Posted inଖେଳ

ଯୁବରାଜଙ୍କ ଅବସର ଚିନ୍ତା

ନୂଆଦିଲ୍ଲୀ, ୨୦।୫(ପି.ଟି.)- ସୀମିତ ଓଭର କ୍ରିକେଟରେ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ଲାଗି ଗୁରୁତର ସହ ଚିନ୍ତା କରୁଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନୁମୋଦିତ ବିଦେଶୀ ଟି୨୦ ଲିଗ୍‌ରେ ଜଣେ ଫ୍ରିଲାନ୍ସ (ଆତ୍ମନିଯୁକ୍ତ) କ୍ରିକେଟର ଭାବେ ଖେଳିବାକୁ ଚାହୁଁଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ଏଥିଲାଗି ଅନୁମତି ମିଳିବା ପରେ ପଞ୍ଜାବର ଏହି ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଏଥିସହ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ଆଉ ସମ୍ଭାବନା ନାହିଁ ବୋଲି ଯୁବରାଜ ସ୍ବୀକାର କରିସାରିଛନ୍ତି। ‘ଯୁବରାଜ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟ୍‌ରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଜିଟି୨୦ (କାନାଡା) ଏବଂ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍‌ସରେ ହେବାକୁ ଥିବା ୟୁରୋ ଟି୨୦ ସ୍ଲାମ୍‌ରେ ଖେଳିବା ଲାଗି ଆସିଥିବା ଅଫର ବିଷୟରେ ସେ ବିସିସିଆଇ ସହିତ ସ୍ପଷ୍ଟ ଭାବେ ଆଲୋଚନା କରିବାକୁ ଚାହୁଁଛନ୍ତି’ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି। ନିକଟରେ କାର୍‌ବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବା ପାଇଁ ଇର୍ଫାନ ପଠାନ ତାଙ୍କ ନାମକୁ ଡ୍ରାଫ୍ଟକୁ ସୁପାରିସ କରିଥିଲେ। କିନ୍ତୁ ଇର୍ଫାନ ପ୍ରଥମଶ୍ରେଣୀ କ୍ରିକେଟରେ ସକ୍ରିୟ ରହିଥିବା ସତ୍ତ୍ୱେ ବିସିସିଆଇ ନିକଟରୁ ଅନୁମତି ନେଇ ନ ଥିଲେ। ‘ଡ୍ରାଫ୍ଟରୁ ନାମକୁ ଉଠାଇ ନେବା ଲାଗି ଇର୍ଫାନଙ୍କୁ କୁହାଯାଇଥିଲା। ଯୁବରାଜଙ୍କ କ୍ଷେତ୍ରରେ ଆମେ ନିୟମକୁ ଚେକ୍‌ କରିବୁ। ଯଦି ସେ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ନେଇଯାଆନ୍ତି, ତଥାପି ସେ ବର୍ତ୍ତମାନ ବି ବିସିସିଆଇ ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍‌ରେ ଜଣେ ସକ୍ରିୟ ସଦସ୍ୟ। ଏ ନେଇ ଆମକୁ ନିୟମକୁ ଯାଞ୍ଚ କରିବାକୁ ପଡ଼ିବ’ ବୋଲି ବିସିସିଆଇର ଏହି ବରିଷ୍ଠ ଅଧିକାରୀ ପିଟିଆଇକୁ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ଗତ ଆଇପିଏଲ୍‌ରେ ଯୁବରାଜ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ତାଙ୍କୁ ଖେଳିବାର ବେଶି ସୁଯୋଗ ମିଳି ନ ଥିଲା। ଏହା ହିଁ ଯୁବରାଜଙ୍କୁ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରିବାକୁ ବାଧ୍ୟ କରିଥିବା କୁହାଯାଉଛି। ଯଦି କାନାଡ଼ା ଓ ୟୁରୋ ଟି୨୦ ସ୍ଲାମ୍‌ରେ ଯୁବରାଜ ଖେଳନ୍ତି, ତେବେ ଏହି ଲିଗ୍‌ର ମାଇଲେଜ୍‌ ଆଶାତୀତ ଭାବେ ବଢ଼ିଯିବାର ସମ୍ଭାବନା ରହିଛି। ଡବ୍‌ଲିନରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ଯଦି ଜାହିର ଖାଁ ଓ ବୀରେନ୍ଦ୍ର ସେହ୍ବାଗଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି, ତେବେ ଯୁବରାଜଙ୍କୁ କାହିଁକି ମିଳିବ ନାହିଁ ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଯଦି ଅବସରପ୍ରାପ୍ତ ଖେଳାଳିଙ୍କୁ ବିଗ୍‌ ବାସ୍‌ ଲିଗ୍‌, କାର୍‌ବୀୟନ ପ୍ରିମିୟର ଲିଗ୍‌, ବାଂଲାଦେଶ ପ୍ରିମିୟର ଲିଗ୍‌ ଆଦିରୁ ଖେଳିବାକୁ ଅଫର ଆସେ ତେବେ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି। ଯୁବରାଜ ଭାରତ ପକ୍ଷରୁ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୧୯୦୦ ରନ୍‌ କରିଥିବାବେଳେ ଦିନିକିଆରେ ୮୭୦୧ ରନ୍‌ କରିଛନ୍ତି, ଯେଉଁଥିରେ ୧୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ। ସେହିଭଳି ୮ଟି ଅର୍ଦ୍ଧଶତକ ସହ ଟି୨୦ରେ ୧୧୭୭ ରନ୍‌ କରିଛନ୍ତି। ଦିନିକିଆ ଓ ଟି୨୦ରେ ତାଙ୍କ ନାମରେ ଯଥାକ୍ରମେ ୧୧୧ ଓ ୨୮ ଉଇକେଟ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri