Posted inରାଜ୍ୟ

ଯୋଜନାରେ ଅଟକିଛି ପର୍ଯ୍ୟଟନ କ୍ଷେତ୍ରର ବିକାଶ: କାମରେ ଲାଗୁନି ପାନ୍ଥଶାଳା, ବ୍ୟାଖ୍ୟାନ କେନ୍ଦ୍ର

ଖଣ୍ଡପଡ଼ା,୨୪ା୭(ସ୍ବ.ପ୍ର.): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ଉନ୍ନତି ନିମନ୍ତେ ବହୁ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରକୃତପକ୍ଷେ ଏହି ଯୋଜନା କାଗଜକଲମରେ ସୀମିତ ରହୁଥିବା ବେଳେ ତାହା ପର୍ଯ୍ୟଟକ କିମ୍ବା ତୀର୍ଥଯାତ୍ରୀଙ୍କ କୌଣସି କାର୍ଯ୍ୟରେ ଆସିପାରୁ ନାହିଁ। ନୟାଗଡ ଜିଲା ଖଣ୍ଡପଡା ନିର୍ବାଚନମଣ୍ଡଳୀର କଣ୍ଟିଲୋଠାରେ ନିର୍ମାଣ ହୋଇଥିବା ପାନ୍ଥଶାଳା ଓ ବ୍ୟାଖ୍ୟାନକେନ୍ଦ୍ରକୁ ଦେଖିଲେ ଏହା ସହଜରେ ଜଣାପଡିଥାଏ। ନିମ୍ନମାନର କାର୍ଯ୍ୟ, ରକ୍ଷଣାବେକ୍ଷଣ ଅଭାବ ସର୍ବୋପରି ପ୍ରଶାସନର କୋହଳ ମନୋଭାବ ଯୋଗୁ ଦୀର୍ଘ ୨୪ବର୍ଷରୁ ଊର୍ଦ୍ଧ୍ୱ ହେବ ପାନ୍ଥଶାଳା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସେହିପରି ଦୀର୍ଘ ୯ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା କଂସାପିତ୍ତଳ ବ୍ୟାଖ୍ୟାନ କେନ୍ଦ୍ର ବ୍ୟବହାର ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ କେବଳ ଯୋଜନାରେ ଅଟକିଥିବା କୁହାଯାଉଛି ା
କଣ୍ଟିଲୋ ନୀଳମାଧବ ଜୀଉ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବାବେଳେ ଏକଦା ଏହା ନୌବାଣିଜ୍ୟର ପେଣ୍ଠସ୍ଥଳୀ ତଥା କଂସାପିତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ପ୍ରତ୍ୟହ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହୁଥିବାବେଳେ ଯାତ୍ରୀ ନିବାସଟିଏ ନ ଥିବାରୁ ଲୋକେ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ା ଏ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ୧୯୮୭ ମସିହାରେ ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିଥିଲେ। ସେ ସମୟରେ କ୍ଷମତାସୀନ କଂଗ୍ରେସ ସରକାର ୧୯୮୭ ଜୁନ ୭ ତାରିଖରେ କଣ୍ଟିଲୋ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ୨୮.୩୮ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନ୍ଥଶାଳା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ମାତ୍ର ପରେ ଏଠାରୁ ୨ କିଲୋମିଟର ଦୂର ପଥରଚକଡା ଗ୍ରାମ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱ ୩.୩୮ ଏକର ପରିମିତ ଏକ ପାହାଡ଼ ଉପରେ ପାନ୍ଥଶାଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ହୋଇ ୧୦ ବର୍ଷ ପରେ ଅର୍ଥାତ୍‌ ୧୯୯୭ ମସିହାରେ ଶେଷ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ୨ବର୍ଷ ମଧ୍ୟରେ କାନ୍ଥରେ ଫାଟ ସୃଷ୍ଟି ହେବା ସହ ଗୃହର ଛାତ ଉପରେ ଚାଲିଲେ ତାହା ଦବି ଯାଉଥିଲା ା ନିର୍ମାଣର ୨୦ବର୍ଷ ମଧ୍ୟରେ ପାନ୍ଥଶାଳାର ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଗଲାଣି ା ଇତିମଧ୍ୟରେ ପାନ୍ଥଶାଳାରେ ଥିବା ୧୬ ସେଟ କାଠ ପଲଙ୍କ ସହ ଗଦି, ଡ଼ାଇନିଂ ଟେବୁଲ, ଚେୟାର, ଆଲଣା ଆଦି ଉପକରଣ ଏବେ କେଉଁଠି ଓ କେଉଁ ଅବସ୍ଥାରେ ତାହା ତଦନ୍ତ ସାପେକ୍ଷ। ପାନ୍ଥଶାଳାର ରକ୍ଷଣାବେକ୍ଷଣ ତଥା କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ସମୟରେ ବିଧାନସଭାରେ ପ୍ରଶ୍ନ ଉତ୍‌ଥାପନ ହୋଇଥିଲେ ବି ସୁଫଳ ମିଳିନି। ଅପରପକ୍ଷେ କାର୍ଯ୍ୟ ସମ୍ପନ୍ନର ଦୀର୍ଘ ୧୯ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆନ୍ତରିକତା କେତେ ତାହା ସ୍ପଷ୍ଟ ବାରି ହୋଇଯାଉଛି ା ସେହିପରି କଂସା ପିତ୍ତଳ ବାସନ ଶିଳ୍ପର ବିକାଶ ତଥା ଉନ୍ନତି ନିମନ୍ତେ କଣ୍ଟିଲୋ ମାଘମେଳା ପଡିଆ ନିକଟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୦୯ ଫେବୃୟାରୀ ୨୧ ତାରିଖରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ବ୍ୟାଖ୍ୟାନ କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ୭୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସୁରମ୍ୟ ଦ୍ୱିତଳ ବିଶିଷ୍ଟ ଅଟ୍ଟାଳିକା ବିଭାଗୀୟ ବିଧିବ୍ୟବସ୍ଥା କ୍ରମେ ୧ବର୍ଷ ସମୟସୀମା ମଧ୍ୟରେ ଶେଷ ହୋଇଥିଲା। ଏହି କେନ୍ଦ୍ର ନୀଳମାଧବ ଜୀଉଙ୍କ ନିଜସ୍ବ ଜାଗା ଉପରେ ଗଢି ଉଠିଥିବାରୁ ଦେବୋତ୍ତର ବିଭାଗ ଏହାକୁ ନିଜ ଦାୟିତ୍ୱରେ ରଖିଛି ା ସରକାରଙ୍କ ଯୋଜନା କ୍ରମେ କଂସା ପିତ୍ତଳ ବାସନ ଶିଳ୍ପ ସହିତ କାରିଗରମାନଙ୍କ ଉନ୍ନତି ନିମନ୍ତେ କଂସାପିତ୍ତଳ ବ୍ୟାଖ୍ୟାନ କେନ୍ଦ୍ରର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଖଣ୍ଡପଡା ଦେବୋତ୍ତର ବିଭାଗ ବ୍ୟବସାୟୀକ ଦୃଷ୍ଟି କୋଣରୁ ନିଜ ବିଭାଗର ରାଜସ୍ବ ବୃଦ୍ଧି ଆଶାରେ ଉକ୍ତ କେନ୍ଦ୍ରକୁ ନିଜ ଅଧୀନରେ ରଖିଛି ା ଏବେ ଏହି କେନ୍ଦ୍ର ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଭାବରେ ବ୍ୟବହାର ହେଉଥିବା ବେଳେ ବିବାହ ବ୍ରତ ଆଦି ଉତ୍ସବ ପାଇଁ ମଧ୍ୟ ବ୍ୟବହାର ହେଉଛି। ପର୍ଯ୍ୟଟନ ବିଭାଗ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ପାନ୍ଥଶାଳା ଓ ବ୍ୟାଖ୍ୟାନକେନ୍ଦ୍ର ପ୍ରତିଷ୍ଠା କରୁଥିଲେ ମଧ୍ୟ ପରବର୍ତ୍ତୀ ସୟୟରେ ଏହା ଭୂତକୋଠି ଭଳି ପଡିରହୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ା ରାଜ୍ୟ ପର୍ଯ୍ୟଟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri