ରସୁଲପୁର ତହସିଲ ପହଞ୍ଚତ୍ଲା ତିତିଲି, ଫନୀ ଫସଲ କ୍ଷୟକ୍ଷତି ଅର୍ଥ

ରସୁଲପୁର,୧୭।୧୨(ଡିଏନଏ)ରେ ରସୁଲପୁର ତହସିଲ ଅଞ୍ଚଳରେ ତିତିଲି ଓ ଫନୀ ବାତ୍ୟାରେ ଫସଲ ହାନୀ ବାବଦରେ କ୍ଷତିପୂରଣ ଅର୍ଥ ଆସି ପହଞ୍ଚିଛି। ଏ ନେଇ ଚାଷୀଙ୍କର ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ଚାଷୀଙ୍କୁ କ୍ଷତି ପୂରଣ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଏ ବାବଦରେ ଅର୍ଥ ତହସିଲରେ ପହଞ୍ଚତ୍ବା ପରେ କ୍ଷୟକ୍ଷତି ଆକଳନ ନେଇ ତପତ୍ରତା ପ୍ରକାଶ ପାଇଛି। ତହସିଲ, କୃଷି, ଉଦ୍ୟାନ କୃଷି ବିଭାଗର କ୍ଷେତ୍ରୀୟ ଅଧିକାରୀଗଣ ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିସାରିଛନ୍ତି। ସେହି ମୁତାବକ ଏହି ଅଞ୍ଚଳରେ ୧୬୪୮ ହେକ୍ଟର ଫସଲ କ୍ଷୟକ୍ଷତି ହୋଇଥିବାବେଳେ ଏ ବାବଦକୁ ମୋଟ ୧କୋଟି ୧୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଫାଇଲ କାର୍ଯ୍ୟ ଚାଲିଛି। ଏ ବାବଦରେ ଚାଷୀଙ୍କ ଜମାଖାତାକୁ ଟଙ୍କା ପ୍ରଦାନ କରାଯିବ ବୋଲି ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ସୂତ୍ରରୁ ଜଣାପଡିଛି।
ପ୍ରକାଶ ଯେ, ଏହି ତହସିଲ ଅଧୀନରେ ୫ଟି ସର୍କଲ ରହିଛି। ଏହି ସର୍କଲ ଅଧୀନରେ ୨୮ଟି ପଞ୍ଚାୟତ ରହିଛି। ସେଥିରୁ ତିତିଲି ବାତ୍ୟାରେ ମୋଟ ୧୨ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଥିଲା। କସ୍ପା ଅଧୀନ ଓଡିଶୋ ପଞ୍ଚାୟତରେ ୫୧ ହେକ୍ଟର ଜମି, କଲଣରେ ୪୯, ସିଂହାପୁରରେ ୨୫ ହାରରେ ମୋଟ ୧୨୫ ହେକ୍ଟର କ୍ଷୟକ୍ଷତି ହୋଇଥିବାବେଳେ ଏଥିପାଇଁ ୮.୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ସେହିପରି ଆଦମପୁର ସର୍କଲ ଅଧୀନ ବଡକଇଁଚିରେ ୩୨, ଗନ୍ଧଣରେ ୩୯, ନଠୁଆବରରେ ୫୪, ଜାବରାରେ ୧୮ ହିସାବରେ ମୋଟ ୧୪୩ ହେକ୍ଟର ପାଇଁ ୯.୭୨ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି। ନରସିଂହପୁର ସର୍କଲ ଅଧୀନ ରାହାମ୍ବାରେ ୨୬, ମୁଗୁପାଳରେ ୧୯, ଭୋଟକାରେ ୧୦କୁ ନେଇ ମୋଟ ୫୫ହେକ୍ଟର ଚାଷ ଜମିକୁ ୩.୭୪ ଲକ୍ଷ, ପହଁଗା ସର୍କଲର ଶ୍ରୀବନ୍ତପୁରରେ ୧୦, ପହଁଗାରେ ୫ ହେକ୍ଟରକୁ ନେଇ ୧୫ହେକ୍ଟର ପାଇଁ ୧.୦୨ଲକ୍ଷ ଟଙ୍କା ସମେତ ମୋଟ ୩୩୮ ହେକ୍ଟର ପାଇଁ ମୋଟ ୨୨ଲକ୍ଷ, ୯୮ହଜାର, ୪୦୦ଟଙ୍କା ଆସିଥିବା ଜଣାପଡ଼ିଛି। ସେହିଭଳି ଫନି ବାତ୍ୟାରେ ମୋଟ ୨୫ଟି ପଞ୍ଚାୟତରେ ଚାଷରେ କ୍ଷୟକ୍ଷତି ହୋଇଥିଲା। ସେଥିରୁ କସ୍ପା ସର୍କଲରେ ଓଡିଶୋରେ ୯୪ ହେକ୍ଟର, କଲଣରେ ୩୯, ସିଂହାପୁରରେ ୩୯, ବାରବାଟୀରେ ୮୪, ପ୍ରଥମାଖଣ୍ଡିରେ ୩୦କୁ ନେଇ ମୋଟ ୨୮୬ ହେକ୍ଟର ପାଇଁ ୧୯.୪୪ଲକ୍ଷ, ନରସିଂହପୁର ସର୍କଲ ପାଇଁ ରାହାମ୍ବାରେ ୯୫, ମୁଗୁପାଳରେ ୬୩, ଭୋଟକାରେ ୬୯, ଅତଲାପୁରରେ ୩୭, ରାଜେନ୍ଦ୍ରପୁରରେ ୪୦, ରସୁଲପୁରରେ ୯୧, ବାହାଦଲାପୁରରେ ୫୨, ନରସିଂହପୁରରେ ୬୦ ହେକ୍ଟରକୁ ନେଇ ମୋଟ ୫୦୭ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିପାଇଁ ୩୪.୪୭ଲକ୍ଷ ଟଙ୍କା ଆସିଛି। ସାମନ୍ତରାପୁର ସର୍କଲ ଅଧୀନରେ ବନ୍ଧଡିହରେ ୪୭, ସାମନ୍ତରାପୁରରେ ୪୨, ମଙ୍ଗରାଜପୁରରେ ୫୬, ଅର୍ଥଗାଁରେ ୫୫, ରାଉତରାପୁରରେ ୩କୁ ମିଶାଇ ମୋଟ ୨୦୩ ହେକ୍ଟର ପାଇଁ ୧୩.୮୦ଲକ୍ଷ ଟଙ୍କା, ଆଦମପୁର ସର୍କଲରେ ବଡକଇଁଚିରେ ୬୨, ଗନ୍ଧଣରେ ୬୨, ନଠୁଆବରରେ ୫୯, ଜାବରାରେ ୩୧କୁ ମିଶାଇ ୨୧୪ ହେକ୍ଟର ପାଇଁ ୧୪.୫୫ ଲକ୍ଷ ଟଙ୍କା, ପହଁଗା ସର୍କଲରେ ଶ୍ରୀବନ୍ତପୁରରେ ୫୭, ପହଁଗାରେ ୨୩, ଟିକରପଡାରେ ୨୦ହେକ୍ଟରକୁ ମିଶାଇ ୧୦୦ ହେକ୍ଟର ପାଇଁ ୬.୮ଲକ୍ଷ ଟଙ୍କା ଆସିଛି। ଫନୀ ବାତ୍ୟାରେ ମୋଟ ୧୩୧୦ ହେକ୍ଟର ଚାଷ କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୬,୮୦୦ଟଙ୍କା ଆର୍ଥତ୍କ ସହାୟତା ହାରରେ ୮୯ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଆକଳନରେ ପରିସରଭୁକ୍ତ ଚାଷୀ ସେମାନଙ୍କ ଜମିଜମା ପ୍ରମାଣପତ୍ର ସହ ବ୍ୟାଙ୍କ ପାସବୁକ୍‌, ଆଧାର କାର୍ଡ ଦାଖଲ କରିବେ। ରାଜସ୍ବ ନିରୀକ୍ଷଙ୍କ ନିକଟରେ ଥିବା ଉଦ୍ଦିଷ୍ଟ ଫର୍ମ ପୂରଣ କରି ଦାଖଲ କରିବା ପରେ ପ୍ରମାଣପତ୍ରଗୁଡିକୁ ଯାଞ୍ଚ କରାଯିବ। ଏହାପରେ ଇନପୁଟ୍‌ ସବିସିଡି ବାବଦକୁ ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri