ରଥଖଳାରୁ : ଆଜି ଉଠିବ ୪ ନାହାକା

ପୁରୀ ଅଫିସ, ୧୭ା୬ : ଅକ୍ଷୟ ତୃତୀୟାଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଛି ରଥକାମ। ଗତକାଲି ତିନି ରଥର ତଳେ ଖଞ୍ଜାଯାଇଥିବା ଦଣ୍ଡା ନମ୍ବର କରାଯାଇ ଅଖ ଉପରେ ଉଠିଥିଲା। ପରେ କଣଗୁଜ ଖଞ୍ଜାଯାଇ ନିରାଡି ଉଠିଥିଲା। ସୋମବାର ପବିତ୍ର ସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ୪ ନାହାକା ଉଠିବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ତିନିରଥର ୪ଟି ଲେଖାଏଁ ନାହାକା ଚଉପଟ ସରିଛି। ତିିନି ରଥ ଲାଗି ପାର୍ଶ୍ୱ ଗୟଲ କାଠ ଚଉପଟ ଚାଲିଛି। ସମୁଦାୟ ୩୨ଟି ପାର୍ଶ୍ୱ ଗୟଲ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ୧୨ଟି ଲେଖାଏଁ ଏବଂ ଦର୍ପଦଳନର ୮ଟି ରହିଛି। ପରେ ଜୋଖା ହଣା ଯିବ। ସେଥିରୁ ନନ୍ଦିଘୋଷ ଓ ତାଳଧ୍ୱଜର ୧୬ଟି ଲେଖାଏଁ ଏବଂ ଦର୍ପଦଳନର ୧୨ଟି ରହିଛି। ରୂପକାର ସେବକ ସିଂହାସନ ପ୍ରସ୍ତୁତ କରୁଛନ୍ତି। ଦୋଳବେଦି କୋଣରେ କମାର ସେବକ ଲୁହାକଣ୍ଟା ପ୍ରସ୍ତୁତ କରୁଛନ୍ତି। ଏଥିସହିତ ରଥଯାତ୍ରା ସଂଲଗ୍ନ ଅନ୍ୟାନ୍ୟ କାମ ଚାଲିଛି। ସ୍ନାନଯାତ୍ରା ଲାଗି ମହାପ୍ରଭୁଙ୍କ ଚାନ୍ଦୁଆ ମରାମତି କାମ ଚାଲିଥିବା ବେଳେ ଚିତ୍ରକର ସାହିରେ ଚିତ୍ରକର ମାନେ ପଟିଦିଅଁ(ଅଣସର ପଟି) ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ସେହିପରି ରାଘବଦାସ ମଠରେ ମହାପ୍ରଭୁଙ୍କ ଟାହିଆ ଓ ଗଜାନନ ବେଶ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri