର ନେଇଥିବା ବୋଲର୍‌ ମହମ୍ମଦ ଅମିର ଏବେ ପାକିସ୍ତାନ ଛାଡି ବ୍ରିଟେନର ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏନେଇ ପାକିସ୍ତାନ ଗଣାମାଧ୍ୟମଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ତାଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି। ଅମିର କୁଆଡେ ବ୍ରିଟେନରେ ରହି ଇଂଲଣ୍ଡ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି। ତେଣୁ ସେ ମାତ୍ର ୨୭ ବର୍ଷ ବୟସରେ ଟେଷ୍ଟରୁ ଅବସର ଦେଇଛନ୍ତି ବୋଲି ମିଡିଆରେ ଚର୍ଚ୍ଚା ହେଉଛି। କିନ୍ତୁ ଏସବୁ ଉପରୁ ପରଦା ଉଠାଇଛନ୍ତି ଅମିରଙ୍କ ସ୍ତ୍ରୀ ନରଜିସ୍‌। ଅମିରଙ୍କ ନାଁରେ ଯେଉଁ ଉଡା ଖବର ପ୍ରକାଶ ପାଉଛି ତାହାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅମିର ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି ସତ, କିନ୍ତୁ ଇଂଲଣ୍ଡ ପକ୍ଷରୁ ଖେଳିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ପାକିସ୍ତାନ ପକ୍ଷରୁ ଖେଳୁଥିବାରୁ ନିଜକୁ ଗର୍ବ କରନ୍ତି ଅମିର୍‌। ଭବିଷ୍ୟତରେ ତାଙ୍କ ଝିଅ ଯଦି କ୍ରୀଡା ପ୍ରତି ଆକର୍ଷିତ ହେବ, ତେବେ ସେ ବି ପାକିସ୍ତାନ ପକ୍ଷରୁ ଖେଳିବ ବୋଲି ନରଜିସ୍‌ କହିଛନ୍ତି। ୨୦୧୬ ସେପ୍ଟେମ୍ବରରେ ବ୍ରିଟିଶ ଯୁବତୀ ନରଜୀସ୍‌ଙ୍କୁ ବିବାହ କରିଥିଲେ ଅମିର। ଫଳରେ ସେ ବ୍ରିଟେନ୍‌ ଭିଜା ଲାଗି ଯୋଗ୍ୟ ହୋଇଛନ୍ତି। ଏହି ଭିଜା ତାଙ୍କୁ ଇଂଲଣ୍ଡରେ ୩୦ ମାସ ରହିବାକୁ ଅନୁମତି ଦେଉଛି। ଏହି ସମୟରେ ସେ ଇଂଲଣ୍ଡର ନାଗରିକଙ୍କ ଭଳି ସମସ୍ତ ଅଧିକାରର ଫାଇଦା ଉଠାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri