ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି: ସ୍କୁଲ ଯିବି, ପାଠ ପଢ଼ିବି

ଅମରପାଲି, ୧୯।୩ (ଡି.ଏନ.ଏ.) ସ୍କୁଲ ଯିବି, ସାଙ୍ଗ ସାଥିଙ୍କ ସହ ପାଠ ପଢ଼ିବି। ଖେଳାବୁଲା କରିବାକୁ ଇଚ୍ଛା ହେଉଛି। ମାତ୍ର ଅସୁସ୍ଥତା ଯୋଗୁ ସ୍କୁଲ ଯାଇ ପାରୁନି କି ସାଙ୍ଗ ସାଥିଙ୍କ ସହ ଖେଳାବୁଲା କରିପାରୁନି । ଭଲ ହୋଇଗଲେ ପୁଣି ସ୍କୁଲ ଯାଇ ପାଠ ପଢ଼ିବି। ଏହାଥିଲା ଜଣେ ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମର ଭଗବାନ ମିର୍ଦ୍ଧା। ଝିଅ ,୧୪ବର୍ଷର ପୁଅ ଶମ୍ଭୁ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। ବଡଭଉଣୀ ଦୀପାଞ୍ଜଳି ମିର୍ଦ୍ଧା ବଡମାଲ କଲେଜରେ ଯୁକ୍ତଦୁଇ ଓ ଶମ୍ଭୁ ନିକଟସ୍ଥ ଅମରପାଲି ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ। ୨୦୧୯ ଜୁଲାଇ ମାସରେ ହଠାତ ଅସୁସ୍ଥ ହୋଇ ପଡିଲେ ଶମ୍ଭୁ। ଭଗବାନ ତାଙ୍କୁ ବୀରମହାରାଜପୁର ଓ ପରେ ବୁର୍ଲା ମେଡିକାଲରେ ଚିକିତ୍ସା କରାଇଲେ। ବୁର୍ଲାରେ ୮ ଦିନର ଚିକିତ୍ସା ପରେ ସେ ରକ୍ତକର୍କଟରେ ପୀଡିତ ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା। ପୁଅର ଏଭଳି ଦୁରାରୋଗ୍ୟ ସମ୍ପର୍କରେ ଖବର ପାଇଲା ପରେ ଭାଙ୍ଗି ପଡିଲେ ଭଗବାନ। ତାଙ୍କୁ କଟକ ନେଇ ସେଠାରେ ୩ମାସ ଚିକିତ୍ସା କରାଇଲେ । ମାସକୁ ୮ଟି ଲେଖାଏ କେମୋ ମଧ୍ୟ ଦିଆଯାଇଥିଲା। କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ଭଗବାନ ପୁଅର ଚିକିତ୍ସା ପାଇଁ ସୁନା ରୁପା ଗହଣା ଯାହାଥିଲା ବିକି ଖର୍ଚ୍ଚ କଲାପରେ ଧାରଉଧାର କରି ଚିକିତ୍ସା କରୁଛନ୍ତି। ତାଙ୍କ ପରିବାରର ଜମିବାଡି କିଛିନାହିଁ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅଧିକ ଚିକିତ୍ସା ହୋଇ ପାରୁନାହିଁ । ଏପରି କି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡକ୍ରସ ବିଭାଗରୁ କୌଣସି ଆର୍ଥିକ ସହାୟତା ମିଳିପାରୁ ନାହିଁ। ଏବେ ଶମ୍ଭୁଙ୍କ ଚିକିତ୍ସା କେମିତି ହେବ ସେ ନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକେ ା ଆର୍ଥିକ ଅନଟନ ଭିତରେ ଦିନ କାଟୁଥିବା ଏହି ପରିବାରକୁ ଏଯାଏ ପକ୍କାଘର ଖଣ୍ଡେ ମଧ୍ୟ ମିଳିପାରି ନାହିଁ । ଶମ୍ଭୁଙ୍କ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ସହିତ ସରକାରୀ ସହାୟତା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି । ଏନେଇ ବୀରମହାରାଜପୁର ଉପଜିଲାପାଳ ଅଶୋକ ଭୋଇଙ୍କୁ ପଚାରିବାରୁ ଶମ୍ଭୁଙ୍କ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri