Posted inଖେଳ

ରଣଜୀ ଟ୍ରଫି: ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ, କର୍ନାଟକ ୫ ଉଇକେଟରେ ବିଜୟୀ

ମୁମ୍ବାଇ,୫।୧(ପି.ଟି.)- ସ୍ଥାନୀୟ ବାନ୍ଦ୍ରା କୁଲା କମ୍ପ୍ଲେକ୍ସରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି କର୍ନାଟକ ରବିବାର ତୃତୀୟ ଦିନରେ ୫ ଉଇକେଟରେ ମୁମ୍ବାଇକୁ ପରାସ୍ତ କରିଛି। ମାତ୍ର ଅଢ଼େଇ ଦିନରେ କର୍ନାଟକ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରିଛି। ଘରୋଇ ମାଟିରେ ମୁମ୍ବାଇ ଏଥିସହିତ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଏହା ପୂର୍ବରୁ ମୁମ୍ବାଇ ରେଲଓ୍ବେଠାରୁ ପରାସ୍ତ ହୋଇଥିଲା। ପୁଣି ୨୦୧୩- ୧୪ ପରଠାରୁ ମୁମ୍ବାଇ ବିପକ୍ଷରେ କର୍ନାଟକର ଏହା ସିଧାସଳଖ ଚତୁର୍ଥ ବିଜୟ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମ ଇନିଂସରେ ୫୫.୫ ଓଭରରେ ୧୯୪ ରନ କରି ଆଲଆଉଟ ହୋଇଥିଲା। ଜବାବରେ କର୍ନାଟକ ୬୮.୫ ଓଭରରେ ୨୧୮ ରନ କରି ଅଲ୍‌ଆଉଟ ହେବା ସହ ୨୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ମୁମ୍ବାଇ ୫୦ ଓଭରରେ ୧୪୯ ରନ କରି ଅଲ୍‌ଆଉଟ ହୋଇଥିଲା। ଫଳରେ କର୍ନାଟକ ସମ୍ମୁଖରେ ୧୨୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି କର୍ନାଟକ ୨୪.୩ ଓଭରରେ ୫ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଓପନର ଦେବଦୁତ୍ତ ପାଡିକଲ ସର୍ବାଧିକ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଅନ୍ୟତମ ଓପନର ରବିକୁମାର ସମର୍ଥ ୩୪, ରୋହନ କଦମ ୨୧, ଅଧିନାୟକ କରୁନ ନାୟାର ୧୦, ଅଭିଷେକ ରେଡ୍ଡୀ ୪ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଗୋପାଳ ୫ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଆର. ଶରତ ୪ ରନକରି ଅପରାଜିତ ରହିଥିଲେ। ବୋଲିଂରେ ମୁମ୍ବାଇ ତରଫରୁ ଶଶାଙ୍କ ଅତାର୍ଡି ୪ ଓ ଶାମ୍ସ ମୁଲାନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୦୯/୫ରୁ ଖେଳ ଆରମ୍ଭ କରି ମୁମ୍ବାଇ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ ୫୩ ରନରୁ ଖେଳ ଆରମ୍ଭ କରି ୭୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ମୁଲାନୀ ୩୧ ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ କର୍ନାଟକ ତରଫରୁ ପ୍ରତୀକ ଜୈନ ୪, ଅଭିମନ୍ୟୁ ମିଥୁନ ୩, ବାସୁକି କୌସିକ ୨ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ପ୍ରଥମ ଇନିଂସ- ୫୫.୫ ଓଭରରେ ୧୯୪ ରନ୍‌ ଅଲଆଉଟ।
କର୍ନାଟକ ପ୍ରଥମ ଇନିଂସ- ୬୮.୫ ଓଭରରେ ୨୧୮ ଅଲଆଉଟ।
ମୁମ୍ବାଇ ଦ୍ୱିତୀୟ ଇନିଂସ- ୫୦ ଓଭରରେ ୧୪୯ ଅଲଆଉଟ।
କର୍ନାଟକ ଦ୍ୱିତୀୟ ଇନିଂସ- ୨୪.୩ ଓଭରରେ ୧୨୯/୫।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri