ରକ୍ତ ଭଣ୍ଡାରରେ ଅଭାବ ଦୂର କରିବାକୁ ରକ୍ତଦାନ କଲେ କ୍ଲବ୍‌ ସଦସ୍ୟ

ଲଖନପୁର,୩୦।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣକୁନେଇ ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଦେଖାଦେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏଭଳି ଜରୁରୀ କାଳୀନ ପରିସ୍ଥିତିରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତ ଅଭାବ ଦେଖା ଦେଉଛି। ଏହାକୁ ଦୃଷ୍ଟିରେ ରଖି ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ଚିଖିଲାପାଲି ଗ୍ରାମର ଓମ୍‌ କ୍ଲବ୍‌ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଓମ୍‌ କ୍ଲବ୍‌ର ସଦସ୍ୟ ଓ ଆଖପାଖ ଅଞ୍ଚଳର ଲୋକେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏହି ଶିବିରରେ ସମୁଦାୟ ୩୯ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି ା ଏଥିରେ ଜିଲା ରେଡ୍‌କ୍ରସ୍‌ ବିଭାଗର ଡା. ସିଲବନ୍ତୀ ଜୋଜ, ଡା. ଭାବଗ୍ରାହୀ ବେହେରା, ଦୋଳଗୋବିନ୍ଦ ଚୌହାନ, ଭବାନୀ ଶଙ୍କର ସୁନାନୀ ଓ ପ୍ରକାଶ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ା ଏଥିରେ ଆୟୋଜକ ଓମ୍‌ କ୍ଲବ୍‌ର ସଭାପତି ଈଶ୍ୱର ଚନ୍ଦ୍ର ପଟେଲ, ସମ୍ପାଦକ ଅନିଲ ପଟେଲ, କୋଷାଧ୍ୟକ୍ଷ ପ୍ରମୋଦ ପଟେଲ, ସୁମନ ପଟେଲ, ଦେବଦତ ନାଥ, ଆଶିଷ କୁମାର ନାଥ, ଗୋବର୍ଦ୍ଧନ ନାଥ, ଶିବ କଅଁର, ମହେଶ ଧୁରୁଆ, ଉପେନ୍ଦ୍ର ଖଡିଆ, ସରପଞ୍ଚ କୃଷ୍ଣ କାଲୋ, ସମିତିସଭ୍ୟ ସୁନ୍ଦର ଲାଲ ସେଠ୍‌, କଷ୍ଟ ବାଗେ, ମନିଷ ବାଗେ, ସୁଶାନ୍ତ ବାଗେ, ହୃଦାନନ୍ଦ ପଟେଲ, ସୁଶୀଲ ନେଗୀ, ଦୀନବନ୍ଧୁ ବିଶ୍ୱାଳ, କୁନ୍ଦନ ସିଂହଦେଓ, ସୁକୁମାର ପୁରୋହିତ, ନିମାଇଁ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଦେଲାଣି ଏମିତି ଚେତାବନୀ ଏବେ ଚୁଲି ଜଳିବା ହେବ ମୁସ୍କିଲ

ତେହରାନ,୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ, କୌଣସି ଦେଶ ଅନ୍ୟକୁ ଭୟଭୀତ କରିବାକୁ କୌଣସି ପ୍ରୟାସ ଛାଡ଼ୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri