Posted inଫୁରସତ

ରଥଯାତ୍ରାରେ ସାମିଲ ନ ହୋଇପାରିବାର ଦୁଃଖ, ଅବସୋସ

କିଏ କହେ ରଥରେ ଜଗନ୍ନାଥଙ୍କୁ ଦେଖିଲେ କୋଟିପୁଣ୍ୟର ଫଳ ମିଳେ ତ ପୁଣି ବିଶ୍ୱାସ ରହିଛି ରଥାରୂଢ଼ ଜଗନ୍ନାଥଙ୍କୁ ଦେଖିବା ପରେ ଆଉ ପୁନର୍ଜନ୍ମ ନ ଥାଏ। ନାନା ବିଶ୍ୱାସ ଆଉ ଭକ୍ତିରେ ଭକ୍ତଟିଏ ଚାହିଁ ରହିଥାଏ ରଥରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବ। କିନ୍ତୁ ଏଥର କୋଭିଡ୍‌ ପାଇଁ ବିଭିନ୍ନ ସର୍ତ୍ତ ସହିତ ପୁରୀ ରଥଯାତ୍ରାକୁ ଅନୁମତି ମିଳିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନର ରଥଯାତ୍ରାକୁ ଅନୁମତି ମିଳିପାରିନାହିଁ। ରଥଯାତ୍ରାରେ ସାମିଲ ନ ହୋଇପାରିବାର ଦୁଃଖ ଓ ଅବସୋସ ଭକ୍ତଙ୍କ ମୁହଁରେ…

ଚିନ୍ତା କରିପାରୁନି
ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ। ନନ୍ଦିଘୋଷ ରଥରେ ସେ ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତେ। କରୋନା ସଂକ୍ରମଣ ପାଇଁ ରଥଯାତ୍ରା ବନ୍ଦ ହୋଇଯାଇଛି। ପ୍ରତିବର୍ଷ ଆମ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ସାରା ପରିବାର ଯାଇ ରଥଯାତ୍ରାରେ ସାମିଲ ହେଉ। ଏବର୍ଷ ରଥରେ ଶ୍ରୀଜୀଉଙ୍କୁ ଦେଖି ନ ପାରିବା କଥା ଏବେ ବି ଚିନ୍ତା କରିପାରୁନି। କୋଭିଡ୍‌-୧୯ର ନିୟମାବଳୀ ଅନୁସାରେ ରଥଯାତ୍ରା ପାଇଁ ପଦକ୍ଷେପ ନେଇଥିଲେ ଭଲ ହୋଇଥାନ୍ତା। ଏହା ମନରେ ଢେର ଦୁଃଖ ଦେଇଛି।
– ସଂଯୁକ୍ତା ତ୍ରିପାଠୀ (ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ, କେନ୍ଦ୍ରାପଡ଼ା)
ସମସ୍ତଙ୍କ ପାଇଁ ଦୁଃଖର ବିଷୟ
କୋଟି ଓଡ଼ିଆଙ୍କ ବିଶ୍ୱାସର ଠାକୁର ମହାପ୍ରଭୁ ଜଗନ୍ନାଥ। ଭାରତର ଚାରିଧାମ ମଧ୍ୟରେ ଜଗନ୍ନାଥ ଧାମ ଶ୍ରେଷ୍ଠ। ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରଥାରୂଢ଼ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ଏହାକୁ ନେଇ ପ୍ରତି ଓଡ଼ିଆଙ୍କ ଅନ୍ତରାତ୍ମାରେ ଶିହରଣ ସୃଷ୍ଟି ହୋଇଥାଏ। ୧୯୯୯ରୁ ଢେଙ୍କାନାଳରେ ଦୁଇଟି ରଥ ମଧ୍ୟରୁ ଗୋଟିଏକୁ ମହିଳାମାନେ ଟାଣି ଆସୁଥିଲେ। ଚଳିତବର୍ଷ ଏଠାରେ ରଥଯାତ୍ରା ବନ୍ଦ ହେବା ପରେ ଏଥିରୁ ସମସ୍ତେ ବଞ୍ଚତ୍ତ ହୋଇଛନ୍ତି। ବର୍ଷକରେ ଥରେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ଯେଉଁ ସୁଯୋଗ ମିଳେ ତାହା ଏଥର ମିଳିଲା ନାହିଁ। ଏହା ଆମ ସମସ୍ତଙ୍କ ପାଇଁ ଦୁଃଖର ବିଷୟ।
-ଡ. ପୁଷ୍ପଲତା ରଥ (ଅଧ୍ୟାପିକା, ଢେଙ୍କାନାଳ)
ଭକ୍ତ ରହିତ ରଥଯାତ୍ରା ହୋଇପାରିଥାନ୍ତା
ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ରଥ ଗଡିଲେ ହଁି ବିକାଶର ରଥ ଗଡ଼େ। ଇଏ ଆଧ୍ୟାତ୍ମିକତାର କଥା, ଧର୍ମୀୟ ଭାବନାର କଥା, ବିଶ୍ୱାସର କଥା। କୋଭିଡ୍‌-୧୯ କାରଣରୁ କଟକଣା ଭିତରେ ଏଠାରେ ଭକ୍ତରହିତ ରଥଯାତ୍ରା ପାଳିତ ହୋଇପାରିଥାନ୍ତା। ସମ୍ପୂର୍ଣ୍ଣ ବନ୍ଦ କରିଦେବା ମହା ବିପତ୍ତିର ସୂଚକ। ଏଥିପାଇଁ ମୁଁ ଅତ୍ୟନ୍ତ ମର୍ମାହତ।
-ସୁନୀତି ପାଣିଗ୍ରାହୀ (ପାତାଳି ଶ୍ରୀକ୍ଷେତ୍ର,
କୋଟସମଲାଇ, ସୁବର୍ଣ୍ଣପୁର)

ବନ୍ଧୁମିଳନ ଆଉ
ମଜା ହେବନି
ଆଗରୁ ରଥଯାତ୍ରା ସମୟରେ ବାହାରେ ରହୁଥିବା ପରିବାର ଲୋକ ତଥା କୁଣିଆ ଆସୁଥିଲେ। ଫଳରେ ଘର ପୂରି ଉଠୁଥିଲା। ଚଳିତବର୍ଷ ରଥଯାତ୍ରା ବନ୍ଦ ଯୋଗୁଁ ଘର ଖାଲି ରହିବ। ସେହିପରି ରଥ ଟାଣିବା ଏବଂ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ବଡଦାଣ୍ଡରେ ବସୁଥିବା ମେଳା ବୁଲିବା ନିଆରା ଅନୁଭୂତି ଚଳିତ ବର୍ଷ ମିଳିବ ନାହିଁ। ସେହିପରି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୁଣା ସହର ମୁଖରିତ ହୋଇ ଉଠୁଥିଲା। ତାହା ଦେଖିବାକୁ ମିଳିବ ନାହିଁ। ପାହାଡରୁ ଆସୁଥିବା ଭୂୟାଁ ଓ ଜୁଆଙ୍ଗ ଜନଜାତିଙ୍କ ନୃତ୍ୟଗୀତ ତଥା ବିକ୍ରି କରିବାକୁ ଆଣୁଥିବା ପାହାଡିଆ ସାମଗ୍ରୀ ଦେଖିବାକୁ ମିଳିବ ନାହିଁ। ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ମିଳିବ ନାହିଁ। ସାନମାନଙ୍କୁ ବଡମାନେ ଯାତ୍ରା ଖର୍ଚ୍ଚ ଦେଇଥାନ୍ତି। ସେ ପରମ୍ପରା ଆଉ ମିଳିବ ନାହିଁ। ଏହାଛଡା ରଥଯାତ୍ରା ସମୟରେ ଖିଚୁଡି ଓ ପଲଉ ଖାଇବାର ମଜା ଏବଂ ପଡୋଶୀ ତଥା ବନ୍ଧୁବାନ୍ଧବ ମଧ୍ୟରେ ଭାବ ଆଦାନ ପ୍ରଦାନ ହୋଇପାରିବ ନାହିଁ । ପ୍ରତି ବର୍ଷ ମଙ୍ଗଳବାର ଦିନ ସମସ୍ତେ ଗୁଣ୍ଡିଚା ମନ୍ଦିରରେ ମାନସିକ କରି ତାରିଣୀ ବ୍ରତ ବାନ୍ଧି ପୂଜାର୍ଚ୍ଚନା କରିଥାନ୍ତି। ଚଳିତବର୍ଷ ଏହି ବ୍ରତ ଘରେ ପୂଜା କରି ବାନ୍ଧିବାକୁ ପଡିବ। ନବବିବାହିତା ଏହି ରଥଯାତ୍ରା ସମୟରେ ବୁଲିବା ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ସେମାନେ ବୁଲିବାର ସୁଯୋଗ ପାଇବେ ନାହିଁ ।
– ସଂଘମିତ୍ରା ପଟ୍ଟନାୟକ (ଭଟ୍ଟସାହି,
ପୁରୁଣାସହର, କେନ୍ଦୁଝର)

ଘରେ ରହି ପ୍ରାର୍ଥନା କରିବି
ପ୍ରତିବର୍ଷ ରଥଯାତ୍ରାକୁ ଅନାଇ ବସିଥାଏ। ରଥଯାତ୍ରା ଆସିଲେ ମା’ ସୁଭଦ୍ରାଙ୍କ ରଥ ଟାଣିବି ବୋଲି ରଥ ଟଣାର ବହୁ ଆଗରୁ ପହଞ୍ଚି ଯାଇଥାଏ। ମା’ଙ୍କ ରଥଙ୍କୁ କେବଳ ମହିଳାମାନେ ଟାଣୁଥିବାରୁ ସମସ୍ତେ ଖୁସିରେ ରଥ ଟାଣିଥାନ୍ତି। ରଥ ଟାଣିବା ବେଳେ ଯେଉଁ ଆନନ୍ଦ ଲାଗେ ତାହା କଳ୍ପନା ବାହାରେ। ମା’ଙ୍କ ରଥ ଟାଣିବା ଦ୍ୱାରା ମନକୁ ଶାନ୍ତି ମିଳେ। ହେଲେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁ ରଥ ଯାତ୍ରା ବନ୍ଦ ହୋଇଥିବାରୁ ଦୁଃଖ ଲାଗୁଛି। ସଂକ୍ରମଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଏ ବର୍ଷ ଘରେ ରହି ମା’ଙ୍କୁ ଜଗତରୁ କରୋନା ଦୂର ହେଉ ବୋଲି ପ୍ରାର୍ଥନା କରିବି।
-ସୋନାଲି ଭୂୟାଁ, ଗୃହିଣୀ,ବାରିପଦା
କୋଟି ଜନ୍ମର
ପୁଣ୍ୟରୁ ବଞ୍ଚତ୍ତ
ଜଗନ୍ନାଥଙ୍କର ସଂସ୍କୃତି ଅନୁସାରେ ରଥାରୂଢ ଅବସ୍ଥାରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ଚଳିତ ବର୍ଷ କରୋନା ଲାଗି ରଥଯାତ୍ରା ପାଇଁ ସମସ୍ୟା ସୃଷ୍ଟିକରିଛି। ତେଣୁ ରଥରେ ମହାପ୍ରଭୁଙ୍କୁ ଦେଖିବାର ପୁଣ୍ୟଫଳରୁ ବଞ୍ଚତ୍ତ ରହିବାରୁ ଆତ୍ମା କାନ୍ଦି ଉଠୁଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମନ୍ଦିର ବାହାରକୁ ଭକ୍ତଙ୍କ ପାଖକୁ ଚାଲିଆସନ୍ତି। ଜଗନ୍ନାଥଙ୍କ ପରମ ଭକ୍ତ ଭାବେ ରଥ ଉପରେ ତାଙ୍କ ଦର୍ଶନ ପାଇବା ପାଇଁ ମନ ବ୍ୟାକୁଳ ହେଉଛି। କୋଭିଡ୍‌-୧୯ର ସମସ୍ତ ନିୟମକୁ ରକ୍ଷା କରି ରଥଯାତ୍ରା କରିଥିଲେ ଅନ୍ତତଃ ମନକୁ ଟିକିଏ ଶାନ୍ତି ଲାଗିଥାନ୍ତା ବୋଲି ସୁବାଷିନୀ ପ୍ରକାଶ କରିଛନ୍ତି।
– ସୁବାଷିନୀ ଜି.
(ନୀଳଗିରି, ବାଲେଶ୍ୱର)
ଆଶା ମଉଳିଗଲା
ବର୍ଷକ ବାରମାସ ଯାକ ସକାଳ ଓ ସାରେ ଜଗନ୍ନାଥ ମନ୍ଦିରକୁ ଯାଏ। ଠାକୁରଙ୍କୁ ଫୁଲ ଦେଇ ପ୍ରାର୍ଥନା କରି ଫେରେ। ହେଲେ ମୋ ଜୀବନରେ ପ୍ରଥମ ଥର ପାଇଁ କରୋନା ଯୋଗୁଁ ଏବେ ମୁଁ ମୋର ଅତି ପ୍ରିୟ ଠାକୁରଙ୍କୁ ଦର୍ଶନ କରିପାରୁନି। ସରକାରଙ୍କ କଟକଣା ଯୋଗୁଁ ରଣପୁର ଜଗନ୍ନାଥ ମନ୍ଦିରକୁ ତିନି ମାସ ହେଲା ଭକ୍ତଙ୍କ ପ୍ରବେଶ ମନା। ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ସେଥିପାଇଁ ରଥଯାତ୍ରାରେ ରଥ ଉପରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତମାନେ ବଡ଼ ଆଶା କରିଥିଲେ। କିନ୍ତୁ ରଥଯାତ୍ରା ବନ୍ଦ ହେବାରୁ ଏହି ଆଶା ପୁଣି ମଉଳିଗଲା।
– ସୁଧାଂଶୁବାଳା ପଟ୍ଟନାୟକ (ଗୃହିଣୀ, ରଣପୁର)


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି।…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

୨ ନଦୀର ସଙ୍ଗମସ୍ଥଳରେ ହେବ ଆନିକଟ୍‌, ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଧାୟକ କହିଲେ…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ…

ମାଓବାଦୀ ମୁକ୍ତ ହେବ ଗନ୍ଧମାର୍ଦ୍ଦନ: ଚାଲିଛି ରଣକୌଶଳ, ମାର୍ଚ୍ଚ ଶେଷ ଶୁଦ୍ଧା…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ପ୍ରଥମେ ଜିଲାରେ ମାଓବାଦୀ ସଂଗଠନ କାୟା ବିସ୍ତାର କରିଥିଲା। ଏହାପରେ ମାଓବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri