ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା,୨୦ା୧୨(ଡି.ଏନ୍‌.ଏ.): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଚଳିତବର୍ଷ ଦଶପଲ୍ଲା ବନାଞ୍ଚଳରେ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦଶପଲ୍ଲା ବ୍ଲକର ସାକେଣୀ ଫରେଷ୍ଟ ସେକ୍‌ସନରେ ପ୍ରଥମେ ଏହି କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମରେ ସାକେଣୀ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟ ଗାର୍ଡ ନାରାୟଣ ମହାରଣାଙ୍କ ସମେତ ଦଶପଲ୍ଲା ବନ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ସାକେଣୀ, ପେହେଲାଜୁ, ପୋଲରା ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ। ବିଭିନ୍ନ ଅଞ୍ଚଳ ବୁଲିବା ପରେ ରଥକାଠ ଚିହ୍ନଟ ହୋଇଥିଲେ ହେଁ ଏହା ଚୁଡାନ୍ତ ନୁହେଁ। ଏହା ପର୍ଯ୍ୟାୟକ୍ରମେ ଚାଲୁରହିବ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଆସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣେ କର୍ମଚାରୀ କହିଛନ୍ତି। ଗତବର୍ଷ ରଥଯାତ୍ରା ନିମନ୍ତେ ଦଶପଲ୍ଲା ବନାଞ୍ଚଳରୁ ୫୬୫ ଖଣ୍ଡ ବିଭିନ୍ନ କିସମର ରଥକାଠ ପୁରୀ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri