ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଲା

ପୁରୀ ଅଫିସ,୩।୫: କରୋନା କଟକଣା ଭିତରେ କେମିତି ହେବ ରଥଯାତ୍ରା? ଏବର୍ଷ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କ ରଥ ଗଡ଼ିବ ନା ରୁକୁଣା ରଥ ପରି ବନ୍ଦ ହୋଇଯିବ? ମହାମାରୀ କରୋନାର ଭୟାବହତାକୁ ଦେଖି ଗତ କିଛିଦିନ ହେଲା ରଥଯାତ୍ରାକୁ ନେଇ ଏମିତି ଆଶା ଆଶଙ୍କା ଲାଗି ରହିଛି। ମେ ୩ ତାରିଖ ଲକ୍‌ଡାଉନ ଅବଧି ଶେଷ ପରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଅନୁଯାୟୀ ରଥଯାତ୍ରା ସଂକ୍ରାନ୍ତରେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହୋଇଥିଲା। ମାତ୍ର ଶୁକ୍ରବାର କେନ୍ଦ୍ର ସରକାର ଲକ୍‌ଡାଉନ ଅବଧି ପୁଣି ଦୁଇସପ୍ତାହ ବଢାଇବା ଫଳରେ ରଥଯାତ୍ରାର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସେପଟେ କଟକଣାଯୁକ୍ତ ରଥଯାତ୍ରା କରିବା ଲାଗି ଦଇତାପତି ସେବକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ଶୁକ୍ରବାର ରାତିରେ ଗଜପତି ମହାରାଜାଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଛନ୍ତି। ହେଲେ ରଥଯାତ୍ରାକୁ ନେଇ କେହି କିଛି ସ୍ପଷ୍ଟ ଉତ୍ତର ରଖି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରଥ ତିଆରି ଆରମ୍ଭ ହୋଇନାହିଁ। ୩ ତାରିଖ ପରେ ପ୍ରଶାସନ ଅନୁମତି ଦେଲେ ମଧ୍ୟ ଏତେ କମ୍‌ ଦିନ ଭିତରେ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ରଥଯାତ୍ରାକୁ ନେଇ ଏମିତି ଅନିଶ୍ଚିତତା ଲାଗିରହିଥିବା ବେଳେ ଶନିବାର ପୁରୀରେ ପହଞ୍ଚତ୍ଛି ଦଶମ ପର୍ଯ୍ୟାୟ ରଥକାଠ।

ଏଥର ରଥଯାତ୍ରା ହେବ କି ନାହିଁ ଏବଂ ଲକ୍‌ଡାଉନ ଥିବାରୁ ଚନ୍ଦନ ଯାତ୍ରା କିପରି ହେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏଥିପାଇଁ ୨୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଥିବାରୁ ବାହାରେ ଠାକୁରଙ୍କର କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଥିଲା। କିନ୍ତୁ ସେବାୟତମାନେ ଠାକୁରଙ୍କ ପରମ୍ପରାରେ ବ୍ୟତିକ୍ରମ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଯାହା ନିର୍ଣ୍ଣୟ ଦେବେ ତାହାକୁ ସମସ୍ତେ ମାନିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଖବରଦାତା ସମ୍ମିଳନୀରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ ଅନୁସାରେ ଶ୍ରୀମନ୍ଦିର ବାହାରେ କୌଣସି ନୀତି ହୋଇପାରିବ ନାହିଁ। ମହାପ୍ରଭୁଙ୍କ ବିଧି କିପରି ରକ୍ଷା ହେବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ହିଁ ମାର୍ଗଦର୍ଶନ ଦେବେ। ମେ ୩ ପରେ ସରକାର ଯେଉଁ ନୂଆ ଗାଇଡଲାଇନ ଆଣିବେ ତାକୁ ଦେଖି ପୁଣି ଥରେ ପରିଚାଳନା କମିଟି ବୈଠକ ବସି ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହାପରେ ସେହିଦିନ ସନ୍ଧ୍ୟାରେ ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ବିଧି ରକ୍ଷା ନିମନ୍ତେ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରାର ରୀତିନୀତି କରାଯିବ ବୋଲି ଜଗଦ୍‌ଗୁରୁ ପରାମର୍ଶ ଦେଇଥିଲେ। ଏହାପରେ ଗଣମାଧ୍ୟମ ସମ୍ମୁଖରେ ଗଜପତି ମହାରାଜା କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଗାଇଡଲାଇନ ମାନି ନୀତିକାନ୍ତି ହେବ। ଶ୍ରୀମନ୍ଦିର ଭିତରେ ଚନ୍ଦନ ଯାତ୍ରା ଚାଲିଥିବାବେଳେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ତେବେ ସେବେଠୁ ରଥ ତିଆରି କାମ ବନ୍ଦ ରହିଛି। ଏବେ ଲକ୍‌ଡାଉନକୁ ପୁଣି କେନ୍ଦ୍ର ସରକାର ମେ ୧୭ ଯାଏ ବୃଦ୍ଧି କରିଥିବାରୁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢିଯାଇଛି। ମେ ୩ ପରେ ରଥ ନିର୍ମାଣ ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ୪ ତାରିଖରେ ପରିଚାଳନା କମିଟି ବୈଠକ ବସି ରଥଯାତ୍ରା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ଜୁନ୍‌ ୨୩ରେ ରଥଯାତ୍ରା। ଆଉ ମାତ୍ର ମାସେ ୨୦ ଦିନ ଥିବାବେଳେ ଏ ପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇନାହିଁ। ଏତେ କମ୍‌ ଦିନରେ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ନେଇ କୌଣସି ଆଲୋଚନା ହୋଇ ନ ଥିବା ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି। ଏ ସବୁକୁ ଦେଖିଲେ ଚଳିତବର୍ଷ ରଥଯାତ୍ରାକୁ ନେଇ ସଙ୍କଟ ବଢୁଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ଶନିବାର ପୁରୀରେ ପହଞ୍ଚତ୍ଛି ଦଶମ ପର୍ଯ୍ୟାୟ ରଥକାଠ। ବୌଦ୍ଧରୁ ଗୋଟିଏ ଟ୍ରକ୍‌ରେ ୧୨ ଫୁଟିଆ ୩୦ ଖଣ୍ଡ ଅସନ କାଠ ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri