ରଥଯାତ୍ରା ଆୟୋଜନ ଦାବିରେ ୬ ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ, ୧୯।୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ ଡାକରା ଦିଆଯାଇଛି। ତେବେ ଏହାର ଆଂଶିକ ପ୍ରଭାବ ପୁରୀ ସହରରେ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଅଳ୍ପ କିଛି ଦୋକାନ ବନ୍ଦ ରହିଥିବା ବେଳେ ଅଧିକାଂଶ ଦୋକାନ ବଜାର ଖୋଲା ରହିଛି। ଗଳିକନ୍ଦିରେ ସବୁ ଦୋକାନ ଖୋଲା ଥିବା ଦେଖିବାକୁ ମିଳୁଛି। ଚାରି ଚକିଆ ଯାନ ଏତେଟା ଚଳପ୍ରଚଳ କରୁ ନ ଥିବା ବେଳେ ଦୁଇ ଚକିଆ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି।
କରୋନା ପାଇଁ ଏଥର ରଥଯାତ୍ରା ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ତ୍ୱେ କାହିଁକି ରଥଯାତ୍ରା ବନ୍ଦ କରାଗଲା ତାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ତେଣୁ ବିନା ଭକ୍ତରେ ରଥଯାତ୍ରା ହେଉ ଦାବିରେ ଉପରୋକ୍ତ ଦୁଇ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ପୁରୀ ବନ୍ଦ ଡାକରା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri