Posted inଖେଳ

ରହମତଙ୍କ ଶତକ, ଆଫଗାନିସ୍ତାନ ୨୭୧/୫

ଚିଟ୍ଟାଗଙ୍ଗ, ୫ା୯ (ଏଏଫ୍‌ପି)- ବ୍ୟାଟ୍ସମ୍ୟାନ ରହମତ ଶାହ ଆଫଗାନିସ୍ତାନର ପ୍ରଥମ କ୍ରିକେଟର ଭାବେ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି। ଏଠାରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଶାହ ୧୦୨ରନ କରିଥିବାବେଳେ ଚତୁର୍ଥ ଉଇକେଟରେ ଅସଘର ଆଫଗାନଙ୍କ ସହିତ ୧୨୦ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଛନ୍ତି। ଘରୋଇ ଦଳର ସ୍ପିନ ଆକ୍ରମଣ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ଜାହିରି କରିପାରି ନ ଥିଲା। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୭୧ ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅସଘର ୮୮ ଏବଂ ଅଫ୍‌ସାର ଜାଜାଇ ୩୫ରନ କରି ଅପରାଜିତ ରହିଛନ୍ତି। ଉଭୟେ ଫାଇନାଲ ସେସନରେ ଅପରାଜିତ ୭୪ ରନ ଯୋଗ କରିସାରିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଆଫଗାନିସ୍ତାନ ଏକଦା ୭୭ ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଶାହ ଏବଂ ଆଫଗାନ ଲଢୁଆ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ବାଂଲାଦେଶ ପକ୍ଷରୁ ତାଇଜୁଲ ଇସ୍‌ଲାମ ଏବଂ ନଇମ୍‌ ହସନ ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ଚଳିତ ବର୍ଷ ପ୍ରାରମ୍ଭରେ ଆୟର୍ଲାଣ୍ଡ ବିପକ୍ଷରେ ଏହାର ପ୍ରଥମ ଟେଷ୍ଟ ବିଜୟ ସଫଳତା ହାସଲ କରିଥିଲା। ଏହି ମ୍ୟାଚରେ ଶାହା ପ୍ରଥମ ଇନିଂସରେ ୯୮ ରନ ସେମତ ଦୁଇଟି ଅର୍ଦ୍ଧ ଶତକ ହାସଲ କରିଥିଲେ। ଆଫଗାନିସ୍ତାନ ଦଳ ତରଫରୁ ଇବ୍ରାହିମ ଜାଦ୍ରାନ, କ୍ୱାଇସ୍‌ ଅହମ୍ମଦ ଏବଂ ଜାହିର ଖାଁ ପ୍ରଥମ ଟେଷ୍ଟ ପଦାର୍ପଣ କରିଛନ୍ତି। ୨୦ ବର୍ଷ ୩୫୦ ଦିନ ବୟସରେ ରଶିଦ ଖାଁ ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ଟସ୍‌ ପକାଇବା ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏହି ରେକର୍ଡର ଅଧିକାରୀ ହୋଇଥିଲେ ଜିମ୍ବାଓ୍ବେର ଟାଟେଣ୍ଡା ଟାଇବୁ। ସେ ରଶିଦଙ୍କଠାରୁ ମାତ୍ର ୮ ଦିନ ଅଧିକ ବୟସରେ ପ୍ରଥମ ଟେଷ୍ଟ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ପ୍ରଥମ ଇନିଂସ: ୨୭୧/୫ (ରହମତ ଶାହ-୧୦୨, ଅସଘର ଆଫଗାନ-୮୮*, ନଇମ୍‌ ହସନ-୨/୪୩, ତାଇଜୁଲ ଇସ୍‌ଲାମ-୨/୭୩)।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri