ଯୁବତୀଙ୍କ ବେକ କାଟି ହତ୍ୟା ଉଦ୍ୟମ:ଗୁରୁତର ଅବସ୍ଥାରେ ମାଲକାନଗିରିରେ ଚିକିତ୍ସାଧୀନ

କାଲିମେଳା,୨୪ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମଭି-୮୨ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ବେକ କାଟି ଦେଇଥିବା ଜଣାପଡିଛି। ଯୁବତୀ ଜଣକ ହେଉଛନ୍ତି ଏମଭି-୮୨ ଗ୍ରାମର ପ୍ରଣବ ହାଲଦାରଙ୍କ ଝିଅ ପ୍ରିୟଙ୍କା ହାଲଦାର (୨୦)। ଏବେ ଗୁରୁତର ଅବସ୍ଥାରେ ମାଲାକନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ନେଇ ମୋଟୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝି ଖବର ପାଇ ଯୁବତୀଙ୍କ ଏମଭି-୮୨ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମାଲକାନଗିରିରେ ଯୁବତୀଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିବା ମାଝି କହିଛନ୍ତି। ଖବରରୁ ଜଣାପଡିଛି ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ଯୁବତୀ ଜଣକ ବାହାରକୁ ଶୌଚ ପାଇଁ ବାହାରିଥିବା ବେଳେ ହଠାତ ୩/୪ ଜଣ ଯୁବକ ପ୍ରିୟଙ୍କାଙ୍କୁ ଆକ୍ରମଣ କରି ତାଙ୍କ ମୁହଁରେ କପଡା ବାନ୍ଧି ଘରଠାରୁ କିଛି ଦୂର ନେଇ ଯାଇଥିଲେ ା ଏକ ନିଛାଟିଆ ସ୍ଥାନରେ ସେମାନେ ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ତାଙ୍କ ହାତ କାଟିଦେବା ସହ ପରେ ବେକ କାଟି ଦେଇ ଫେରାର ହୋଇଯାଇଥିଲେ ା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ସେଠାରୁ ଉଦ୍ଧାର କରି ପ୍ରଥମେ ଏମଭି-୭୯ ପରେ ମାଲାକନଗିରି ମେଡିକାଲକୁ ନେଇଥିଲେ। ଘଟଣା କଣ ପାଇଁ ଘଟିଛି ଜଣାପଡି ିନ ଥିବା ବେଳେ ପ୍ରେମଜନିତ କାରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟଯେ, ପ୍ରିୟଙ୍କାଙ୍କ ବାପା ଆନ୍ଧ୍ରରେ ରହି କାମ କରୁଛନ୍ତି। ଗ୍ରାମରେ ତାଙ୍କ ପରିବାରବର୍ଗ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri