Posted inଖେଳ

ରଣ୍‌ଜୀ ଟ୍ରଫି: ସୌରାଷ୍ଟ୍ର-ବେଙ୍ଗଲ ଫାଇନାଲ

ରାଜକୋଟ, ୪।୩ (ପି.ଟି.): ଲଗାତର ୨ୟ ବର୍ଷ ଲାଗି ସୌରାଷ୍ଟ୍ର କ୍ରିକେଟ୍‌ ଦଳ ରଣ୍‌ଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ବୁଧବାର ଘରୋଇ ଦଳ ୯୨ ରନରେ ଗୁଜରାଟକୁ ପରାସ୍ତ କରିଛି। ଭାରତୀୟ ଘରୋଇ କ୍ରିକେଟ୍‌ର ଏହି ସମ୍ମାନଜନକ ଟ୍ରଫି ହାସଲ ପାଇଁ ଫାଇନାଲରେ ସୌରାଷ୍ଟ୍ରର ମୁକାବିଲା ବେଙ୍ଗଲ ସହ ହେବ। ପୂର୍ବରୁ ଅନ୍ୟ ଏକ ସେମିଫାଇନାଲରେ ବେଙ୍ଗଲ ୧୭୪ ରନରେ ୮ଥର ଚାମ୍ପିୟନ କର୍ନାଟକକୁ ମାତ୍‌ ଦେଇ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଏହି ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଖେଳାଯିବ।
ପକ୍ଷରୁ ଧାର୍ଯ୍ୟ ୩୨୭ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ମଙ୍ଗଳବାର ୪ର୍ଥ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଗୋଟିଏ ଉଇକେଟ୍‌ ହରାଇ ୭ ରନ କରିଥିଲା। ବୁଧବାର କିନ୍ତୁ ସୌରାଷ୍ଟ୍ର ଅଧିନାୟକ ତଥା ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଡକଟଙ୍କ ଅଗ୍ନିବର୍ଷୀ ବୋଲିଂକୁ ସାମ୍ନା କରି ନ ପାରି ଭ୍ରମଣକାରୀ ଦଳ ୭୨.୨ ଓଭରରେ ୨୩୪ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଗୁଜରାଟ ପକ୍ଷରୁ ଚିରାଗ ଗାନ୍ଧୀ ସର୍ବାଧିକ ୯୬ ରନ କରିଥିବାବେଳେ ଅଧିନାୟକ ପାର୍ଥତ୍ବ ପଟେଲ (୯୩) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। କିନ୍ତୁ ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରି ନ ପାରିବା ଗୁଜରାଟ ପାଇଁ ମହଙ୍ଗା ପଡ଼ିଥିଲା। ଓପନର୍‌ ସମିତ୍‌ ଗୋହେଲ (୫), ପ୍ରିୟଙ୍କ ପଞ୍ଚଲ (୦), ଭାର୍ଗବ ମେରାଇ (୧୪), ଧ୍ରୁବ ରାଭାଲ (୫), ରୁଜୁଲ ଭଟ୍ଟ (୧), ଅକ୍ଷର ପଟେଲ (୦), ରସ୍‌ କାଲାରିୟା (୧), ଚିନ୍ତନ ଗାଜା (୪*) ଓ ଅର୍ଜାନ ନାଗଓ୍ବାସଓ୍ବାଲା (୪) ନିରାଶ କରିଥିଲେ।
ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସୌରାଷ୍ଟ୍ର ଶେଲଡନ୍‌ ଜ୍ୟାକସନ (୧୦୪)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୩୦୪ ରନ କରିଥିଲା। ଜବାବରେ ଗୁଜରାଟ ପ୍ରଥମ ଇନିଂସରେ ୨୫୨ ରନ କରି ଇନିଂସ ପଛୁଆ ରହିଥିଲା। ୫୨ ରନର ଅଗ୍ରଣୀ ଲାଭ କରିଥିବା ସୌରାଷ୍ଟ୍ର ୨ୟ ଇନିଂସରେ ଅର୍ପିତ ଭାସଭଦାଙ୍କ ୧୩୯ ରନ ବଳରେ ୨୭୪ ରନ କରିଥିଲା। ଅର୍ପିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ସୌରାଷ୍ଟ୍ର ଗତ ବର୍ଷ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ବିଦର୍ଭଠାରୁ ହାରି ରନର୍ସଅପ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri