ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟର ଦ୍ୱାରସ୍ଥ ହୋଇଥିଲା। ହେଲେ ଚାରିଆଡ଼ୁ ନିରାଶ ହେବା ପରେ ଏବେ ଭାରତ ବିରୋଧରେ ରକ୍ତଚାଉଳ ଚୋବାଇବାରେ ଲାଗିଛି ପଡ଼ୋଶୀ ଦେଶ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ପୂର୍ବରୁ ପୁଲଓ୍ବାମା ଭଳି ଆକ୍ରମଣର ଧମକ ଦେଇ ଓ ଯୁଦ୍ଧଭୟ ଦେଖାଇଥିବାବେଳେ ରବିବାର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ହିଟ୍‌ଲରଙ୍କ ନାଜି ସହ ତୁଳନା କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀରରେ ଗଣହତ୍ୟାର ଆଶଙ୍କା ବ୍ୟକ୍ତ କରି ନିଜ ନୈରାଶ୍ୟଭାବକୁ ପ୍ରକଟ କରିଛନ୍ତି।
ପାକିସ୍ତାନ ମୁଖିଆ ଇମ୍ରାନ୍‌ ଖାନ୍‌ ରବିବାର କହିଛନ୍ତି, ଭାରତ କଶ୍ମୀରରେ ସମ୍ପ୍ରଦାୟ ଅଧାରରେ ଜନସଂଖ୍ୟାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରୁଛି। ନାଜି ଆର୍ଯ୍ୟ ସହ ତୁଳନୀୟ ହିନ୍ଦୁତ୍ୱ ବିଚାରଧାରାର ଆର୍‌ଏସ୍‌ଏସ୍‌ କଶ୍ମୀରରେ ଆଧିପତ୍ୟ ବିସ୍ତାର କରୁଛି। ଏହାର ଚିନ୍ତାଧାରା ନାଜି ବିଚାରଧାରା ଦ୍ୱାରା ଅନୁପ୍ରାଣିତ। ସଂଘର କାର୍ଯ୍ୟ ଭାରତରେ ମୁସଲମାନଙ୍କୁ ଦମନ କରିବା ପାଇଁ ଉଦ୍ଦିଷ୍ଟ। ଏହା ଆଗକୁ ପାକିସ୍ତାନକୁ ଟାର୍ଗେଟ କରିବ। ଏଥିସହ କଶ୍ମୀରରେ ଏବେ କର୍ଫ୍ୟୁ ଓ କଟକଣା ଜାରି ହୋଇଥିବବେଳେ ଆଗକୁ ଗଣହତ୍ୟା କରାଯାଇପାରେ ବୋଲି ଇମ୍ରାନ୍‌ ଟୁଇଟ୍‌ କରିଛନ୍ତି। ମ୍ୟୁନିକ୍‌ରେ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ଦମନଲୀଳା ଭଳି ବିଶ୍ୱ ସମୁଦାୟ ମୋଦି ଏବଂ ଆର୍‌ଏସ୍‌ଏସ୍‌ର କାର୍ଯ୍ୟକୁ ଦେଖି ନୀରବ ରହିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କଶ୍ମୀର ପ୍ରସଙ୍ଗରେ କୌଣସି ଦେଶରୁ ସହଯୋଗ ନ ମିଳିବା ପରେ ସେ ଇରାନର ସମର୍ଥନ ଯୋଗାଡ଼ ପାଇଁ ଉଦ୍ୟମ କରିଛନ୍ତି। ଇମ୍ରାନ୍‌ ଇରାନ ରାଷ୍ଟ୍ରପତି ହାସନ୍‌ ରୌହାନିଙ୍କୁ ଫୋନ୍‌ କରି କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଉପତ୍ୟକାରେ ଭାରତର ପଦକ୍ଷେପ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମା ବିରୋଧୀ ବୋଲି ସେ ଅଭିହିତ କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଇମ୍ରାନ୍‌ ବ୍ରିଟେନ, ଆମେରିକା, ତୁର୍କୀ, ବାହାରିନ୍‌, ୟୁଏଇ, ଚାଇନା ଏବଂ ଜାତିସଂଘକୁ ଗୁହାରି କରିଥିଲେ ହେଁ କଶ୍ମୀର ବ୍ୟାପାରରେ ମୁଣ୍ଡ ଖେଳାଇବା ପାଇଁ ସମସ୍ତେ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri