Posted inUncategorized

ରକ୍ଷକ ସାଜୁଛି ଭକ୍ଷକ

ହାତୀ ଏକ ଐତିହ୍ୟ ପ୍ରାଣୀ। ଏହାର ସୁରକ୍ଷା ଜରୁରୀ। ନଚେତ୍‌ ଯେଉଁଭଳି ଭାବେ ହାତୀ ଶିକାର ଏବଂ ମୃତ୍ୟୁ ବଢ଼ିଚାଲିଛି, ଆଗାମୀ ଦଶନ୍ଧିରେ ଏମାନଙ୍କୁ ଆଉ ଦେଖିବାକୁ ମିଳିବା କଷ୍ଟକର ହୋଇପଡ଼ିବ। ବିଶେଷକରି ରାଜ୍ୟରେ ବଢ଼ୁଥିବା ହାତୀ ଶିକାରକୁ ରୋକାଯିବା ସହ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ବିଭାଗୀୟ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା କରିବାର ଆବଶ୍ୟକ ରହିଛି। ଅପରପକ୍ଷରେ ହାତୀ ସୁରକ୍ଷା ପାଇଁ ଆବଶ୍ୟକ ବାସସ୍ଥଳୀ, ଜଙ୍ଗଲ ଅଭାବ କାରଣରୁ ସେମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହଁା ହେଉଛନ୍ତି। ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ସ୍ଥିତି ମଧ୍ୟ ଉପୁଜୁଛି । ଏଥିରେ କେତେବେଳେ ହାତୀର ଜୀବନ ଯାଉଛି ତ, କେତେବେଳେ ମଣିଷ ଜୀବନ ଯାଉଛି। ତେଣୁ ହାତୀ ବଂଶ ରକ୍ଷା ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ପାଲିଟିଛି। ଶୁକ୍ରବାର ବିଶ୍ୱ ହାତୀ ଦିବସ ଉପଲକ୍ଷେ ଓଡ଼ିଶାରେ ହାତୀ ସୁରକ୍ଷା ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।

ହାଇକୋର୍ଟରେ ହାତୀ
ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ବନ ବିଭାଗ ଏକଥାକୁ ଅନେକ ଥର ସ୍ବୀକାର କରିଛି। ବିଧାନସଭାରେ ମଧ୍ୟ ହାତୀ ମୃତ୍ୟୁର ତଥ୍ୟ ଉପସ୍ଥାପନା କରାଯାଏ। ହେଲେ ହାତୀ-ମଣିଷ ଦ୍ୱନ୍ଦ୍ୱ କେବେ କମିବାର ନାଁ ନେଉନାହିଁ। ଖୋଦ୍‌ ବନ ବିଭାଗ କର୍ମଚାରୀମାନେ କେତେବେଳେ ହାତୀକୁ ମାରି ମାଟିତଳେ ପୋତି ଦେଉଛନ୍ତି ତ ଆଉ କେତେବେଳେ ପୋଡ଼ି ପ୍ରମାଣ ନଷ୍ଟ କରିଦେଉଛନ୍ତି। ଏଭଳିସ୍ଥିତିରେ ହାତୀଙ୍କ ସୁରକ୍ଷାର ଶେଷ ଆଶା ଓ ଭରସା ସାଜିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିବା ପରେ ଏବେ ହାତୀ ସଂରକ୍ଷଣ ନେଇ ନୂତନ ଆଶା ସଞ୍ଚାର ହୋଇଛି। ରାଜ୍ୟରେ ହାତୀ ଶିକାର ଏବଂ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାଥଁ ମାମଲାରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ୫ବର୍ଷରେ ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା ପ୍ରଦାନ କରାଯାଇଥିଲା। ଏପରି କି ହାତୀ ମୃତ୍ୟୁକୁ ନେଇ ମୋଟ ୧୪ଟି ମାମଲା ରୁଜୁ ହୋଇଥିବାବେଳେ ୨୮ଜଣଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ତେବେ ଏଥିରେ ହାତୀ ଶିକାର ଘଟଣା ସମ୍ପର୍କିତ ବହୁ ତଥ୍ୟ ପ୍ରଦାନ କରାଯାଇ ନ ଥିଲା, ଯାହାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ହାତୀ ଶିକାର ଗୁଳିରେ ହୋଇଥିବା ଜାଣିବା ପରେ ମଧ୍ୟ କାହିଁକି ଆର୍ମସ ଆକ୍ଟ ଲଗାଯାଇ ନ ଥିଲା ବୋଲି ମୁଖ୍ୟ ବିଚାରପତି ପିସିସିଏପ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏଥିସହ ହାତୀ ଶିକାର ଘଟଣାରେ କେତେ ଜଣ ସାଧାରଣ ଲୋକ ଏବଂ କେତେ ଜଣ ବନକର୍ମଚାରୀ ସାମିଲ ହୋଇଛନ୍ତି ଏବଂ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ମୁଖ୍ୟ ବିଚାରପତି ପିସିସିଏଫ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଠଗଡ଼ ପାଇଁ ଲଜ୍ଜିତ ଓଡ଼ିଶା
ହାତୀ ଶିକାର ଓଡ଼ିଶା ପାଇଁ କାଳ ସାଜିଲାଣି। ଚଳିତବର୍ଷ ଆଠଗଡ଼ ବନଖଣ୍ଡ ବଡ଼ମ୍ବା ବନାଞ୍ଚଳରେ ଘଟିଥିବା ଘଟଣା କେବଳ ଓଡ଼ିଶାବାସୀଙ୍କୁ ନୁହେଁ, ସାରା ଦେଶରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଦେଇଛି। ଆଠଗଡ଼ ପାଇଁ ଓଡ଼ିଶା ଲଜ୍ଜିତ ହୋଇଛି। ଏପରିକି ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରରୁ ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍‌ ଆଠଗଡ଼ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ। ଘଟଣାକ୍ରମରେ ଆଠଗଡ଼ ବନଖଣ୍ଡ ବଡ଼ମ୍ବା ବନାଞ୍ଚଳରେ ଚଳିତବର୍ଷ ଗତ ମେ’ ମାସରୁ ଜୁନ୍‌ ମାସ ମଧ୍ୟରେ ମାଟି ତଳୁ ହାତୀ କଙ୍କାଳ ଉଦ୍ଧାର ହୋଇଥିଲା। ଗୋଟିଏ କି ଦୁଇଟି ନୁହେଁ ୪ଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିରେ ବନ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି। ବଡ଼ମ୍ବା ବନାଞ୍ଚଳରୁ ଭିନ୍ନ ଭିନ୍ନ ସ୍ଥାନରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇଟି ହାତୀ କଙ୍କାଳ ଉଦ୍ଧାର କରିଥିଲା। ଏହାର ତଦନ୍ତ ବେଳେ ବନ ବିଭାଗ ଆଉ ଦୁଇଟି କଙ୍କାଳ ମାଟିତଳୁ ଉଦ୍ଧାର କରିଥିଲା। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ଆଠଗଡ଼ ବନଖଣ୍ଡର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବିଭାଗ ଅଧିକାରୀଙ୍କ ଖାମଖିଆଲି ଯୋଗୁ ଏହି ଘଟଣା ଘଟୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ। ତେଣୁ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ଗତ ଜୁନ୍‌ ୧୬ରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କଲେ। ଯେଉଁଥିରେ ଦୁଇଜଣ ବନ କର୍ମଚାରୀ ଏବଂ ଜଣେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଅଧିକାରୀ ରହିଛନ୍ତି। ତଦନ୍ତ କରି ରିପୋର୍ଟ ପଠାଇବା ପାଇଁ ଟିମ୍‌କୁ ଗୋଟେ ମାସେ ସମୟ ଦିଆଯାଇଥିଲା। କିନ୍ତୁ ମାସକରେ ତଦନ୍ତ ନ ସରିବାରୁ ଏସ୍‌ଆଇଟି ଆଉ ଗୋଟେ ସମୟ ମାଗିଥିବା ପିସିସିଏଫ୍‌ ପଲ୍‌ କହିଛନ୍ତି। ତେବେ ଏହି ଘଟଣାର ତଦନ୍ତବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରୁ ଜଣେ ଫରେଷ୍ଟର ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ବନ ବିଭାଗକୁ ମାସେ ଲାଗିଗଲା। ଏବେ ସେହି ଫରେଷ୍ଟର ଗିରଫ ହୋଇଛନ୍ତି। ଆଠଗଡ଼ ବନଖଣ୍ଡ ଏହି ଘଟଣାକୁ ନେଇ ଦୋଷ ମୁଣ୍ଡାଇଥିବା ବେଳେ ଆଉ ଏକ ଘଟଣା ଆଠଗଡ଼ ବନଖଣ୍ଡକୁ ଲଜ୍ଜିତ କରିଦେଇଥିଲା। ତାହା ଥିଲା ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା। ବଡ଼ମ୍ବା ବନାଞ୍ଚଳର ଏଜ ଜଙ୍ଗଲରେ ଗୁଳିବିଦ୍ଧ ହାତୀ ବୁଲୁଥିବା ଖିର ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ ସୁଦ୍ଧା ବିଭାଗ ଏହାକୁ ଭ୍ରୂକ୍ଷେପ କରି ନ ଥିଲା। ପରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଘଟଣା ବିଷୟରେ ଜାଣିବା ପରେ ଗୁଳିବିଦ୍ଧ ହାତୀର ଫଟୋ ସହିତ ଘଟଣା ସମ୍ପର୍କରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାପରେ ବନ ବିଭାଗ ତପତ୍ରତା ଦେଖାଇଥିଲା। ପିସିସିଏଫ୍‌ ନିଜେ ସେହି ସ୍ଥାନକୁ ଯିବା ସହିତ ଘଟଣାର ଅନୁଧ୍ୟାନ କରିଥିଲେ। ହାତୀକୁ ଟ୍ରାଙ୍କୁଲାଇଜ କରି ଧରାଯିବା ସହିତ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ କିଛିଦିନ ପରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଥିଲା। ସମାନ ଏକ ଘଟଣା ଜୁଲାଇ ମାସ ଶେଷ ବେଳକୁ ସେହି ଅଞ୍ଚଳରେ ପୁଣି ଦେଖାଯାଇଥିଲା। ଆଉ ଏକ ଗୁଳିବିଦ୍ଧ ଦନ୍ତା ଜଙ୍ଗଲରେ ବୁଲୁଥିବା ଖବର ମିଳିଥିଲା। ତାକୁ ମଧ୍ୟ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିବାର ଦିନକ ପରେ ହାତୀଟିର ମୃତ୍ୟୁ ଘଟିଥିଲା। ତେବେ ପୂର୍ବ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri