୫ ଦିନ ପରେ ବାଜିବ ରେଭେନ୍‌ଶା ରେଡ଼ିଓ: କଟକ ଶୁଣୁଥିଲା, ଏବେ ଭୁବନେଶ୍ୱର ଶୁଣିବ

କଟକ ଅଫିସ,୩୦ା୬: ଆଉ ୫ ଦିନ ପରେ ବାଜିବ ରେଭେନ୍‌ଶା ରେଡିଓ। ୪ବର୍ଷ ଧରି ଖତ ହୋଇ ପଡ଼ିବା ପରେ ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁନଃକାର୍ଯ୍ୟକ୍ଷମ କରିବାର ସଫଳ ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ କଟକବାସୀ ନୁହେଁ ଏଥର ରେଭେନ୍‌ଶା ରେଡିଓର ସ୍ବର ୨୦ କିମିରୁ ଉର୍ଦ୍ଧ୍ୱ ପରିଧି ପର୍ଯ୍ୟନ୍ତ ଶୁଭିବ। ବିଶେଷକରି ଭୁବନେଶ୍ୱର ପର୍ଯ୍ୟନ୍ତ ଏହା ଶୁଣାଯିବ। ପ୍ରଥମେ ସାତ ଦିନ ଧରି ଡ୍ରାଏ ରନ୍‌ ଅର୍ଥାତ ପରୀକ୍ଷାମୂଳକ ଭାବେ ରେଡିଓରେ କିଛି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ପରେ ଛାତ୍ରୀଛାତ୍ରଙ୍କୁ ନେଇ ଏହା ନିୟମିତ ଭାବେ ଚାଲିବ ବୋଲି ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ. ଜୟନ୍ତ କୁମାର ସ୍ବାଇଁ କହିଛନ୍ତି।
୨୦୧୧ ଏପ୍ରିଲ ୧୪ରେ ରେଭେନ୍‌ଶା ରେଡ଼ିଓ ଉଦ୍‌ଘାଟିତ ହୋଇଥିଲା। ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନରେ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାରେ ରେଭେନ୍‌ଶା ରେଡ଼ିଓ ପ୍ରଥମ ମାନ୍ୟତା ପାଇଥିଲା। ଓଡ଼ିଆ ନୂଆବର୍ଷ ତିଥିରେ ତତ୍କାଳୀନ କୁଳପତି ଦେବଦାସ ଛୋଟରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ କିଛିବର୍ଷ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ ହେବା ସହ ବେଶ ଲୋକାଦୃତ ମଧ୍ୟ ହୋଇଥିଲା। ରେଭେନ୍‌ଶା ଠାରୁ ୫ କିମି ପରିଧି ପର୍ଯ୍ୟନ୍ତ ରେଡିଓର ସ୍ବର ଶୁଭୁଥିଲା। ପରେ ବୈଷୟିକ ତ୍ରୁଟି ଯୋଗୁ ପ୍ରସାରଣ ବନ୍ଦ ହେବା ସହ ଧିରେଧିରେ ସମ୍ପୂର୍ଣ୍ଣ ବନ୍ଦ ହେବା ଭଳି ପରିସ୍ଥିତି ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ଫଳରେ ସେଠାରୁ କିଛି ସରଞ୍ଜାମ ଚୋରି ହୋଇଯାଇଥିବାବେଳେ ଆନୁସଙ୍ଗିକ ସରଞ୍ଜାମରେ ଉଇ ଲାଗି ନଷ୍ଟ ହୋଇଥିଲା। ବିଭିନ୍ନ ସମୟରେ ଛାତ୍ରୀଛାତ୍ରମାନେ ଏହାକୁ ନେଇ ପ୍ରତିବାଦ କରିବା ପରେ ରେଭେନ୍‌ଶା ରେଡ଼ିଓ ପୁଣି ଥରେ ଆରମ୍ଭ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡ. ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଚାଲିଛି। ମୋଟ୍‌ ୨୫ଲକ୍ଷ ଟଙ୍କା ବଜେଟ ରହିଛି ବୋଲି ସ୍ବାଇଁ ସୂଚନା ଦେଇଥିଲେ। ବ୍ରଡକାଷ୍ଟିଂ ଇଞ୍ଜିନିୟରିଂ କର୍ପୋରେଶନ ଇଣ୍ଡିଆ ଲିମିଟେଡ ଏହି କାର୍ଯ୍ୟ କରୁଛି। ମୋଟ୍‌ ୩ଟି ରୁମ୍‌ ଯଥା ରେକଡିଂ ରୁମ୍‌, ଅନ ଏୟାର ରୁମ୍‌ ଓ ଟ୍ରାନ୍ସମିଟର ରୁମ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ୫ଦିନ ପରେ ପରୀକ୍ଷାମୂଳକ ଭାବେ ପ୍ରସାରଣ କରାଯିବ। ସାମାଜିକ-ଅର୍ଥନୈତିକ ଶିକ୍ଷା ଠାରୁ ଆରମ୍ଭ କରି ମନୋରଞ୍ଜନ ଓ କ୍ୟାରିୟର କାଉନସେଲିଂ ଭଳି କାର୍ଯ୍ୟକ୍ରମ ଏବେ ରେଭେନ୍‌ଶା ରେଡ଼ିଓରେ ପୁଣି ଥରେ ଶ୍ରୋତା ଶୁଣିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri