ଯୋଡ଼ାରେ କେନ୍ଦ୍ରୀୟ ଶ୍ରମ ମଙ୍ଗଳ କମିଶନର

ଯୋଡ଼ା ୧୮।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ନିରାକରଣ ଓ ସ୍ଥାୟୀ ପ୍ରତିକାର ପାଇଁ କେନ୍ଦ୍ର ଶ୍ରମ ମଙ୍ଗଳ କମିଶନର ମଞ୍ଜୁଲତା ବେହେରା ଯୋଡା ଗସ୍ତରେ ଆସିଥିଲେ । ବୁଧବାର ଅପରାହ୍ନରେ କେନ୍ଦ୍ରୀୟ ଚିକିତ୍ସାଳୟର ଡା. ସୁକାନ୍ତ ଚନ୍ଦ୍ର ଦାସ , ବଡବିଲ୍‌ରେ ଅବସ୍ଥାପିତ ଶ୍ରମ ବିଭାଗର ଓ୍ବେଲଫେୟାର କମିଶନର ଏମ.ଏ. ଖାନ୍‌ , ଓ୍ବେଲଫେୟାର ଆଡମିନିଷ୍ଟ୍ରେଟର ମୁକ୍ତିପ୍ରଭା ସାହୁ ପ୍ରମୁଖଙ୍କ ସହିତ ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
ଡାକ୍ତରଖାନାର ଡାକ୍ତର ନିଯୁକ୍ତି, କର୍ମଚାରୀ ଅଭାବ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡାକ୍ତରଖାନାର ମରାମତି, ଡାକ୍ତରଖାନାର ବଜେଟ ବୃଦ୍ଧି , ବନ୍ଦ ରହିଥିବା ବ୍ଲଡ ବ୍ୟାଙ୍କକୁ କାର୍ଯ୍ୟକାରୀ କରିବା ପ୍ରଭୃତି ନିଜ ଉତ୍ତରରେ ବେହେରା କହିଥିଲେ। ଏ ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କର ଶ୍ରମ ମନ୍ତ୍ରଣାଳୟକୁ ଦିଆଯିବ କହିବା ସହିତ ଡାକ୍ତରଖାନା ପକ୍ଷରୁ ମୁଖ୍ୟ ଡାକ୍ତରଙ୍କୁ ଦିଆଯାଇଥିବା ୧କୋଟି ଟଙ୍କା ଖର୍ଚ୍ଚ ବଜେଟର ପ୍ରସ୍ତାବ ସମ୍ପର୍କରେ ସେ ସମୀକ୍ଷା କରିବା ପାଇଁ ଆସିଛନ୍ତି ବୋଲି ଖବରଦାତା ମାନଙ୍କୁ କହିଥିଲେ। ଡେପୁଟି କମିଶନର ଏମ. ଏ. ଖାନ କହିଥିଲେ ଯେ, ଏପ୍ରିଲ ମାସ ୨୦୧୬ ମସିହାଠାରୁ ଡାକ୍ତରଖାନାକୁ ମିଳୁଥିବା ଖଣିଜ ସେସ୍‌ ଟ୍ୟାକ୍ସ ସରକାର ଉଠାଇଦେବା ପରେ ଏହାର ବଜେଟ୍‌ କେନ୍ଦ୍ର ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆସୁଛି। ତେବେ ଖୁବ୍‌ ଶୀଘ୍ର ଡାକ୍ତରଖାନାର ପୁନରୁଦ୍ଧାର କରାଯାଇ ଏହାକୁ ସୁପରିଚାଳିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଡାକ୍ତରଖାନାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଡାକ୍ତରଖାନାର ବହୁବିଦ୍ଧ ସମସ୍ୟା ଉପରେ ଧରିତ୍ରୀରେ ଶୀର୍ଷକ ‘କୋମାରେ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟ’ ପ୍ରକାଶିତ ହୋଇଥିଲା। ଏହି ଡାକ୍ତରଖାନାର ପୁନରୁଦ୍ଧାର ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ମାନେ ଦାବି କରିଆସୁଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ଅବହେଳା ହେତୁ ଏହି ଡାକ୍ତରଖାନାଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri