ରବିବାର ହେଲେ ଖୋଜା ପଡ଼େ ‘ରୟାଲ କ୍ଲବ’

ସାମାଜିକ କାର୍ଯ୍ୟକଳାପ ସହ ଯୋଡ଼ି ହେଉଛନ୍ତି ଯୁବପିଢ଼ି। ଅଧିକରୁ ଅଧିକ ସଂଖ୍ୟାରେ ଯୁବଗୋଷ୍ଠୀ ଏବେ ନିଜକୁ ସମାଜସେବାରେ ସାମିଲ କରୁଥିବା ଦେଖିବାକୁ ମିଳିଲାଣି। ଫଳରେ ଦିନକୁ ଦିନ କ୍ଲବ ସଂଖ୍ୟା ବଢୁଛି। କେତେଜଣ ଯୁବକ ଏକତ୍ରିତ ହୋଇ ତିଆରି କରୁଛନ୍ତି କ୍ଲବ। ସହରର ବିଭିନ୍ନ କ୍ଲବ ନିମନ୍ତେ ଏହି ସ୍ବତନ୍ତ୍ର ସ୍ତମ୍ଭ…

ପ୍ରତି ରବିବାର ଭୋର ହେବା ମାତ୍ରେ ରୟାଲ କ୍ଲବର ସମସ୍ତ ସଦସ୍ୟ ବାଦାମବାଡ଼ି ନିକଟରେ ଏକଜୁଟ ହୁଅନ୍ତି। ପୂର୍ବରୁ ଟଙ୍କା ଯୋଗାଡ଼ ଓ ରୋଷେଇ ସାମଗ୍ରୀ କିଣା ସରିଥାଏ। ସକାଳୁ ସକାଳୁ ବାଦାମବାଡ଼ିସ୍ଥିତ ଏକ ହୋଟେଲରେ ପ୍ରାୟ ୧୦୦୦ ଲୋକଙ୍କ ନିମନ୍ତେ ଅରୁଆ ଭାତ ଓ ଡାଲମା ରୋଷେଇ କରାଯାଏ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳକୁ କଟକର ବିଭିନ୍ନ ସ୍ଥାନରେ ଏହି ରନ୍ଧାଖାଦ୍ୟକୁ ବଣ୍ଟାଯାଏ ବୋଲି କହିଛନ୍ତି କ୍ଲବର ସମ୍ପାଦକ ସୂରଯ କୁମାର ରାଉତ। ପ୍ରାୟ ରବିବାର ମେଡିକାଲରେ ବଣ୍ଟାଯାଏ। କେତେକ ଥର ରାସ୍ତାକଡ଼ରେ ଶୋଉଥିବା ଗରିବ ଲୋକମାନଙ୍କୁ ବଣ୍ଟାଯାଉଛି। ମାତ୍ର ଆମ ଖାଦ୍ୟବଣ୍ଟନ ସ୍ଥାନ ପ୍ରାୟ ଲୋକ ଜାଣି ସାରିଲେଣି। ଏଣୁ ରବିବାର ହେଲା ମାତ୍ରେ ସହରରେ କାମ କରୁଥିବା ଦିନମଜୁରିଆ, ଗରିବ ଲୋକମାନେ ଆପେ ଆପେ ଆସି ରୁଣ୍ଡ ହୋଇଯାଆନ୍ତି ବୋଲି ସୂରଯ କହିଛନ୍ତି।

୨୦୧୪ ମସିହାରୁ ଏହି କ୍ଲବ ଚାଲୁଛି। ପ୍ରଥମେ ଶଙ୍କରପୁର ଓ ବାଦାମବାଡ଼ି ଅଞ୍ଚଳର ପ୍ରାୟ ୨୦ଜଣ ଯୁବ ବ୍ୟବସାୟୀ ଏକାଠି ହୋଇ ଉକ୍ତ କ୍ଲବ ଗଠନ କରିଥିଲେ। ଏବେ ୭୮ଜଣ ଯୁବକ ଏହି କ୍ଲବର ସଦସ୍ୟ। ଏହାର ଅଧିକାଂଶ ସଦସ୍ୟ ବ୍ୟବସାୟ କରନ୍ତି। ପ୍ରତି ରବିବାର ଖାଦ୍ୟ ବଣ୍ଟନ କରାଯିବା ସହିତ ପ୍ରତ୍ୟେକ ମାସରେ ବୃଦ୍ଧାଶ୍ରମ, ବାଳାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ବୋଲି କ୍ଲବ ସଭାପତି ଚିତ୍ତରଞ୍ଜନ ରାଉତ କହିଛନ୍ତି। କିଛିଦିନ ତଳେ ଚଣ୍ଡିଖୋଲରେ ଥିବା ଏକ ବୃଦ୍ଧାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ସେଠାରେ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଥିବା ଚିତ୍ତରଞ୍ଜନ କହିଛନ୍ତି। ଏପରି କି ଅର୍ଥ ଅଭାବରୁ ଯେଉଁ ପିଲାଙ୍କ ପାଠ ପଢ଼ିବାରେ ସମସ୍ୟା ହେଉଛି ସେମାନଙ୍କୁ ଆମେ ସାହାଯ୍ୟ କରୁଛୁ ବୋଲି ଚିତ୍ତରଞ୍ଜନ କହିଥିଲେ। ଅରୁଣୋଦୟ ମାର୍କେଟ ନିକଟରେ ପ୍ରତିବର୍ଷ ଏହି କ୍ଲବ ଗଣେଶପୂଜା ଆୟୋଜନ କରେ। ସ୍କୁଲପିଲାଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟାନ କରାଯାଉଛି ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ରାକେଶ ରାଉତ କ୍ଲବ ଉପସଭାପତି ଥିବାବେଳେ ଶ୍ୟାମପ୍ରସାଦ ବେହେରା ଯୁଗ୍ମ ସମ୍ପାଦକ ଓ ରାକେଶ ସ୍ବାଇଁ କୋଷାଧ୍ୟକ୍ଷ ଅଛନ୍ତି।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri