Posted inଜାତୀୟ

ରଘୁବରଙ୍କୁ ହଟାଇବା ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ରାଞ୍ଚତ୍,୨ା୧୧: ଝାଡ଼ଖଣ୍ଡ ବିଧାନସଭା ଭୋଟ ପାଇଁ ଶୁକ୍ରବାର ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଏହି ଆଦିବାସୀ ଅଧ୍ୟୁଷିତ ରାଜ୍ୟର ୨.୨୬ କୋଟି ଭୋଟର ୫ଟି ପର୍ଯ୍ୟାୟରେ ପୁଣି ପାଞ୍ଚବର୍ଷ ପାଇଁ ସେମାନଙ୍କ ପ୍ରତିନିଧି ବାଛିବେ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଝାଡ଼ଖଣ୍ଡ ଭୋଟକୁ ପ୍ରଭାବିତ କରିବ ବୋଲି କୁହାଯାଉଥିବେଳେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ୁଛି ବିରୋଧୀ ମହାମେଣ୍ଟ। କାରଣ ସଦ୍ୟ ସମାପ୍ତ ଦୁଇ ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ହେଁ ପୂର୍ବାପେକ୍ଷା ଏହାର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ। ଏଥିଯୋଗୁ ଗୈରିକ ଦଳ ହରିୟାଣାରେ ଜନନାୟକ ଜନତା ପାର୍ଟି (ଜେଜେପି) ସମର୍ଥନରେ ସରକାର ଗଠନ କରିଥିବାବେଳେ ମହାରାଷ୍ଟ୍ରରେ ପୁନଃ କ୍ଷମତାସୀନ ହେବା ପଥ ପରିଷ୍କାର ହୋଇନାହିଁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟରେ ଏକ ସ୍ଥିର, ସ୍ବଚ୍ଛ ଓ ବିକାଶୋନ୍ମୁଖୀ ସରକାର ପ୍ରଦାନ କରିଥିବା ଦାବି କରି ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ମହାମେଣ୍ଟ ଗଠନ ହେବା ପୂର୍ବରୁ ନେତାଙ୍କ ମତଭେଦ ସେମାନଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତଦେଇଛନ୍ତି।
୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୪ରେ ମଧ୍ୟ ୫ଟି ପର୍ଯ୍ୟାୟରେ ହୋଇଥିଲା। ଏଥିରେ ଭାଜପା ୩୭ ଆସନ ଦଖଲ କରିଥିବାବେଳେ ଏହାର ସହଯୋଗୀ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୫ ଆସନରେ ସଫଳତା ମିଳିଥିଲା। ସଂଖ୍ୟାଗରିଷ୍ଠତା ପାଇଁ ୪୧ ଆସନ ଆବଶ୍ୟକ ଥିବାବେଳେ ଭାଜପା-ଏଜେଏସ୍‌ୟୁ ମେଣ୍ଟ ସରକାର ଗଠନ କରିଥିଲା। ଅନ୍ୟପକ୍ଷରେ ୧୭ ଆସନ ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଲାଭ କରିଥିଲା। ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା-ପ୍ରଜାତାନ୍ତ୍ରିକ (ଜେଭିଏମ୍‌-ପି) ୮ ଓ କଂଗ୍ରେସ ୬ ଆସନରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୪ ଡିସେମ୍ବର ୨୮ରେ ରଘୁବର ଦାସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସରକାର ଗଠନ ହେବା ପରେ ୬ ଜେଭିଏମ୍‌-ପି ବିଧାୟକ ଭାଜପାରେ ଯୋଗଦେଇଥିଲେ। ୨୦୨୦ ଜାନୁୟାରୀ ୫ରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ।
ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରଠୁ ଏହା ହେଉଛି ଚତୁର୍ଥ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଭାଜପା ଏକାକୀ ୬୫ ଆସନ ଦଖଲ କରି ସରକାର ଗଢ଼ିବ ବୋଲି ରଘୁବର ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଏବଂ ଜେଏମ୍‌ଏମ୍‌ ମେଣ୍ଟ ରଘୁବର ଦାସ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟାଭିଡ଼ିଛନ୍ତି। ରାଜ୍ୟ ଗଠନ ହେବା ପରଠୁ ରଘୁବର ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସମ୍ପୂର୍ଣ୍ଣ ୫ ବର୍ଷ ସରକାର ଚଳାଇବାରେ ସକ୍ଷମ ହୋଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ପ୍ରଚାର ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନିକଟରେ ଜୋହର ଜନାଶୀର୍ବାଦ ଯାତ୍ରା ଶେଷ କରିଛନ୍ତି। ସେହିପରି ମତଦାତାଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ପରିବର୍ତ୍ତନ ଯାତ୍ରା କରିଥିବାବେଳେ ଜେଭିଏମ୍‌-ପି ମୁଖ୍ୟ ବାବୁଲାଲ ମାର୍ଣ୍ଡି ଜନାଦେଶ ଯାତ୍ରାର ଆୟୋଜନ କରିଛନ୍ତି। ମିଳିଥିବା ସୂଚନାନୁସାରେ ଜେଏମ୍‌ଏମ୍‌ ୪୩ରୁ ୪୫, କଂଗ୍ରେସ ୨୫ରୁ ୨୭ ଆସନରେ ଲଢ଼ିପାରନ୍ତି। ସେହିପରି ମହାମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ ବାମଦଳକୁ ୫ଟି ଲେଖାଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ଦିଆଯାଇପାରେ। ତେବେ ହେମନ୍ତଙ୍କୁ ମହାମେଣ୍ଟ ନେତା ଭାବେ ଗ୍ରହଣ କରିବାକୁ ବାବୁଲାଲ ପ୍ରସ୍ତୁତ ନ ଥିବା ଜଣାପଡ଼ିଛି। କାରଣ ଅନୂ୍ୟନ ୨୨ ଆସନରେ ଜେଭିଏମ୍‌-ପି ପକ୍ଷରୁ ପ୍ରାର୍ଥୀ ଦେବା ପାଇଁ ବାବୁଲାଲ ଚାହୁଁଛନ୍ତି। ୫ ମାସ ତଳେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାଜ୍ୟର ୧୪ ଆସନରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୧୨ଟି ଆସନ ଦଖଲ କରିଥିଲା। ଏଭଳି ସମୟରେ ୧୯୯୫ରୁ ୫ ଥର ବିଧାୟକ ହୋଇ ପ୍ରଥମ ଅଣଆଦିବାସୀ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ରଘୁବର ଦାସଙ୍କୁ ଗାଦିଚ୍ୟୁତ କରିବା ବିରୋଧୀଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ହୋଇଛି। ତେବେ ରାଜ୍ୟରେ ଅପରାଧ ବିଶେଷକରି ଭିଡ଼ହିଂସା ବୃଦ୍ଧିପାଇବା ରଘୁବରଙ୍କ ପାଇଁ ଚିନ୍ତାର କାରଣ ସାଜିଥିବାବେଳେ ବିଗତ ୫ ବର୍ଷ ଧରି ଶାସକ ଭାଜପାରେ ବଢ଼ୁଥିବା ଅସନ୍ତୋଷ ତାଙ୍କୁ ଅଡ଼ୁଆରେ ପକାଇପାରେ। ପ୍ରକାଶ ଯେ, ୨୦୦୦ରେ ଝାଡ଼ଖଣ୍ଡ ଗଠନ ହେବାଠାରୁ ଭାଜପା ଅଧିକାଂଶ ସମୟ କ୍ଷମତାରେ ରହିଛି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ୨୦୦୯ ଓ ୨୦୦୪ରେ ସରକାର ଗଢ଼ିଥିଲା। ୨୦୧୪ରେ ଭାଜପା କ୍ଷମତାକୁ ଫେରିବା ପରେ ରଘୁବର ଶାସନ ଡୋରି ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri