ରଣଝାଲି ଗ୍ରାମରେ ପାନୀୟ ଜଳ ସଙ୍କଟ: ହାଣ୍ଡି ମାଠିଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ମହିଳା

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ୪ ଓ ୫ ନଂ ୱାର୍ଡରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏ ନେଇ ଦୀର୍ଘଦିନ ଧରି ଲୋକେ ବ୍ଲକ ଓ ଜିଲା ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହିହେଲେ ଗୁରୁତ୍ୱ ଦେଉନାହାନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗ୍ରାମଠାରୁ ଏକ ଶୋଭାଯାତ୍ରାରେ ହାଣ୍ଡି ମାଠିଆ ଧରି ବସୁଧା ଯୋଜନା ଓ ଜଳଯୋଗାଣ ମିଶନ କାହା ପାଇଁ। ସରକାର ଆମକୁ ପିଇବାକୁ ପାଣିଦିଅର ନାରାଦେଇ ଦୀର୍ଘ ଚାରି କିଲୋମିଟର ରାସ୍ତା ଚାଲି ପୁରୁଷୋତ୍ତମପୁର ଆସି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିଡିଓଙ୍କ ପ୍ରକୋଷ୍ଠ ଆଗରେ ଧାରଣାରେ ବସି ରହିଥିଲେ। ଏହି ଆନ୍ଦୋଳନ ଯୋଗୁ ବ୍ଲକ କାର୍ଯ୍ୟରେ ସମସ୍ୟା ଉପୁଜି ଥିଲା। ଏହାକୁ ନେଇ ବିଡିଓ ସୀମାଞ୍ଚଳ ମହାନ୍ତି ଆନ୍ଦୋଳନକାରୀଙ୍କ ନିକଟକୁ ବୁଝାଶୁଝା କରିବା ସହ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପାଢୀଙ୍କୁ ଡକାଇ ଗ୍ରାମରେ ଖୋଳା ଯାଇଥିବା ନୂତନ ବୋରୱେଲରେ ମୋଟର ଲଗାଇ ତାହାର କାର୍ଯ୍ୟ କ୍ଷମତା କରାଯିବ। ଏଥିସହ ଦଶ ଦିନ ମଧ୍ୟରେ ପାଣି ଯୋଗାଇବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ଏହାସହ ବିଡିଓ ଗ୍ରାମକୁ ଯାଇ ସମସ୍ୟାକୁ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ, ରଣଝାଲି ଗ୍ରାମରେ ୭ ଗୋଟି ଓ୍ବାର୍ଡରେ ବସବାସ କରୁଥିବା ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ଲାଗି ୧ଲକ୍ଷ ୬୦ ହଜାର କ୍ଷମତା ସମ୍ପୂର୍ଣ୍ଣ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇ ଗୋଟିଏ ବୋର୍‌ୱେଲ ନିର୍ମାଣ କରାଯାଇଥିଲା । ମାତ୍ର ଏହି ବୋରୱେଲଟି ଆବଶ୍ୟକ ପରିମାଣର ପାଣି ଯୋଗାଇ ପାରୁ ନ ଥିବା ହେତୁ ଗ୍ରାମର ଅଧା ଅଞ୍ଚଳକୁ ପାଣି ଯୋଗାଣ ହୋଇ ନ ପାରିବାରୁ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଗ୍ରାମ ନିକଟରେ ଏକ ନୂତନ ବୋରୱେଲ ଦୁଇବର୍ଷ ତଳେ ଖୋଳା ଯାଇଥିଲା। ମାତ୍ର ଏହାକୁ କାର୍ଯ୍ୟକ୍ଷମ କରାଯାଉ ନ ଥିବା ହେତୁ ଲୋକଙ୍କୁ ପାନୀୟଜଳ ଟୋପାଏ ମିଳି ପାରୁନାହିଁ। ଏହାକୁ ନେଇ ଜନସାଧାରଣ ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri