Posted inଫୁରସତ

ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ

ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ ପରିଚିତ। ୟୁନେସ୍କୋ ଏହାକୁ ବିଶ୍ୱ ଆଶ୍ଚର୍ଯ୍ୟରେ ସ୍ଥାନ ଦେଇଛି। ଏଠାରେ ଆସୁଥିବା ଜୁଆର ଭଟ୍ଟା ଓ ପଙ୍କୁଆ ସ୍ଥାନ ପ୍ରକୃତିର ଏକ ନିଆରା ସମ୍ପର୍କକୁ ସୂଚାଇଥାଏ। ଏହି ସୁନ୍ଦରବନରେ ବିଭନ୍ନ ପ୍ରକାରର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ। ଆଉ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ରୟାଲ ବେଙ୍ଗଲ ଟାଇଗର। ପ୍ରାୟ ୧୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଏହି ଜଙ୍ଗଲ ଅଞ୍ଚଳରେ ପାଖାପାଖି ୪୫ ଲକ୍ଷ ଲୋକ ରହିଥାଆନ୍ତି। ଏଠାରେ ଉଭୟ ବାଂଲାଦେଶ ଓ ଭାରତୀୟମାନେ ଗୋଟିଏ ଦେବୀଙ୍କୁ ପୂଜା କରିଥାଆନ୍ତି। ଜଙ୍ଗଲ ଅଞ୍ଚଳରେ ରହୁଥିବା ଏହି ଲୋକେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଉକ୍ତ ମନ୍ଦିରରେ ପୂଜା କରିଥାଆନ୍ତି। ମନ୍ଦିରରେ ପୂଜା ପାଆନ୍ତି ବନବିବି ନାମକ ଦେବୀ। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ଏହି ଜଙ୍ଗଲରେ ଯେତେବେଳେ ବାଘ ମଣିଷଙ୍କୁ ଆକ୍ରମଣ କରେ ସେତେବେଳେ ସେ ହିନ୍ଦୁ ମୁସଲମାନ ଭେଦଭାବ ରଖି ନ ଥାଏ। ତେଣୁ ଆମ ମଣିଷଙ୍କ ଭିତରେ ସେମିତି କିଛି ଭେଦଭାବ ନ ଥାଏ ଓ ଆମେ ଏକାଠି ଗୋଟିଏ ଦେବୀଙ୍କୁ ପୂଜା କରିଥାଉ। ହିନ୍ଦୁ ମୁସଲମାନ ଉଭୟଙ୍କର ବିଶ୍ୱାସ ରହିଛି ସେ ଜଙ୍ଗଲରେ ସେମାନଙ୍କୁ ରକ୍ଷା କରିବାକୁ ବନବିବି ସ୍ବର୍ଗରୁ ଓହ୍ଲାଇ ଆସିଛନ୍ତି। ଏଠାକାର ବାସିନ୍ଦା କୁହନ୍ତି ବନବିବି ସୌଦି ଆରବର ଏକ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ। ଆଉ ଉକ୍ତ ପରିବାରର ସଦସ୍ୟଙ୍କ ସହ ସେ ହଜ୍‌ ପାଇଁ ମକା ଯାଇଥିବା ବେଳେ ତାଙ୍କୁ ଦୈବିଶକ୍ତି ପ୍ରାପ୍ତ ହୋଇଥିଲା। ଏହାପରେ ସେ ପ୍ରାୟ ୫ହଜାର କିଲୋମିଟର ଚାଲି ଚାଲି ଆସି ସୁନ୍ଦରବନରେ ରହି ଯାଇଛନ୍ତି। ସେବେଠାରୁ ସେ ସୁନ୍ଦରବନରେ ଥିବା ଲୋକଙ୍କର ରକ୍ଷା କରୁଥିବା ବିଶ୍ୱାସ ରହିଛି। ଏମିତିକି ହିନ୍ଦୁ ଓ ମୁସଲମାନ ନାମର ମିଶ୍ରଣରେ ଦେବୀଙ୍କ ନାଁ ବନବିବି ରଖାଯାଇଛି। ଜାନୁୟାରୀ ଓ ଫେବୃୟାରୀରେ ଏଠି ମହାଆଡମ୍ବରରେ ବନବିବିଙ୍କର ପୁଜା କରାଯାଏ। ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ମହିଳାମାନେ ବ୍ରତ ମଧ୍ୟ ରଖିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ସୂର୍ଯ୍ୟ-ଗୁରୁଙ୍କ ଦ୍ୱିଦ୍ୱାଦଶ ଯୋଗ: ଆଜିଠୁ କର୍କଟ ସମେତ ଏହି ୪ ରାଶି ପାଇଁ ଗୋଲ୍‌ଡେନ୍‌ ସୁଯୋଗ, ଅଚାନକ ଧନଲାଭ

ଜ୍ୟୋତିଷ ଗଣନା ଅନୁସାରେ, ସେପ୍ଟେମ୍ବର ୭ ତାରିଖରେ ସୂର୍ଯ୍ୟ ଓ ଗୁରୁଙ୍କ ମଧ୍ୟରେ ଦ୍ୱିଦ୍ୱାଦଶ ଦୃଷ୍ଟି ଯୋଗ ଗଠିତ ହେଉଛି। ଦୁଇ ଗ୍ରହ ପରସ୍ପରଠାରୁ ଦ୍ୱିତୀୟ ଓ…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri