ରଥଯାତ୍ରାକୁ ଆଉ ୪ଦିନ ବାକି: ଅଶାନ୍ତ ହେଲା ପୁରୀ ସହର; ତେଜରାତି ଦୋକାନୀଙ୍କୁ ଗୁଳିମାଡ଼

ପୁରୀ ଅଫିସ,୩୦ା୬: ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ ଧୀରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଶନିବାର ସମୁଦ୍ରକୂଳ ଥାନା ଅଧୀନ ସ୍ବର୍ଗଦ୍ୱାର ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ଗୁଳି ଫୁଟିଛି। ୨ଜଣ ଯୁବକ ଏକ ବାଇକ୍‌ରେ ଆସି ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳି ତାଙ୍କ ବାମ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲ (ଏସ୍‌ସିବି)କୁ ସ୍ଥାନାନ୍ତରିତ କରାଯାଇଛି। ଆହତ ବ୍ୟବସାୟୀ ଜଣକ ହେଲେ ସୁକାନ୍ତ ସାହୁ (୪୦)। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଅନୁଯାୟୀ, ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ସୁକାନ୍ତଙ୍କର ତେଜରାତି ଦୋକାନ ରହିଛି। ଶନିବାର ରାତି ପ୍ରାୟ ୮ଟାରେ ସେ ଦୋକାନରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ୨ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ପହଞ୍ଚତ୍ଥିଲେ। ସଙ୍ଗେସଙ୍ଗେ ସେଠାରୁ ଚାଲିଗଲେ। ଏହାର ୧୫ମିନିଟ୍‌ ପରେ ପୁଣି ସେମାନେ ଆସିଲେ। ସୁକାନ୍ତଙ୍କୁ କିଛି ପଚାରିଲେ। ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍‌ ପିସ୍ତଲରୁ ଗୁଳିମାଡ଼ କରିବା ପରେ ଦୁହେଁ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଗୁଳି ଫୁଟା ଶବ୍ଦ ଓ ସୁକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କ ପାଖକୁ ଯିବାରୁ ସେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ତାଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବାନୁଯାୟୀ, ପୂର୍ବରୁ ଏକ ଗୋଷ୍ଠୀ ସହ ସୁକାନ୍ତଙ୍କର ଶତ୍ରୁତା ରହିଥିଲା। ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସମାଧାନ ହୋଇଯାଇଥିଲା। ଗୁଳିକାଣ୍ଡର ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିପକ୍ଷ ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ବାସେଳିସାହି ଥାନା ଅଧୀନ ପଣାପ୍ରିୟା ଲେନ୍‌ରେ ଶିବରାମ ପାତ୍ର ନାମକ ଯୁବକଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ପୂର୍ବରୁ ଟାଉନ ଥାନା ଅଧୀନ ମିଶ୍ରସାହିରେ ଜଣେ ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିଲା। ସେହିପରି ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାବେଳେ ଲୁଟତରାଜ, ରାହାଜାନି ଆଦି ବଢିଚାଲିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri