ରକ୍ତଭଣ୍ଡାର ଖାଲି, ଆବଶ୍ୟକଠାରୁ ସଂଗ୍ରହ କମ୍‌

ବ୍ରହ୍ମପୁର ଅଫିସ୍‌,୧୭ା୪-ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଖାଲି ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ ନାହିଁ । ପ୍ରତି ବର୍ଷ ଗ୍ରୀଷ୍ମରେ ଏଭଳି ରକ୍ତ ସଂକଟ ଦେଖାଦେଇଥାଏ । ସଂଗ୍ରହ ଠାରୁ ଆବଶ୍ୟକତା ପରିମାଣ ଅଧିକ ରହୁଥିବା ଯୋଗୁ ଏବେ ରକ୍ତ ଭଣ୍ଡାରରେ ଉକତ୍ଟ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ଏହାର ମୁକାବିଲା ପାଇଁ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ୁଛନ୍ତି। ରକ୍ତଦାନ ଶିବିର ଆୟୋଜନ କରୁଥିବା ସଂଗଠନଗୁଡ଼ିକ ସହ ନିୟମିତ ଯୋଗାଯୋଗରେ ରହୁଛନ୍ତି। ଅଧିକ ସଂଖ୍ୟକ ଶିବିର ଆୟୋଜନ ପାଇଁ ପରାମର୍ଶ ଦେଉଛନ୍ତି ।

ବର୍ଷର ଅନ୍ୟମାସ ତୁଳନାରେ ଗ୍ରୀଷ୍ମ ଦିନରେ ରକ୍ତ ସଂଗ୍ରହ ବହୁ ପରିମାଣରେ କମିଯାଇଥାଏ । କାରଣ ଗ୍ରୀଷ୍ମରେ ରକ୍ତଦାନ ଶିବିର କମ ଆୟୋଜନ ହୋଇଥାଏ। ଖରାଦିନେ ରକ୍ତ ଦେଲେ ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ବୋଲି ସାଧାରଣରେ ଏକ  ଭୟ ରହିଛି। ରକ୍ତ ଭଣ୍ଡାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ରୁ ମାର୍ଚ୍ଚ ପର୍ଯ୍ୟନ୍ତ ମାସକୁ ପ୍ରାୟ ୩ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥାଏ । ଏଥିରେ ଉଭୟ ଶିବିରରୁ ସଂଗ୍ରହ ହେଉଥିବା ଏବଂ ଇନ୍‌ଡୋର୍‌ରେ ସଂଗ୍ରହ ହେଉଥିବା ୟୁନିଟ୍‌ ସଂପୃକ୍ତ ରହିଛି।  ଅନ୍ୟପଟେ ପ୍ରତି ମାସରେ ସମାନ ସଂଖ୍ୟକ ୟୁନିଟ୍‌ ରକ୍ତ ରୋଗୀଙ୍କୁ ଦେବା ପାଇଁ ପ୍ରଦାନ କରାଯାଇଥାଏ । କିନ୍ତୁ ଖରାଦିନେ ମାସକୁ ପ୍ରାୟ ୧୫ଶହ ୟୁନିଟ୍‌ ସଂଗ୍ରହ ହେବା ମଧ୍ୟ କଷ୍ଟ ହୋଇଯାଏ । ଗତ ଫେବୃୟାରୀରେ ୨୫ଟି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଯେଉଁଥିରୁ ପାଖାପାଖି ୩ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ହେଲେ ମାର୍ଚ୍ଚରେ ୧୪ଟି ଶିବିର ଆୟୋଜନ ହୋଇଥିବା ବେଳେ ୭୨୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।  ଏପ୍ରିଲ୍‌ରେ ଏହି ସଂଖ୍ୟା ଆହୁରି କମିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ବଡ଼ ଧରଣର ଶିବିର ଆୟୋଜନ ହୋଇନାହିଁ। ଯାହା ରକ୍ତ ସଂକଟକୁ ଗୁରୁତର କରୁଛି। କେବଳ ସିକିଲ୍‌ସେଲ୍‌(ରକ୍ତ ଶିକୁଳି) ଏବଂ ଥାଲାସେମିଆ ରୋଗୀଙ୍କୁ ମାସକୁ ପ୍ରାୟ ୬ଶହ ୟୁନିଟ୍‌ର ଆବଶ୍ୟକତା ପଡ଼ିଥାଏ। କାରଣ ଗଞ୍ଜାମ ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ । ଏଣୁ ଗ୍ରୀଷ୍ମ ଦିନରେ ଏହି ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରିବା କଷ୍ଟ ହୋଇପଡ଼େ । ସଂଗ୍ରହ କମ୍‌ ହେଉଥିବାର ପ୍ରଭାବ ଷ୍ଟକ୍‌ ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ଷ୍ଟକ୍‌ ଶୂନ୍‌ ଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍‌ର ରକ୍ତ ବର୍ତ୍ତମାନ ଭଣ୍ଡାରରେ ନାହିଁ ।

ଅପରପକ୍ଷେ ରକ୍ତ ଭଣ୍ଡାରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବର୍ତ୍ତମାନ ଭଣ୍ଡାରରେ ରକ୍ତ ୟୁନିଟ୍‌ କମ୍‌ ରହିଛି । ତଥାପି କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରଭାବ ପକାଇ ମାଗଣାରେ ରକ୍ତ ନେଉଛନ୍ତି। ବଦଳରେ ରକ୍ତ ଦେଉନାହାନ୍ତି। ଫଳରେ ସମସ୍ୟା ଉକତ୍ଟ ହେବାରେ ଲାଗିଛି ।

ରକ୍ତ ଭଣ୍ଡାର ଡା. ରଶ୍ମିତା ପାଣିଗ୍ରାହୀଙ୍କ କହିବାନୁଯାୟୀ, ଗ୍ରୀଷ୍ମ ଦିନରେ ଶିବିର କମ୍‌ ଆୟୋଜନ ହେଉଥିବା ଯୋଗୁ କମ୍‌ ୟୁନିଟ୍‌ ରହିଛି।  ଅତ୍ୟାବଶ୍ୟକୀୟ ସ୍ଥଳରେ ମଧ୍ୟ ରକ୍ତ ଦେବା କଷ୍ଟ ହୋଇପଡ଼ୁଛି। ପ୍ରସବକାଳୀନ ଏସ୍ତ୍ରୋପଚାର ହେଉ ଅବା ଦୁର୍ଘଟଣା, ରୋଗୀଙ୍କୁ ରକ୍ତ ଦେବା ପାଇଁ ଯୋଗାଡ଼ କରିବାକୁ ପଡ଼ୁଛି । ଲୋକମାନେ ରକ୍ତ ପ୍ରତିବଦଳ କଲେ ସମସ୍ୟାରେ ସାମାନ୍ୟ ସୁଧାର ହୋଇପାରିବ । ରକ୍ତ ଭଣ୍ଡାର ତରଫରୁ ଏଦିଗରେ ପଦକ୍ଷେପ ନିଆଯାଉଛି। ଯେଉଁ ସଂଗଠନଗୁଡ଼ିକ ଶିବିର ଆୟୋଜନ କରନ୍ତି, ସେମାନଙ୍କ ସହ ବରାବର ଯୋଗାଯୋଗ କରାଯାଉଛି। ଗ୍ରୀଷ୍ମରେ ରକ୍ତ ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟକ କ୍ୟାମ୍ପ ପାଇଁ ପଦକ୍ଷେପ ନିଆଯାଉଛି । ଜିଲାରେ ୨ଶହରୁ ଅଧିକ ସଂଗଠନ ଏଦିଗରେ କାର୍ଯ୍ୟ କରୁଛନ୍ତି। ଖୁବ୍‌ ଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପ୍ରବେଶକୁ ବିରୋଧ: ଏଏସପିଙ୍କୁ ଭେଟିଲେ ଆମ୍ବେଦକର ସେବକ ସଂଘ

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମରେ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀକୁ ମନ୍ଦିର ପ୍ରବେଶ ବାରଣ ବିବାଦରେ ପୋଲିସ ଏକ ମାମଲା ରୁଜୁ କରିଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

ପ୍ରସବ ଯନ୍ତ୍ରଣାରେ ଛଟପଟ ମା’: ଆମ୍ବୁଲାନ୍ସ ରେ ଜନ୍ମ ହେଲା ଛୁଆ, ସୁରକ୍ଷିତ ପ୍ରସବ କରାଇ ପ୍ରଶଂସା ସାଉଁଟିଲେ…

ଦିଗପହଣ୍ଡି,୨୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜନଜାତି ବହୁଳ ଟି. ଗୋବିନ୍ଦପୁର ପଞ୍ଚାୟତ ଗୁହାରିଖୋଲ ଗାଁ ର ଲକ୍ଷ୍ମଣ ଗମାଙ୍ଗଙ୍କ ଗର୍ଭବତୀ ସ୍ତ୍ରୀ  ସସ୍ମିତା…

ସରିଲା ଛୁଟି, କେଭିରେ ଆରମ୍ଭ ହେଲା +୨ ପାଠପଢ଼ା

ଭଞ୍ଜନଗର,୨୨ା୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ଛୁଟି ସରିବା ପରେ ସୋମବାରଠାରୁ ଗଞ୍ଜାମ ଜିଲାର ସମସ୍ତ ବିଦ୍ୟାଳୟ ଖୋଲିଛି। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସିଛନ୍ତି। ଅନ୍ୟପଟେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri