Posted inଜାତୀୟ

ରଘୁବରଙ୍କୁ ହଟାଇବା ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ରାଞ୍ଚତ୍,୨ା୧୧: ଝାଡ଼ଖଣ୍ଡ ବିଧାନସଭା ଭୋଟ ପାଇଁ ଶୁକ୍ରବାର ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଏହି ଆଦିବାସୀ ଅଧ୍ୟୁଷିତ ରାଜ୍ୟର ୨.୨୬ କୋଟି ଭୋଟର ୫ଟି ପର୍ଯ୍ୟାୟରେ ପୁଣି ପାଞ୍ଚବର୍ଷ ପାଇଁ ସେମାନଙ୍କ ପ୍ରତିନିଧି ବାଛିବେ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଝାଡ଼ଖଣ୍ଡ ଭୋଟକୁ ପ୍ରଭାବିତ କରିବ ବୋଲି କୁହାଯାଉଥିବେଳେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ୁଛି ବିରୋଧୀ ମହାମେଣ୍ଟ। କାରଣ ସଦ୍ୟ ସମାପ୍ତ ଦୁଇ ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ହେଁ ପୂର୍ବାପେକ୍ଷା ଏହାର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ। ଏଥିଯୋଗୁ ଗୈରିକ ଦଳ ହରିୟାଣାରେ ଜନନାୟକ ଜନତା ପାର୍ଟି (ଜେଜେପି) ସମର୍ଥନରେ ସରକାର ଗଠନ କରିଥିବାବେଳେ ମହାରାଷ୍ଟ୍ରରେ ପୁନଃ କ୍ଷମତାସୀନ ହେବା ପଥ ପରିଷ୍କାର ହୋଇନାହିଁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟରେ ଏକ ସ୍ଥିର, ସ୍ବଚ୍ଛ ଓ ବିକାଶୋନ୍ମୁଖୀ ସରକାର ପ୍ରଦାନ କରିଥିବା ଦାବି କରି ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ମହାମେଣ୍ଟ ଗଠନ ହେବା ପୂର୍ବରୁ ନେତାଙ୍କ ମତଭେଦ ସେମାନଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତଦେଇଛନ୍ତି।
୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୪ରେ ମଧ୍ୟ ୫ଟି ପର୍ଯ୍ୟାୟରେ ହୋଇଥିଲା। ଏଥିରେ ଭାଜପା ୩୭ ଆସନ ଦଖଲ କରିଥିବାବେଳେ ଏହାର ସହଯୋଗୀ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୫ ଆସନରେ ସଫଳତା ମିଳିଥିଲା। ସଂଖ୍ୟାଗରିଷ୍ଠତା ପାଇଁ ୪୧ ଆସନ ଆବଶ୍ୟକ ଥିବାବେଳେ ଭାଜପା-ଏଜେଏସ୍‌ୟୁ ମେଣ୍ଟ ସରକାର ଗଠନ କରିଥିଲା। ଅନ୍ୟପକ୍ଷରେ ୧୭ ଆସନ ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଲାଭ କରିଥିଲା। ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା-ପ୍ରଜାତାନ୍ତ୍ରିକ (ଜେଭିଏମ୍‌-ପି) ୮ ଓ କଂଗ୍ରେସ ୬ ଆସନରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୪ ଡିସେମ୍ବର ୨୮ରେ ରଘୁବର ଦାସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସରକାର ଗଠନ ହେବା ପରେ ୬ ଜେଭିଏମ୍‌-ପି ବିଧାୟକ ଭାଜପାରେ ଯୋଗଦେଇଥିଲେ। ୨୦୨୦ ଜାନୁୟାରୀ ୫ରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ।
ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରଠୁ ଏହା ହେଉଛି ଚତୁର୍ଥ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଭାଜପା ଏକାକୀ ୬୫ ଆସନ ଦଖଲ କରି ସରକାର ଗଢ଼ିବ ବୋଲି ରଘୁବର ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଏବଂ ଜେଏମ୍‌ଏମ୍‌ ମେଣ୍ଟ ରଘୁବର ଦାସ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟାଭିଡ଼ିଛନ୍ତି। ରାଜ୍ୟ ଗଠନ ହେବା ପରଠୁ ରଘୁବର ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସମ୍ପୂର୍ଣ୍ଣ ୫ ବର୍ଷ ସରକାର ଚଳାଇବାରେ ସକ୍ଷମ ହୋଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ପ୍ରଚାର ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନିକଟରେ ଜୋହର ଜନାଶୀର୍ବାଦ ଯାତ୍ରା ଶେଷ କରିଛନ୍ତି। ସେହିପରି ମତଦାତାଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ପରିବର୍ତ୍ତନ ଯାତ୍ରା କରିଥିବାବେଳେ ଜେଭିଏମ୍‌-ପି ମୁଖ୍ୟ ବାବୁଲାଲ ମାର୍ଣ୍ଡି ଜନାଦେଶ ଯାତ୍ରାର ଆୟୋଜନ କରିଛନ୍ତି। ମିଳିଥିବା ସୂଚନାନୁସାରେ ଜେଏମ୍‌ଏମ୍‌ ୪୩ରୁ ୪୫, କଂଗ୍ରେସ ୨୫ରୁ ୨୭ ଆସନରେ ଲଢ଼ିପାରନ୍ତି। ସେହିପରି ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ ବାମଦଳକୁ ୫ଟି ଲେଖାଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ଦିଆଯାଇପାରେ। ତେବେ ହେମନ୍ତଙ୍କୁ ମହାମେଣ୍ଟ ନେତା ଭାବେ ଗ୍ରହଣ କରିବାକୁ ବାବୁଲାଲ ପ୍ରସ୍ତୁତ ନ ଥିବା ଜଣାପଡ଼ିଛି। କାରଣ ଅନୂ୍ୟନ ୨୨ ଆସନରେ ଜେଭିଏମ୍‌-ପି ପକ୍ଷରୁ ପ୍ରାର୍ଥୀ ଦେବା ପାଇଁ ବାବୁଲାଲ ଚାହୁଁଛନ୍ତି। ୫ ମାସ ତଳେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାଜ୍ୟର ୧୪ ଆସନରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୧୨ଟି ଆସନ ଦଖଲ କରିଥିଲା। ଏଭଳି ସମୟରେ ୧୯୯୫ରୁ ୫ ଥର ବିଧାୟକ ହୋଇ ପ୍ରଥମ ଅଣଆଦିବାସୀ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ରଘୁବର ଦାସଙ୍କୁ ଗାଦିଚ୍ୟୁତ କରିବା ବିରୋଧୀଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ହୋଇଛି। ତେବେ ରାଜ୍ୟରେ ଅପରାଧ ବିଶେଷକରି ଭିଡ଼ହିଂସା ବୃଦ୍ଧିପାଇବା ରଘୁବରଙ୍କ ପାଇଁ ଚିନ୍ତାର କାରଣ ସାଜିଥିବାବେଳେ ବିଗତ ୫ ବର୍ଷ ଧରି ଶାସକ ଭାଜପାରେ ବଢ଼ୁଥିବା ଅସନ୍ତୋଷ ତାଙ୍କୁ ଅଡ଼ୁଆରେ ପକାଇପାରେ। ପ୍ରକାଶ ଯେ, ୨୦୦୦ରେ ଝାଡ଼ଖଣ୍ଡ ଗଠନ ହେବାଠାରୁ ଭାଜପା ଅଧିକାଂଶ ସମୟ କ୍ଷମତାରେ ରହିଛି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ୨୦୦୯ ଓ ୨୦୦୪ରେ ସରକାର ଗଢ଼ିଥିଲା। ୨୦୧୪ରେ ଭାଜପା କ୍ଷମତାକୁ ଫେରିବା ପରେ ରଘୁବର ଶାସନ ଡୋରି ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୫ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରି ଅଖାରେ ପୂରାଇ ଦେଲେ ଧନେଶ୍ୱର: ଆଉ ତା’ପରେ…

ଦୁର୍ଗ,୧୨ା୪(ପି.ଟି.):ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ୫ ବର୍ଷୀୟା ବାଳିକାଙ୍କୁ ଜଣେ ଅଭିଯୁକ୍ତ ଅପହରଣ କରିନେଇ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଅଖାରେ ଭର୍ତ୍ତିକରି ଏକ କୂଅ ନିକଟରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri