ରଜ ବଜାର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଗୁରୁବାର ସଜବାଜ। ଶୁକ୍ରବାର ପହିଲି ରଜ। କାମରୁ ବିରତି ନେଇ ରଜ ୩ଦିନ କିପରି ଖେଳକୁଦ ଓ ମଉଜ ମଜଲିସ୍‌ରେ କଟିବ, ସେଥିପାଇଁ ସମସ୍ତେ ପ୍ରସ୍ତୁତ। ରଜ କିଣାବିକା ପାଇଁ ରାଜଧାନୀ ରଜ ବଜାର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସେପଟେ ଓଡ଼ିଆଙ୍କ ରଜ ମଉଜକୁ ଆହୁରି ବଢ଼ାଇବାକୁ ସଜବାଜ ହୋଇଗଲାଣି ଓଲିଉଡ୍‌। ଭଳିକି ଭଳି ପାନର ପସରାକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ରଜପାନ ଦୋକାନମାନ ଖୋଲିଥିବା ବେଳେ ପାରମ୍ପରିକ ରଜର ମଜାନେବାକୁ ଗଁା ଲେଉଟା ହେଲେଣି ସହରବାସୀ। ଏପଟେ ରଜ ପାଇଁ ଅଫର୍‌ର ପସରା ମେଲାଇ ବସିଥିବା ବ୍ୟବସାୟୀ ଓ ଶପିଂ ମଲ୍‌ରେ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଲାଣି।
ଅଫର୍‌ ମେଳା
ରଜ ପାଇଁ ସବୁଆଡ଼େ ଚାଲିଛି ଅଫର୍‌ର ପସରା। ରଜପର୍ବର ପ୍ରାୟ ୧୫ଦିନ ଆଗରୁ ଆରମ୍ଭ ହୋଇଯାଇଛି ଏହି ଅଫର୍‌ ଧମାକା। ବଡ଼ ବଡ଼ ମଲ୍‌ରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ପ୍ରାୟ ସବୁଠାରେ ଗ୍ରାହକଙ୍କୁ ଦିଆଯାଉଛି ଆକର୍ଷଣୀୟ ରଜ ଅଫର୍‌ ଓ ଉପହାର। କେଉଁଠି ରୂପଶ୍ରୀ ରଜ ସେଲ୍‌ ତ କେଉଁଠି ରଜ ଧମାକା ଅଫର୍‌ ସେଲ୍‌। ସେହିଭଳି ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି ଠାରୁ ଆରମ୍ଭ କରି ୫୦ ପ୍ରତିଶତରୁ ଅଧିକ ରିହାତି ଓ ଲକି ଡ୍ର ଉଠାଣର ବ୍ୟବସ୍ଥା ପର୍ଯ୍ୟନ୍ତ, ସବୁକିଛି ରଜ ବଜାରକୁ ସରଗରମ କରୁଛି। ଏଥନିକ୍‌ ରେଞ୍ଜରୁ ଓ୍ବେଷ୍ଟର୍ନ କଲେକ୍ସନ ପର୍ଯ୍ୟନ୍ତ, ସବୁଥିରେ ଆକର୍ଷଣୀୟ ରିହାତି ଗ୍ରାହକଙ୍କ ରଜ କିଣାକିଣିକୁ ବେଶ୍‌ ସୁହାଉଛି। ଆଉ ଏଥିପାଇଁ ସନ୍ଧ୍ୟା ହେଲେ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି। ବ୍ୟବସାୟୀମାନେ ଭଳିକି ଭଳି ନୂଆ ରଜ କଲେକ୍ସନ ଆଣିବା ସହ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର୍‌ ପରେ ଅଫର୍‌ ଘୋଷଣା କରୁଛନ୍ତି। ତେବେ ପ୍ରତିଥର ଭଳି ଏଥର ମଧ୍ୟ ରଜ ବଜାରରେ ପାରମ୍ପରିକ ପୋଷାକ ଯଥା ଶାଢି, ସାଲଓ୍ବାର୍‌ ସୁଟ୍‌, ଅନାରକଲି ଗାଉନ୍‌ ଓ କୁର୍ତ୍ତିର ଅଧିକ ଚାହିଦା ରହିଥିବା ଦେଖିବାକୁ ମିଳିଛି।
ଏଥ୍‌ନିକର ଚାହିଦା
ଏଥର ରଜ ବଜାରରେ ଶାଢି, ଲେହେଙ୍ଗା ଓ କୁର୍ତ୍ତାର ଅଧିକ ଡିମାଣ୍ଡ ରହିଛି। ପିଓର ସିଲ୍କ, ପିଓର କଟନ୍‌, ନେଟ୍‌, ଜର୍ଜେଟ୍‌, ସିଫନ, ସିନ୍ଥେଟିକ୍‌ ଆଦି ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଶାଢି ଉପରେ ଜରି ଓ ଏମ୍ବ୍ରୋଡୋରୀ କାମର ଅଧିକ ଡିମାଣ୍ଡ ରହିଥିବା ବେଳେ ହ୍ୟାଣ୍ଡଲୁମ୍‌ ଶାଢି ବି ପଛରେ ପଡ଼ିନି। ହ୍ୟାଣ୍ଡଲୁମ୍‌ର ଡିମାଣ୍ଡ ଯୋଗୁ ଓଡ଼ିଶାର ପାରମ୍ପରିକ ତଥା ହାତବୁଣା ଶାଢି ବିକ୍ରି କରୁଥିବା ଷ୍ଟୋର୍‌ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହେଉଛି। ବମ୍‌କେଇ, ପାରମ୍ପରିକ ଇକ୍କତ ଶାଢି, ଟିସ୍ୟୁ ପଲ୍ଲୁ ଶାଢି ଆଦିର ରଜ ବଜାରରେ ବେଶ୍‌ ଚାହିଦା ରହିଛି। ଫ୍ୟାନ୍ସି ଶାଢିର ଡିମାଣ୍ଡ ସାମାନ୍ୟ କମିଯାଇଥିବା ବେଳେ ଏହା ବଦଳରେ ଟ୍ରାଇବାଲ୍‌ ପ୍ରିଣ୍ଟ ଶାଢି, ପିଓର କଟନ୍‌ ଶାଢି ଅଧିକ ବିକ୍ରି ହେଉଛି। ସେହିଭଳି ଓଡ଼ିଶା ସିଲ୍କ, ବେଙ୍ଗଲ୍‌ ସିଲ୍ମ, କାଞ୍ଚତ୍ପୁରମ୍‌ ଓ ଜର୍ଜେଟ୍‌ ଶାଢୀର ମଧ୍ୟ ଭଲ ଚାହିଦା ରହୁଛି। ଏପଟେ ବିବାରୁ ଆରମ୍ଭ କରି ଗ୍ଲୋବାଲ ଦେଶୀ ଓ ପ୍ରୋଜେକ୍ଟ ଇଭ୍‌ ବ୍ରାଣ୍ଡ ପର୍ଯ୍ୟନ୍ତ, ରଜ ଉପଲକ୍ଷେ ଏଥ୍‌ନିକ କଲେକ୍ସନର ଚାହିଦା ବଢ଼ିଯାଇଛି। କୁର୍ତ୍ତା ସହ ଲେଗିଙ୍ଗ୍ସ ପରିବେର୍ତ୍ତ ଏବେ ପାଲାଜୋ ଏବଂ ଫ୍ଲେୟାର୍ଡ କୁଲୋଟ୍ସ ପିନ୍ଧିବା ନୂଆ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ହୋଇଥିବାରୁ ଭଳିକି ଭଳି କୁର୍ତ୍ତା ଓ ପାଲାଜୋ ସେଟ୍‌ ବଜାରରେ ଉପଲବ୍ଧ ହେଉଛି। ରଜରେ କୁର୍ତ୍ତା, ସାଲଓ୍ବାର କମିଜ୍‌, ପଞ୍ଜାବୀ ସୁଟ୍‌ସ, ଚୁଡ଼ିଦାର ଏବଂ ଅନାରକଲି ସୁଟ୍‌ ଡିମାଣ୍ଡରେ ରହିଛି। ଛୋଟ ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ରିଟେଲର, ଡିଜାଇନର ଷ୍ଟୋର ଏବଂ ବୁଟିକ୍‌ଗୁଡ଼ିକରେ ଡିଜାଇନ୍‌ର ଏଥ୍‌ନିକ କଲେକ୍ସନ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri